ଲକଡାଉନ୍ ସମୟରେ ଆହାର ଯୋଗାଉଛନ୍ତି ସ୍ବେଚ୍ଛାସେବୀ ।

- Advertisement -

କୋରାପୁଟ : ସରକାରଙ୍କ ଲକଡାଉନ୍ ଘୋଷଣା ଦଶମ ଦିନରେ ପହଞ୍ଚିଥିବା  ବେଳେ ସୁନାବେଡା ପୌରପରିଷଦ ଅନ୍ତର୍ଗତ ସହରର କୋଣ କୋଣରେ ବସବାସ କରୁଥିବା ଅସହାୟ, ଭିନ୍ନକ୍ଷମ ଏବଂ ଭିକ୍ଷା ବୃତ୍ତି କରି ଜୀବନ ଧାରଣ କରୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଛାସେବୀ ସଂଗଠନ ପକ୍ଷରୁ ଏହି ଦୀନ ଦରିଦ୍ର ମାନଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ବଣ୍ଟା ଯାଉଥିବା ନଜରକୁ ଆସୁଛି । ଏପରି ଏକ ସଂଗଠନ ସୁନାବେଡା ହାଉସିଂ ବୋର୍ଡ ୟୁଥ ଆସୋସିଏସନ୍ ର ମୁଖ୍ୟ ତଥା ବିଜେଡିର ବରିଷ୍ଟ ନେତା ଶ୍ରୀ ସନ୍ତୋଷ ଲେଙ୍କା ଓ କର୍ମକର୍ତ୍ତା  ସୁର ନାୟକ, ଆଦିତ୍ୟ ଅଲଫା, ସନ୍ତୋଷ ସାହୁ, ଅଶ୍ବିନୀ ଖରା, ମନୋଜ ଖରା, ସୁନୀଲ ପାତ୍ର, ଦିବ୍ୟଜୋତି ରଥ, ଅଶ୍ବିନୀ ପାଣିଗ୍ରାହୀ, ଶିବ କୁମାର ରାଉତ ଓ ମନୋଜ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ ଏବଂ ସହାୟତା କରି ଅଞ୍ଚଳର ଏଇଏଫ ମାର୍କେଟ, ହାଉସିଂ ବୋର୍ଡ କଲୋନୀ, ଡିପି କ୍ୟାମ୍ପ, ପୋଲିସ କ୍ୟାମ୍ପ, ପୌରପରିଷଦ ଟ୍ରାଫିକ ଛକ, ସେମିଲିଗୁଡାର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଭୋକିଲା ମାନଙ୍କୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ସେହିପରି ସେମିଲିଗୁଡାର ଶ୍ରୀ ଗଙ୍ଗାମାଁ ସେବା କମିଟି ତରଫରୁ ଅଞ୍ଚଳରେ ଚଳାଚଳ କରିଥିବା ଭାରି ଯାନବାହାନର ଡ୍ରାଇଭର ଏବଂ ହେଲପର ନାଇଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ସ୍ଥଳେ ସେମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି ଅତିଥି ସେବାର ପରିଚୟ ଦେଇଛନ୍ତି l ଏଭଳି ସେବା କାର୍ଯ୍ୟ ଲକଡାଉନର ଅବଧି ଯାଏ ଚାଲୁ ରହିବ ବୋଲି ସଂଗଠନର ମୁଖ୍ୟ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles