ରାସ୍ତା କାମ ନ ସରୁଣୁ ଉଠିଗଲାଣି ପିଚୁ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଘୋଟାଲା ।

- Advertisement -

କୋରାପୁଟ: ସେମିଳିଗୁଡା ବ୍ଳକ୍ ଅଧୀନରେ ଥିବା ନାଲକୋର ମାନିଆ ଛକ ଠାରୁ ଦଣ୍ଡାସି ଗୁଡା ପର୍ଯ୍ୟନ୍ତ ତେରଶହ ମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ୨୦୧୮ମସିହା ଜୁଲାଇ ମାସରେ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ବର୍ଷେରୁ ଅଧିକ ଦିନ ପରେ ସଂପୃକ୍ତ ଠିକାଦାର କାମ ଆରମ୍ଭ କରିଥିଲେ । ଠିକା ନେଇଥିବା ସତ୍ଯାନନ୍ଦ ସିଭ୍ରାଙ୍ଗି ବିଲ୍ଡକନ୍ ପ୍ରାଇଭେଟ ଲି. ଏଇ କେଇଦିନ ତଳେ ଆରମ୍ଭ କରିଥିବା ରାସ୍ତା କାମ ଏତେ ନିମ୍ନ ମାନର ଯେ,କାମ ସଂପୂର୍ଣ୍ଣ ହେବା ପୂର୍ବରୁ ରାସ୍ତାରୁ ପିଚୁ ଉଠି ମାଟି ଦେଖାଦେଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା କାମ ଏତେ ନିମ୍ନ ମାନର ଯେ ହାତରେ ଆମ୍ପୁଡିଦେଲେ ପିଚୁ ଉଠି ମାଟି ଦେଖାଯାଉଛି । ଏହି କାରଣରୁ କିଛି ଗ୍ରାମବାସୀ ଏକାଠି ହୋଇ ରାସ୍ତା କାମ ବନ୍ଦ କରିଦେଇଛନ୍ତି । ଏ ନେଇ ଗ୍ରାମବାସୀ ସେମିଳିଗୁଡାରେ ବ୍ଲକ ଅଧ୍ଯକ୍ଷ ଦିନେଶ ଖରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳ ସ୍ବରୂପ ନିଜେ ଅଧ୍ଯକ୍ଷ ସର୍ ଜମିନ୍ ତଦନ୍ତ କରି ସଂପୃକ୍ତ ଠିକାଦାର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଅପରପକ୍ଷରେ ସଂପୃକ୍ତ ଠିକାଦାର ଗ୍ରାମବାସୀ ଙ୍କୁ ବିଭିନ୍ନ ଉପାୟରେ ଧମକାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାଦାରଙ୍କର ଉପର ମହଲ ପର୍ଯ୍ୟନ୍ତ ହାତଥିବା କହି ସଂପୃକ୍ତ ସରକାରୀ ବାବୁ ଓ ଗାଁ ଲୋକଙ୍କୁ ଚେତାବନୀ ଦେଉଥିବା ମଧ୍ୟ ଅଭିଯୋଗ ହେଉଥିବା ଏକ ବିଶେଷ ସୂତ୍ରରୁ ପ୍ରକାଶ । ଏ ନେଇ ଯଦି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛନ୍ତି । ତା’ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମଧ୍ୟ ସଜବାଜ ହେଉଥିବା କିଛି ଗ୍ରାମବାସୀ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles