-
ବ୍ୟାସନଗର : ଗୁରୁଦିବସ ପୂର୍ବରୁ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ଦ୍ବାରା ଶିକ୍ଷକ ଓ ଶିକ୍ଷତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଥିବା ବ୍ୟାସନଗର ପ୍ରେସ୍ ଫୋରମ୍ ର ସଭାଗୃହରେ ଏକ ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ରୋଟାରୀ କ୍ଲବ୍ ର ସଭାପତି ଅଭୟ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରାଇ ବ୍ଲକ ଏ.ବି.ଇ.ଓ. ଶ୍ରୀଯୁକ୍ତ ଅକ୍ଷୟ କୁମାର ଧଳ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଶିକ୍ଷକ ଶିକ୍ଷତ୍ରୀ ମାନଙ୍କୁ ସମାଜର ମେରୁଦଣ୍ଡ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ।ଶିକ୍ଷା ବିନା ଏକ ସୁସ୍ଥ ସମାଜ ଗଠନ ଅସମ୍ଭବ ବୋଲି ମତ୍ତପୋଷଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୈଳବାଳା ରାଉତ, ଅଶ୍ବିନି ମହାନ୍ତି, ବିଜୟ କୁମାର ସ୍ବାଇଁ, ସଂଯୁକ୍ତା ମହାରଣା, ଦୀପକ କୁମାର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ଦାସ, ରମେଶ ଦାସ, ଲଳିତା ପତି, ଅର୍ଚ୍ଚନା ଯେନା, ପ୍ରଦୀପ କୁମାର ମହାନ୍ତି,ଯଯାତୀ କେଶରୀ ମଲ୍ଲିକଙ୍କୁ ପ୍ରଭୃତି ଶିକ୍ଷକ ଓ ଶିକ୍ଷତ୍ରୀ ମାନଙ୍କୁ ରାଷ୍ଟ୍ରଗଠନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସମସ୍ତ ଶିକ୍ଷକ ଶିକ୍ଷତ୍ରୀଙ୍କୁ ଏ.ବି.ଇ.ଓ.ଙ୍କ ସମେତ ରୋଟାରୀ କ୍ଲବ୍ ର ସଭାପତି ରୋଟାରିଆନ୍ ଅଭୟ ପତି, ସମ୍ପାଦକ ରୋଟାରୀଆନ୍ ପ୍ରବିର ବିଶ୍ବାଳ,କ୍ଲବ୍ ସର୍ଭିସ୍ ରୋଟାରୀଆନ ଉଦୟନାଥ ଖଣ୍ଡାଇ, କ୍ଲବର ମେମ୍ବରସିପ୍ ଅଧ୍ଯକ୍ଷା ରୋଟାରୀଆନ ଅସ୍ମିତା ପତି ପ୍ରମୁଖ ପୂଷ୍ପ ଗୁଚ୍ଛ,ମାନପତ୍ର ସହ ଉପଢୌକନ ଓ ସ୍ମାରକୀ ପ୍ରଦାନକରିଥିଲେ ।ଏହି ସମ୍ବର୍ଦ୍ଧନା ଉତ୍ସବକୁ କୋଷାଧ୍ୟକ୍ଷ ରୋଟାରୀଆନ ଅଜୟ କୁମାର ସାହୁ ପରିଚାଳନା କରିଥିଲେ ।ଶେଷରେ କ୍ଲବ୍ ସର୍ଭିସ୍ ରୋଟାରୀଆନ ଉଦୟ ନାଥ ଖଣ୍ଡାଇ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କ୍ଲବ୍ ର ଆଷୁତୋଶ ମିଶ୍ର,ଚିତ୍ତରଞ୍ଜନ ବୋଇତାଇ,କଳ୍ପତରୁ ସାହୁ,ଅଭିଳାଷ ବୋଇତାଇ,ବିରେଶ୍ବର ପତି,ଦୀପକ ଦାସ ପ୍ରଭୃତି ସହାୟତା କରିଥିଲେ ।