ଯାଜପୁରରେ କରୋନା ଚିନ୍ତା, ବ୍ଯାଙ୍କ୍ କର୍ତ୍ତୃପକ୍ଷ ନେଲେ ପଦକ୍ଷେପ ।

- Advertisement -

ଯାଜପୁର : ଚାଇନା , ଜାପାନ୍ ,ଆମେରିକା ଓ ବହୁ ଦେଶରେ ମହାମାରୀର ରୂପ ନେଇଥିବା କରୋନା ଧିରେ ଧିରେ ଭାରତକୁ ବ୍ୟାପିବାରେ  ଲାଗିଲାଣି । ଏପରିକି ନିକଟରେ ଓଡିଶାରେ ମଧ୍ୟ ଏହି ରୋଗୀ ଚିହ୍ନଟ ହେବାପରେ ଏହା ନିଶ୍ଚିତ ରୂପେ ଚିନ୍ତାର ବିଷୟ ପାଲଟିଛି । ଓଡିଶାରେ ଏହି ରୋଗୀ ଚିହ୍ନଟ ହେବାପରେ ବିଭିନ୍ନ ସହରରେ ଥିବା ଜନଗହଳି ପୁର୍ଣ୍ଣ ସ୍ଥାନ ଗୁଡିକୁ ଯେପରି ସପିଙ୍ଗ୍ ମଲ୍ ସିନେମା ହଲ୍ ଗୁଡିକୁ ବନ୍ଦ କରିଦେଇଛନ୍ତି ସରକାର ।ଏହି କ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଆଜି କିଆନାଳି ସ୍ଥିତ ଷ୍ଟେଟ୍ ବ୍ଯାଙ୍କ୍ ମୂଖ୍ୟ ଶାଖା ସାମନାରେ ଗ୍ରାହକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଶାଖା ପ୍ରବନ୍ଧକଙ୍କ ନିର୍ଦ୍ଦେଶ ଅନୁସାରେ , ଜଣେ ଶାଖା କର୍ମଚାରୀ ମୂଖ୍ୟ ଫାଟକ ପାଖରେ ଜଗରହି ପାଞ୍ଚ ଜଣ ଲେଖାଏଁ ଗ୍ରାହକଙ୍କୁ ଭିତରକୁ ଛାଡୁଥିବାର ନଜରକୁ ଆସିଥିଲା ।ଏଥିସହ ଗ୍ରାହକ ମାନେ ଭିତରକୁ ଯିବା ପୂର୍ବରୁ ଶାଖାର ସୁରକ୍ଷା କର୍ମୀ ଗ୍ରାହକଙ୍କ ହାତରେ ସାନିଟାଇର୍ ରେ ପରିଷ୍କାର କରୁଥିବା ଦେଖିବାକୁ ମିଳିଥିଲା । ଏହା ଜନସାଧାରଣଙ୍କୁ ସଚେତନ କରିବା ସହ ଯେପରି ଶାଖା ମଧ୍ୟରେ ଅଧିକ ଗହଳି ନ ହୁଏ ସେଥିପାଇଁ ଏପରି ପନ୍ଥା ଅବଲମ୍ବନ କରାଯାଇଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷ କହିଥିଲେ ।ଏହି ପ୍ରକ୍ରିୟାକୁ କିଛି ନାପସନ୍ଦ କରୁଥିଲେ ମଧ୍ୟ ବହୁ ଗ୍ରାହକ ସୁରକ୍ଷା ଦୃଷ୍ଟିରୁ ଏହା ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles