ବିଜୁଳି ଉପଭୋକ୍ତାଙ୍କୁ ବିଭାଗର କରୋନା ମାଡ ।

- Advertisement -

ଭୁଲ୍ କଲା ବିଭାଗ ତଣ୍ଡ ଗଣିବେ ଉପଭୋକ୍ତା ।

ବ୍ୟାସନଗର: ମହାମାରୀ କରୋନା ପାଇଁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବହୁ ଯୋଜନା ମାନ କଲେ । କିନ୍ତୁ ମଧ୍ୟବିତ୍ତ ବର୍ଗକୁ ଭୁଲିଗଲେ । ଏହି ସମୟରେ ବିଜୁଳି ବିଲ୍ ଛାଡ ପାଇଁ ଲୋକଙ୍କ ମଧ୍ୟରେ ବହୁ କଳ୍ପନାଜଳ୍ପନା ଚାଲିଥିଲା । ଇତିମଧ୍ୟରେ ବିଭାଗ ଦ୍ବାରା ନିୟୋଜିତ କର୍ମଚାରୀ,ବିଦ୍ଯୁତ ବିଲ୍ ଗତ ମାର୍ଚ୍ଚ ମାସରୁ କାଟୁ ନଥିଲେ । କିନ୍ତୁ ଆଜି ଉକ୍ତ କର୍ମଚାରୀ ଘର ଘର ବୁଲି ବିଦ୍ଯୁତ ବିଲ୍ କାଟୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ବିଲ୍ ରେ ବ୍ୟବହୃତ ମୂଲ୍ୟ ରାଶି ପରିବର୍ତ୍ତେ ୨୦ରୁ୧୦୦ଟଙ୍କା ପର୍ଯ୍ୟନ୍ତ ଅଧିକ ରାଶି ମୂଦ୍ରିତ ହେଉଛି । ଏହାର କାରଣ ବୁଝିବାରେ ସଂପୃକ୍ତ କର୍ମଚାରୀଙ୍କ କହିବା କଥା, ଗତ ଦୁଇମାସ ବିଲ୍ ବନ୍ଦ ଥିବାରୁ ଏହା ସେହି ଚାର୍ଜ ବାବଦର ଅର୍ଥ ।ଏହାକୁ ନେଇ ଉପଭୋକ୍ତାଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ବର୍ଗର ଲୋକେ କରୋନା ସମୟରେ ବିଜୁଳି ବିଲ୍ ଛାଡ ପାଇବା କଥା ଚିନ୍ତା କରୁଥିବା ବେଳେ ବିଭାଗର ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles