ପ୍ରଣବଙ୍କ ମନ କି ବାତ ..

- Advertisement -

ଯାଜପୁର : ଲୋକଙ୍କ ନିକଟତର ହୁଏ । ସେମାନଙ୍କ ସୁଖ ଦୁଃଖରେ ସାଥି ହୁଅ । ବିକାଶ ପାଇଁ ସାଧାରଣଙ୍କ ମତ କଣ ଜାଣ । ସବୁବେଳେ ନିର୍ବାଚନୀ ମଣ୍ଡଳୀର ସବୁ ବର୍ଗର ବ୍ୟକ୍ତିଙ୍କ ସହ ଆଲୋଚନା କରି ନିଜ ନିର୍ବାଚନୀ ମଣ୍ଡଳୀର ବିକାଶ ରଥ ଆଗେଇ ନିଅ । ବିଜେଡ଼ି ସ୍ରୁମିମୋ ନବୀନ ପଟ୍ଟନାୟକଙ୍କ ଏହି ନୀତିବାଣୀଙ୍କୁ ଏବେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ବିଜେଡ଼ି ସବୁଠାରୁ ପାୱାରଫୁଲ ତଥା ଯୁବ ଆଇକନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଯେତେବେଳେ ସେ ସମୟ ପାଉଛନ୍ତି ସେତେବେଳେ ନିଜ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ବର୍ଗର ଲୋକଙ୍କ ଓ ଆଲୋଚନା କରି ଯାଜପୁର ବିକାଶ ପାଇଁ ଆଉ କଣ ଆବଶ୍ୟକ ସେ ସର୍ମ୍ପକରେ ସାଧାରଣ ଲୋକଙ୍କ ଠାରୁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମତାମତ ନେଉଛନ୍ତି ।
ଦେଶ ଓ ରାଜ୍ୟର ବିକାଶ ମୁଖ୍ୟସୂତ୍ର ଧାରା ହେଉଛନ୍ତି ଯୁବଗୋଷ୍ଠୀ । ତେଣୁ ଯୁବଗୋଷ୍ଠୀଙ୍କ ମନରେ କଣ ରହିଛି ତାହାକୁ ଜାଣିବା ପାଇଁ ଯାଜପୁର ଜିଲ୍ଳାର ୧୨ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମନ କି ବାତ କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) । ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଷ୍ଟୁଡ଼େଣ୍ଟ କନକ୍ଲେଭରେ ଛାତ୍ରଛାତ୍ରୀମଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରଣବ ଆଲୋଚନା କରିବା ସହ ସେମାନେ ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହାସହ ବହୁ ଛାତ୍ରଛାତ୍ରୀଙ୍କୁ ପ୍ରଣବ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହୁଛନ୍ତି ଓ ସେମାନଙ୍କ ମହାବିଦ୍ୟାଳୟରେ କଣ ସମସ୍ୟା ରହିଛି , କଣ କଲେ ଯାଜପୁର ଜିଲ୍ଳା ବିକାଶ ପଥେ ଆହୁରୀ ଆଗେଇବ ଏନେଇ ଛାତ୍ରଛାତ୍ରୀମାନେ ନିଜର ମତାମତ ଦେଇଥିଲେ । ୧୨ଟି ମହାବିଦ୍ୟାଳୟର ଭିତ୍ତିଭୂମି,କ୍ରୀଡ଼ା, ଓ ବିଭିନ୍ନ ସମସ୍ୟାର କିପରି ସମାଧାନ ହେବ ତାହା ଉପରେ ମଧ୍ୟ ବିଧାୟକ ପ୍ରଣବ ପ୍ରକାଶ ଦାସ ( ବବି) ଗୁରୁତ୍ୱ ଦେଇଥିଲେ । କେବଳ ସେତିକି ନୁହେଁ, ରାଜ୍ୟ ସରକାର ଓ ବିଧାୟକଙ୍କ ଠାରୁ ସେମାନଙ୍କ ଆଶା କଣ ସେ ସର୍ମ୍ପକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ମତ ନେଇଥିଲେ ବିଧାୟକ । ଜିଲ୍ଳାରେ ପ୍ରଥମ ଥର କରି ଜଣେ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ମନ କି ବାତ କରିବା ସହିତ ସେମାନଙ୍କ ବିଦ୍ୟାଳୟର ସମସ୍ୟା ଓ ଭବିଷ୍ୟତ ଲକ୍ଷ ପୂରଣ ପାଇଁ ବିଭିନ୍ନ ଟିପ୍ସ ଦେଇଥିଲେ ।

ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହାସହ ଛାତ୍ରଛାତ୍ରୀମାନେ ମଧ୍ୟ ବିଧାୟକଙ୍କ ଏପରି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଖୁସି ବୋଲି କହିଛନ୍ତି । ନରସିଂହ ଚୌଧୁରୀ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ସହ ନୂତନ କ୍ୟାମ୍ପସ ଓ ସାଇନ୍ସ ପାର୍କ ମାଳଆନ୍ଦନୁର ଅଚଂଳରେ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ନିଜ ମହାବିଦ୍ୟାଳୟ ଓ ଗାଁରେ ସେବା କରିବା ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଶପଥ ପାଠ କରାଯାଇଥିଲେ । ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଏହି ମନ କି ବାତ ଏବେ ଅନ୍ୟ ବିଧାୟକନିବିଡ଼ ହେଉଛି ବିଜେଡ଼ି-ବିଜେପି ସର୍ମ୍ପକ । ପୁଣି ମୋଦିଙ୍କୁ ସହଯୋଗର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ରାଜ୍ୟସଭାରେ ପାସ ହୋଇଛି ଟ୍ରିପଲ ତଲାକ ବିଲ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles