ପରକୀୟା ପ୍ରିତି ପାଇଁ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

- Advertisement -

ବ୍ୟାସନଗର : ସ୍ଥାନୀୟ ନିଉ ମାର୍କେଟ ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ଗାନ୍ଧୀଛକ ନିକଟରେ ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା କାରଣରୁ ଉତ୍ଯକ୍ତ ସ୍ବାମୀ ସ୍ତ୍ରୀକୁ ମାରିବାକୁ ଉଦ୍ୟମ ।ମିଳିଥିବା ସୂଚନା ଅନୁଯାୟୀ ଜନୈକ ବ୍ଯକ୍ତି ଅନ୍ଯ ଏକ ମହିଳା ସହ ସମ୍ପର୍କ ରଖିଥିଲେ । ଏହିକାରଣରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା । ଆଜି ବ୍ଯକ୍ତି ଜଣକ ଉକ୍ତ ମହିଳା ସହ ଫୋନ୍ ରେ କଥା ହେଉଥିବା ଦେଖି ବାରଣ କରିଥିଲେ । ଫଳରେ ବ୍ଯକ୍ତି ଜଣକ ଉତକ୍ଷିପ୍ତ ହୋଇ ସ୍ତ୍ରୀ କୁ ପିଟା ମରା କରିଥିଲେ । ପରେ ରାଗ ଏତେ ମାତ୍ରାରେ ବଢି ଯାଇଥିଲା ଶେଷରେ ଘରେ ଥିବା କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ମହିଳା ଜଣକ ପ୍ରାୟ ୮୦ଭାଗ ପୋଡିଯାଇଥିବା ବେଳେ ସ୍ଥାନୀୟ ଡାକ୍ତରଖାନା ରେ ପ୍ରାରମ୍ଭିକ ଚିକିତ୍ସା କରି ଗୁରୁତର ଅବସ୍ଥା କାରଣରୁ କଟକ ସ୍ଥାନାନ୍ତର କରିଛନ୍ତି । ଗୁରୁତର ଥିବା ମହିଳାଙ୍କ କହିବା ଅନୁଯାୟୀ ପ୍ରାୟ ସମୟରେ ସେହି କାରଣରୁ ଘରେ ଗଣ୍ଡଗୋଳ ହୋଇ ଆସୁଥିଲା । ସ୍ବାମୀଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରିବା ପରେ ବ୍ଯକ୍ତି ଜଣକ ମହିଳାଙ୍କୁ ନିସ୍ତୁକ ମାଡ଼ ମାରନ୍ତି ଓ ମହିଳା ଜଣଙ୍କ ନିଜ ବାପ ଘରକୁ ମଧ୍ୟ ପଳାଉଥିବା ପ୍ରକାଶ କରିଛନ୍ତି ।ଏ ନେଇ ଥାନାରେ ଅଭିଯୋଗ ହୋଇ ନଥିଲେ ମଧ୍ୟ ଯାଜପୁର ରୋଡ ପୋଲିସ୍ ନିଜଆଡୁ ତଦନ୍ତ ଆରମ୍ଭ କରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles