- କୋରାପୁଟ : ଆଜି ସୁନାବେଡାର ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ଭୀମସେନ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ସହ ସମସ୍ତ କାର୍ଯ୍ୟର ଭାର ଗ୍ରହଣ କରିଛନ୍ତି l ସେ ତାଙ୍କ ଚାକିରୀ ଅବଧିରେ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି , ରାୟଗଡା, ପାପଡାହାଣ୍ଡି ଏବଂ ନବରଙ୍ଗପୁର ଆଦି ଅଞ୍ଚଳର ଥାନା ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରି ଏକ ଦକ୍ଷ ଅଧିକାରୀର ପରିଚୟ ଦେଇଛନ୍ତି l ସେ ନବରଙ୍ଗପୁର ଥାନାରୁ ବଦଳି ହୋଇ ସୁନାବେଡା ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ଆଜିର ଏହି ଘଡିସନ୍ଧି ମୁହୁର୍ତରେ କରୋନା ଭୁତାଣୁର ଭୟlବହତାରୁ ଅଞ୍ଚଳର ଜନସାଧାରଣଙ୍କ ହିତ ଉଦେଶ୍ୟରେ ସତର୍କ ଓ ସଚେତନତା ଅବଲମ୍ବନ କରିବା ଏବଂ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ଏବଂ ଅନାବଶ୍ୟକ ସ୍ଥଳେ ବାହାରେ ବୁଲୁଥିବା ଓ କରୋନା ଭୁତାଣୁ ସମ୍ପର୍କରେ ଅପପ୍ରଚାର କରି ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଥିବା ଲୋକ ମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ ।ତତ୍ ସଙ୍ଗେ ସଙ୍ଗେ ୫ଟି ଜରିଆରେ ସମସ୍ତ ଜନସାଧାରଣଙ୍କୁ ଉଚିତ୍ ନ୍ଯାୟ ଦିଆଯିବ ବୋଲି ସେ କହିଛନ୍ତି ।