ଦୀର୍ଘ ଦିନ ପରେ ମଧ୍ୟ ଅଧାରୁ ଅଟକିଲା କଲଭର୍ଟ

- Advertisement -

ବ୍ୟାସନଗର: କଥାରେ ଅଛି କଂସାରୀ ଘର ପାରା ଉପରେ ଢାଉଁ ଢାଉଁ ଶବ୍ଦର କିଛି ପ୍ରଭାବ ପଡେନି,ସେହିଭଳି ସରକାରୀ କଳ ଉପରେ ମଧ୍ୟ କୌଣସି ଖବରର ପ୍ରଭାବ ପଡିନଥାଏ । ଗତ ଶାଢେ ତିନି ବର୍ଷ ତଳେ ସମ୍ପୂର୍ଣ୍ଣ ହୋଇଥିବା ଓୟାର ହାଉସ୍ ଠାରୁ ଷ୍ଟାଡିୟମ ଦେଇ ଷ୍ଟେସନ ରୋଡକୁ ସଂଯୋଗ କରୁଥିବା ରାସ୍ତାର ବଙ୍ଗାଳୀ ସାହି ନିକଟରେ ଏକ ଦଶଫୁଟ ଲମ୍ବ କଲଭର୍ଟ କାମ ଅସମ୍ପୂର୍ଣ୍ଣ ଥିଲା । ବହୁ ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବ୍ୟାସନଗର ମୁନସିପାଲଟି ତରଫରୁ ସେହି କଲଭର୍ଟ କାମ ଗତ ୧୦ଦିନ ତଳେ ଆରମ୍ଭ ହୋଇଥିଲା । କିନ୍ତୁ ପରିତାପର ବିଷୟ ଏପର୍ଯ୍ୟନ୍ତ କାମ ସଂମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ସମ୍ପୃକ୍ତ ଠିକାଦାର କେବଳ ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରି କାମ ବନ୍ଦ କରିଦେଇଛନ୍ତି । ଯାହାଦ୍ବାରା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ରାସ୍ତାଟି ସହରର ଦ୍ବିତୀୟ ବ୍ଯସ୍ତବହୁଳ ରାସ୍ତା ରୂପେ ପରିଚିତ । ଏହି ରାସ୍ତା ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳର କର୍ମଚାରୀ,ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳର ବ୍ଯବସାୟୀ ନିର୍ଭର କରିଥାନ୍ତି । ରାସ୍ତା କାମ ଯଥାଶିଘ୍ର ସାରି ରାସ୍ତାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles