ଦିନକୁ ଦିନ ବଢୁଛି ଟ୍ରାଫିକ୍ ସମସ୍ୟା ଚିନ୍ତାରେ ଜନତା

- Advertisement -

କୋରାପୁଟ  : ସୁନାବେଡା ର ପ୍ରାଣବିନ୍ଦୁ ସାଜିଥିବା ସେମିଳିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାକୁ ବସିଲାଣି ।ଯାନବାହନ ସାଙ୍ଗକୁ ବ୍ଯବସାୟ ପ୍ରତିଷ୍ଠାନ ମାନ ବଢିବାରେ ଲାଗିଛି । ଯେଉଁ କାରଣରୁ ରାଜରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି ହେଉଅଛି । ସେହିପରି ବିଭିନ୍ନ ସୋପିଂ ମଲ୍ ମାନଙ୍କରେ ଗ୍ରାହକଙ୍କ ନିମନ୍ତେ ଯାନବାହନ ପାର୍କିଂ ର ସୁବିଧା ନଥିବାରୁ ଗ୍ରାହକ ମାନେ ରାଜରାସ୍ତାରେ ନିଜ ନିଜ ଯାନବାହନ ଗୁଡିକ ରଖୁଥିବା ପରିଲକ୍ଷିତ ହୋଇଛି ।ନିୟମ ଅନୁଯାୟୀ ବଡ ବଡ ସୋପିଂ ମଲ୍ ରେ ଗାଡି ପାର୍କିଂ ର ସୁବିଧା ରହବା ଜରୁରୀ ।କିନ୍ତୁ ପ୍ରଶାସନ ଅବହେଳା ହେଉ ବା ମଲ୍ ମାଲିକଙ୍କ ଫନ୍ଦିଫିକର , ସେଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏପରିକି ନିକଟରେ ନୁଆ କରି ଖୋଲିଥିବା ଏକ ଜାତୀୟ ସ୍ତରର ସୋପିଂ ମଲ୍ ପାଇଁ ସାଧାରଣ ଜନତାଙ୍କୁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟାର ସାମନା କରିବାକୁ ପଡୁଛି ।ଏପରିକି ସମୟ ସମୟରେ ରୋଗୀକୁ ନେଇ ଯାଉଥିବା ଆମ୍ବ୍ଯୁଲାନ୍ସକୁ  ମଧ୍ୟ ଏହି ସମସ୍ଯାର ସମ୍ମୁଖିନ ହେବାକୁ ପଡୁଛି ।ଆଗାମୀ ଦିନରେ ଏହି ସମସ୍ଯାର ସମାଧାନ ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।ପ୍ରଶାସନ ଏଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ସାଧାରଣରେ ନିବେଦନ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles