ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ, ୧୪ ଜିଲ୍ଲାକୁ ଲକଡାଉନ୍ ଘୋଷଣା

- Advertisement -

ଯାଜପୁର  : ମହାମାରୀ କରୋନା ଭାରତରେ ମଧ୍ୟ ଧିରେ ଧିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏଇ କେଇଦିନ ତଳେ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କ ଥିବାବେଳେ ଆଜି ତାହା ତିନି ଅଙ୍କରେ ପହଞ୍ଚି ୪୯୯ ଛୁଇଁଲାଣି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଛି । ଏହି କାରଣରୁ କେନ୍ଦ୍ର ସରକାର ୩୦ରାଜ୍ୟର ମୋଟ ୫୪୮ସହରକୁ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମେ ଯାଜପୁର ଟାଉନ୍ ଓ ଯାଜପୁର ରୋଡ କୁ ଲକଡାଉନ୍ ଘୋଷଣା କରିଥିବା ସ୍ଥଳେ ଆଜି ସମ୍ପୁର୍ଣ୍ଣ ଜିଲ୍ଲାକୁ ବନ୍ଦ କରିଦେଇଛନ୍ତି । ଏଥି ସହ କୌଣସି ସ୍ଥାନରେ ୫ଜଣରୁ ଅଧିକ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି । ଏହି ନିୟମକୁ ଅବମାନନା କରୁଥିବା ବ୍ଯକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।ଓଡିଶାରେ ଏହି ଭୂତାଣୁ ସଂକ୍ରମିତ ୨ରେ ସିମିତ ଥିବା କାରଣରୁ ଏହାକୁ କିପରି ସମ୍ପୁର୍ଣ୍ଣ ଭାବେ ଅବରୋଧ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଦିଆଯାଉଥିବା ନିର୍ଦ୍ଦେଶକୁ ମାନିବାକୁ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପୂର୍ବର ଘୋଷିତ ୫ଟି ଜିଲ୍ଲାକୁ ବୃଦ୍ଧି କରି ମୋଟ୍ ୧୪ଟି ଜିଲ୍ଲାକୁ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ସହ ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles