ଦନ୍ତା ନେଲା ପୁଣି ଏକ ଜୀବନ, ଆତଙ୍କିତ ସ୍ଥାନୀୟ ଅଞ୍ଚଳ ବାସୀ ।

- Advertisement -

ବ୍ୟାସନଗର : ଦୁଇ ଦିନ ତଳେ ଶଂଖଚିଲା ଠାରେ ବଣୁଆ ଦନ୍ତା ହାତୀ ଦୁଇଟି ଜୀବନ ନେବା ପରେ , ଆଜି ପୁଣି ନେଇଛି ଆଉ ଏକ ଜୀବନ । ମିଳିଥିବା ସୂଚନା ଅନୁଯାୟୀ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଶଂଖଚିଲା ବାସୀଙ୍କ ଆପ୍ରାଣ ଉଦ୍ଯମ ଚେଷ୍ଟା ଫଳରେ ଦନ୍ତା ହାତୀଟି ଭଟିଆ ଦେଇ ଧୁଳିଗଡ ଜଙ୍ଗଲକୁ ଚାଲିଯାଇଥିଲା । କିନ୍ତୁ ପୁଣି ଆଜି ଧୁଳିଗଡ ଜଙ୍ଗଲରୁ ଆସି  ଦାନଗଦି ବ୍ଲକ୍ ଅଧିନସ୍ଥ ଧପଙ୍କି ଗ୍ରାମର ଟୁନା ଜେନାଙ୍କ ୧୫ ବର୍ଷର ପୁଅ ସଞ୍ଜୟ ଯେନାଙ୍କୁ ଆକ୍ରମଣ କରିଥିଲା । ଫଳରେ ନାବାଳକଟିର ମୃତ୍ୟୁ ହୋଇଛି । ତାହା ସହ ମାନଗୋବିନ୍ଦପୁର୍ ମଟର ସାହିର ଜଣେ ବୃଦ୍ଧ ଓ ଜଣେ ବୃଦ୍ଧା ଆହତ ହୋଇ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଦନ୍ତା ଆକ୍ରମଣରେ ମୃତ୍ୟୁ ଓ ଆହାର ବ୍ଯକ୍ତିଙ୍କୁ କ୍ଷତିପୂରଣ ଦାବି ଓ ଯଥାଶୀଘ୍ର ବନବିଭାଗ ଦନ୍ତା ହାତୀକୁ ଘଉଡାଇବାକୁ ଦାବି କରି ଡୁବୁରୀ – ବ୍ୟାସନଗର ରାସ୍ତାକୁ ଗ୍ରାମବାସୀ ଅବରୋଧ କରିବା ସହ ଧାରଣା ଦେଇଛନ୍ତି । ବନବିଭାଗ ପକ୍ଷରୁ ହାତୀଟିକୁ ଘଉଡାଇବାକୁ ଯଥାସାଧ୍ଯ ଚେଷ୍ଟା ଜାରି ରହିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ଦୁଇଦିନ ଧରି ବନ ବିଭାଗ କର୍ମଚାରୀମାନେ ସାରା ରାତି ଉଜାଗର ରହି ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles