ଥାନା ଅଧିକାରୀଙ୍କ ଅଭିନବ ପ୍ରୟାସ

- Advertisement -

ବ୍ୟାସନଗର: ଆଜି ସନ୍ଧ୍ୟା ସମୟରେ ଯାଜପୁର ରୋଡର ଥାନା ଅଧିକାରୀଙ୍କ ସମେତ ଯାଜପୁର ରୋଡ ପୋଲିସ୍ଅ ସ୍ଥାନୀୟ ଜନସାଧାରଣଙ୍କୁ ଏକ ଅଭିନବ ଉପାୟରେ ସଚେତନ କରିବା ନଜରକୁ ଆସିଛି । ବ୍ୟାସନଗରର ବିଭିନ୍ନ ଛକମାନଙ୍କରେ ଜନସାଧାରଣଙ୍କୁ ମଟରସାଇକଲ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା,ଗାଡି ଚଳାଇବା ସମୟରେ ମୋବାଇଲ କିମ୍ୱା ଇଅରଫୋନ୍ ବ୍ଯବହାର ନକରିବାକୁ ତଥା ନିଜ ପରିଚୟ ପତ୍ର, ଗାଡି କାଗଜପତ୍ର ଇତ୍ୟାଦି ପାଖରେ ରଖିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଚାରି ଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ୍ ବାନ୍ଧିବା,ଅତ୍ଯଧିକ ଶବ୍ଦ ପ୍ରଦୂଷଣ ନକରିବା ଇତ୍ୟାଦି ସମ୍ପର୍କରେ ବୁଝାଇଥିଲେ ।ଏଠାରେ ଉଲ୍ଲେଖ କରାଯାଇପାରେ ସଚେତନ ଅଭାବ ହେଉ କିମ୍ୱା ବେପରୁଆ ମନୋଭାବ ଯୋଗୁଁ ପ୍ରାୟ ପ୍ରତ୍ୟେକ ଦିନ ଛୋଟ ବଡ ଅନେକ ଦୁର୍ଘଟଣା ଘଟିଥିବା ପରିଲିକ୍ଷିତ ହେଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles