ତିନି ବର୍ଷ ପରେ ବି ସମ୍ପୁର୍ଣ୍ଣ ହୋଇପାରିଲାନି ଦଶଫୁଟ ରାସ୍ତା

- Advertisement -

ବ୍ୟାସନଗର: ପ୍ରାୟ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂକ୍ରିଟ୍ ହୋଇପାରିଲା ନାହିଁ ଦଶଫୁଟ ରାସ୍ତା । ଏହା ହେଉଛି ଯାଜପୁର ରୋଡ ର ଦ୍ବିତୀୟ ଚଳଚଞ୍ଚଳ ରାସ୍ତାର ଚିତ୍ର । ସ୍ଥାନୀୟ ଓୟାର ହାଉସ୍ ଠାରୁ ଷ୍ଟାଡିୟମ ଦେଇ ଷ୍ଟେସନ,ସାଇ ମନ୍ଦିର ଓ ଚିକିତ୍ସାଳୟ କୁ ସଂଯୋଗ କରୁଥିବା ଏହି ରାସ୍ତା ।ଏହି ରାସ୍ତାଟିକୁ ଗତ୨୦୧୬ ମସିହା ଜୁନ୍ ମାସରେ ପୁନରୁଦ୍ଧାର କରାଯାଇ କଂକ୍ରିଟ୍ ହୋଇଥିଲା ।କିନ୍ତୁ ବଡ଼ ପରିତାପର ବିଷୟ,ବଙ୍ଗାଳୀ ସାହି ନିକଟରେ ଏକ ଦଶଫୁଟ ଲମ୍ବ କଲଭର୍ଟ ଥିବାରୁ ସଂପୃକ୍ତ ଠିକାଦାର ଏହାକୁ ଛାଡି ବାକି ରାସ୍ତାକୁ କଂକ୍ରିଟ୍ କରି ଚାଲି ଯାଇଥିଲେ ।ଏହି କାରଣରୁ ଉକ୍ତ ଜାଗାଟି ଖାଲୁଆ ହୋଇ ଯାଇଛି ।ପ୍ରତ୍ଯେକ ଦିନ ଶହ ଶହ ଲୋକଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏହି ବାଟ ଦେଇ ଯାଉଥିଲେ ମଧ୍ୟ କାହାରି ଏଥିପ୍ରତି ନିଘା ନାହିଁ ।ଏଠାରେ ଉଲ୍ଲେଖ କରାଯାଇପାରେ ଉକ୍ତ ଜାଗାଟି ଖାଲ ଥିବାରୁ ସେହି ରାସ୍ତା ସହ ପରିଚିତ ନଥିବା ବହୁ ବ୍ଯକ୍ତି ଦୁର୍ଘଟଣାର ଶିକାର ହେଉଛନ୍ତି ।ଏ ନେଇ ପୂର୍ବରୁ ବହୁବାର ପୂର୍ବତନ ପୌରପାଳିକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।ଏହି ରାସ୍ତା ଦେଇ ପ୍ରତିଦିନ ବହୁ ବୁଦ୍ଧିଜୀବି,ସାମ୍ବାଦିକ,ଶିକ୍ଷକ ଓ ଆଇନଜୀବି ପ୍ରାତ ଭ୍ରମଣ କରୁଥିଲେ ମଧ୍ୟ ସେମାନଙ୍କର ଏହି ଦିଗ ପ୍ରତି ଦୃଷ୍ଟି ପଡୁନାହିଁ ।ଉକ୍ତ ସ୍ଥାନଟିକୁ ଦେଖିଲେ ଲାଗୁଛି ଯେପରି ଏହା ଗୋଟିଏ ପଟ ବିବାଦୀୟ ପିଓକେ ଓ ଅନ୍ୟ ପଟଟି କାଶ୍ମୀର ।ସ୍ଥାନୀୟ ସାହି ବାସିନ୍ଦା ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles