ଜରିମାନା ଆଦାୟରେ ଓଡିଶା ନମ୍ବର 1….

- Advertisement -

ଭୁବନେଶ୍ବର : ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ ସାରା ଦେଶରେ ଲାଗୁ ହୋଇଛି। ବେଆଇନ ଗାଡ଼ି ଚାଳକଙ୍କୁ ସାରା ଦେଶରେ ପୁଲିସ ଧରି ତଣ୍ଡ ଗଣାଉଛି। ଯାହାକୁ ନେଇ ସବୁଠି କୋକୁଆ ଭୟ। ଏବେ ଖବର ଆସିଛି କେଉଁ ରାଜ୍ୟ କେତେ ଟଙ୍କା ଜୋରିମାନା ଗଣାଇ ସାରିଲାଣି।

ତେବେ ଏଥିରେ ସବୁଠାରୁ ଆଗରେ ଅଛି ଆମ ରାଜ୍ୟ ଓଡ଼ିଶା। ଓଡ଼ିଶାରେ ୪ ହଜାରରୁ ଅଧିକ ଚାଲାଣ କଟାଯାଇଥିବାବେଳେ ୮୮ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ ସରିଲାଣି। ସେହିଭଳି ୪୬ଟି ଗାଡ଼ି ଜବତ କରାଯାଇଥିବା ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ହରିଆଣାରେ ମଧ୍ୟ ଏହାର ମାତ୍ରା ବେଶ ଅଧିକ। ଏଠାରେ ୩୫୦ଟି ଚାଲାଣ କାଟି ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଟଙ୍କା ଆଦାୟ କରାଯାଇସାରିଛି।

ଏହି ରାଜ୍ୟ ନିୟମ ଲାଗୁ କରି ନାହାନ୍ତି

ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଏହି ଆଇନକୁ ପୁନଃବିଚାର କରି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟ ସରକାର କହିଛନ୍ତି ଆରଟିଓରୁ ରିପୋର୍ଟ ମିଳିବାପରେ ଯାଇ କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ କେନ୍ଦ୍ର ସରକାର କହିସାରିଛନ୍ତି, ଏହି ନିୟମକୁ ସବୁ ରାଜ୍ୟ ପାଳନ କରିବାକୁ ପଡ଼ିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles