ଜନସାଧାରଣଙ୍କୁ ସଚେତନ, ତାଗିଦ୍ ସହ ଅସହାୟଙ୍କ ରାହା ସାଜିଛି ପୋଲିସ୍ ।

- Advertisement -

ବ୍ୟାସନଗର : ସାଧାରଣତଃ ପୋଲିସର ନାଁ ଶୁଣିବା ମାତ୍ରେ ମନରେ ଭୟ ଆସେ । କିନ୍ତୁ ସେହି ପୋଲିସ୍ ବେଳେ ବେଳେ ଯେପରି ଭଗବାନଙ୍କ ଦୂତ ସାଜିଥାନ୍ତି ଜନସାଧାରଣଙ୍କ ପାଇଁ । ଗତ କିଛିଦିନ ପୂର୍ବରୁ କରୋନା ନିମନ୍ତେ ହୋଇଥିବା ଲକଡାଉନ୍ ରେ ପୋଲିସର କାର୍ଯ୍ୟ କଳାପ ସାଧାରଣରେ ପ୍ରଶଂସନୀୟ । ଯେତେବେଳେ ସମସ୍ତ ଜନସାଧାରଣ ଲକଡାଉନ୍ ବେଳେ ଘରେ ରହୁଛନ୍ତି ,ସେହି ସମୟରେ ଏହି ପୋଲିସ୍ ବାହିନୀ ନିଜ ନିଜ ପିଲା ଛୁଆଙ୍କୁ ଛାଡି ନିଜ କର୍ତ୍ତବ୍ୟ କରୁଛନ୍ତି । ସେମାନେ ଜନସାଧାରଣଙ୍କ ସୁରକ୍ଷା ସକାଶେ ନିଜର ସୁରକ୍ଷା ଭୂଲି ଯାଉଛନ୍ତି ।ସେହି ପୋଲିସର କିଛି କର୍ମଚାରୀ ସାମାଜିକ ସୁରକ୍ଷା ସହ ସ୍ଥାନୀୟ ଅଞ୍ଚଳରେ ବାସ କରୁଥିବା କିଛି ଗରିବ ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଛନ୍ତି । ଲକଡାଉନ୍ ସମୟରେ ଦୁଇମୁଠା ଖାଇବାକୁ ପାଉ ନଥିବା ଲୋକମାନଙ୍କୁ ଖାଦ୍ୟ ପଦାର୍ଥ ବାଣ୍ଟୁଥିବା ନଜରକୁ ଆସୁଛି ।ଏଠାରେ ଉଲ୍ଲେଖ କରାଯାଇପାରେ ସରକାର ଲକଡାଉନ୍ ପରେ କରୋନା ପାଇଁ ପ୍ରାୟ ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଯୋଜନା ଘୋଷଣା କଲେ । କିନ୍ତୁ ଜନସାଧାରଣଙ୍କୁ ସଚେତନ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ପୋଲିସ୍ କର୍ମଚାରୀଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ଛୁଟି ଘୋଷଣା କରି ବସିପଡିଲେ । ଏହା କର୍ମଚାରୀଙ୍କ ପାଇଁ ଏକ ପରିତାପର ବିଷୟ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles