ଇଲେକ୍ସନ ନୁହେଁ, ହେବ ସିଲେକ୍ସନ କାରଣ କଣ

- Advertisement -

ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଇଲେକ୍ସନ ନୁହେଁ, ହେବ ସିଲେକ୍ସନ । ତେବେ ଏପରି ନୀତିକୁ କାହିକିଁ ସରକାର ଆପଣାଇଲେ । କଣ ରାଜ୍ୟ ସରକାର କଲେଜ ନିର୍ବାଚନକୁ ଡ଼ରଉଛନ୍ତି କି ନା କଲେଜ ନିର୍ବାଚନରେ ସଂସ୍କାର ଆଣିବା ପାଇଁ ଏପରି ପଦକ୍ଷପ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏବେ ଯିଏ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି ସେ ନିଜେ ଛାତ୍ର ସଂସଦ ନିର୍ବାଚନରୁ ନିର୍ବାଚିତ ହୋଇ ଆଜି ପ୍ରତ୍ୟେକ୍ଷ ରାନୀତିରେ ଅଛନ୍ତି । ଦେଶର ନେତୃତ୍ୱ ନେବାକୁ ହେଲେ କଲେଜ ସମୟରୁ ପ୍ରତିନିଧିତ୍ୱର ତରିକା ଜାଣିବା ଦରକାର । ହେଲେ ଛାତ୍ର ସଂସଦ ନିର୍ବାଚନ ଗତ କିଚି ବର୍ଷଧରି ଯେପରି ଭାବେ ହେଉଛି ତାହା ହେବା ଅପେକ୍ଷା ବନ୍ଦ ହେବା ଉଚିତ ବୋଲି ବହୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯୁବ ସାମ୍ବାଦିକ ଅଭିନାଶ ମହାପାତ୍ର ଏନେଇ କେତେଟି ଦିଗ ସୋସିଆଲ ମିଡ଼ିଆରେ ନିଜର ମତ ରଖିଛନ୍ତି । କାହିକିଁ ବନ୍ଦ ହୋଇଛି ଛାତ୍ର ସଂସଦ ନିର୍ବାଚନ । ପଢନ୍ତୁ କେତୋଟି କାରଣ

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପାଇଁ ବର୍ତ୍ତମାନର ଏ ସବୁ କାରଣ ଦାୟୀ ନୁହେଁ କି?

୧- ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ

୨-ରାଜନୀତିକ ଦଳ ଗୁଡିକର ସିଧାସଳଖ ସଂପ୍ରୁକ୍ତି

୩-ନିର୍ବାଚନରେ ବ୍ୟାପକ ଅର୍ଥ ଖର୍ଚ୍ଚ

୪-ଲିଂଗଡୋ କମିଶନଙ୍କ ନିୟମକୁ କେହି ମାନିଲେ ନିଜ

୫-ନିର୍ବାଚନ ପାଇଁ ମାସ ମାସ ଧରି ଅନ୍ୟ ପିଲାଙ୍କ ପାଠ ପଢା ନଷ୍ଟ

୬-ନିର୍ବାଚନ ପରବର୍ତ୍ତୀ ହିଂସା ଓ ଗଣ୍ଡଗୋଳ

୭-କାହାରି ଚିହ୍ନ ନଥିଲେ ବି ରାଜନୀତିକ ଦଳ ଗୁଡିକ ଶ୍ରେୟ ପାଇଁ କଥା କଟାକଟି।

୮-ବିଶେଷକରି ନିର୍ବାଚନ ପୂର୍ବରୁ ବାଣୀବିହାରରେ ହଷ୍ଟେଲ ଗଣ୍ଡଗୋଳ ଆଶଙ୍କା।

୯-କ୍ୟାରିଅର ଆରମ୍ଭ ପୂର୍ବରୁ କିଛି ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଉଛି।

୧୦-ଭବିଷ୍ୟତରେ ନେତା ହେବାର ସ୍ବପ୍ନ ଦେଖି ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ସ୍ବପ୍ନ ପୂରଣ ପାଇଁ ଚକ୍ରବ୍ୟୁହରେ ଫସି ଯାଉ ନାହାନ୍ତି କି?

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles