ଆଡମ୍ବରରେ ଚାଲିଛି ବିଘ୍ନ ହର୍ତ୍ତା ଗଜାନନଙ୍କ ଆବହନ

- Advertisement -

ବ୍ୟାସନଗର :ଆଜି ସହରଠୁ ଗାଁ ଶିକ୍ଷା ଅନୁଷ୍ଠାନ ରୁ ଆରମ୍ଭ କରି ସାହି ଗଳି ସବୁଆଡେ ଚାଲିଛି ଅଗ୍ର ପୂଜ୍ଯ ଗଣେଷଙ୍କ ପୂଜା ଅର୍ଚ୍ଚନା ।ପ୍ରାୟ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷା ଅନୁଷ୍ଠାନ ତଥା ସ୍ଥାନୀୟ ସାହି ଏବଂ ଗଳି ମାନଙ୍କରେ ଛୋଟ ବଡ ଶହେରୁ ଊର୍ଦ୍ଧ୍ବ ଅସ୍ଥାୟୀ ମଣ୍ଡପ ଦେଖିବାକୁ ମିଳିଛି ।ଏହି ମଣ୍ଡପ ଗୁଡିକରେ ଜନଗହଳି ମଧ୍ୟରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା ।ସଖାଳୁ ସଖାଳୁ ବିଦ୍ଯାର୍ଥୀମାନେ ସଜବାଜ ହୋଇ ହାତରେ ଫୁଲ ଓ ଭୋଗ ଧରି ଆନନ୍ଦରେ ସାଙ୍ଗସାଥିଙ୍କ ସହ ନିଜ ନିଜ ଶିକ୍ଷା ଅନୁଷ୍ଠାନକୁ ଯାଉଥିବା ପରିଲକ୍ଷିତ ହୋଇଥିଲା ।ଆଗାମୀ କାଲି ଶିକ୍ଷା ଅନୁଷ୍ଠାନଗୁଡିକ ପଶ୍ଚିମ ଓଡିଶାର ମୂଖ୍ୟ ପର୍ବ ନୂଆଖାଇ ପାଇଁ ଛୁଟି ଥିବାରୁ ବୁଧବାର ଦିନ ବିସର୍ଜନ କରାଯିବ ବୋଲି କିଛି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି ।ସେହିପରି ବିଭିନ୍ନ ବଜାର ଓ ସାହି ମାନଙ୍କରେ ହେଉଥିବା ପୂଜା ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ରହିବାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles