ଅସହାୟଙ୍କୁ ସହାୟ ହେଲେ ଯୁବନେତା,ସ୍ବେଚ୍ଛାସେବୀ ଓ ସାମ୍ବାଦିକ ।

- Advertisement -

କୋରାପୁଟ : କରୋନା ଭୁତାଣୁ ସଂକ୍ରମଣ ଶିକାରରୁ ଜନସାଧାରଣଙ୍କୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସାରା ଭାରତ ଲକ୍ ଡାଉନ୍ ହୋଇଥିବା ବେକେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ  ସେମିଲିଗୁଡା ଓ ସୁନାବେଡା ସହର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।ତେଣୁ ଏହି ଅଞ୍ଚଳରେ ବାସ କରୁଥିବା ନିସହାୟ ଭିକାରି ଓ ଭୋକିଲା ଲୋକମାନଙ୍କୁ ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ ଓ ଯୁବନେତାଙ୍କ ମିଳିତ ଉଦ୍ୟମରେ ରନ୍ଧା ଖାଦ୍ୟ ବଣ୍ଟନ କରି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି l ସାରା ଭାରତ ଲକ ଡାଉନ ଘୋଷଣା ଦିନ ଠାରୁ ସେମିଲିଗୁଡା ଓ ସୁନାବେଡା ସହରର ହାଟ, ବସ୍ ଷ୍ଟାଣ୍ଡ୍ ,ବିଭିନ୍ନ ବସ୍ତି , ଗୋପବନ୍ଧୁ ନଗର , ନାଲକୋ ଛକ, ପୌର ପରିଷଦର ଟ୍ରାଫିକ ଛକ, ସୁନାବେଡା ଏଇଏଫ ମାର୍କେଟ, ହlଲର ଜଗନ୍ନାଥ ମାର୍କେଟ, ଟାଉନସିପ୍ ର ବିଭିନ୍ନ ମାର୍କେଟ ଓ ରାସ୍ତା ପାର୍ଶ୍ୱରେ ରହୁଥିବା ଅସହାୟ ଏବଂ ଭୋକିଲା ମାନଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି l ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟରେ ସ୍ବେଚ୍ଛାସେବୀ କୈଳାଶ ଚନ୍ଦ୍ର ଲେଙ୍କା, ଇଭାରାଣୀ ପଟ୍ଟନାୟକ , ବସନ୍ତ କୁମାର ସ୍ୱାଇଁ , ବି ନାଗେଶ୍ୱର ରାଓ, ଏ.ନାଗରାଜୁ , କେ.ସମେସ୍ଵର ରାଓ, ଶଙ୍କର ଜେନ୍ , ଘନଶ୍ୟାମ ବରାଡ଼, ଶଙ୍କର ମହାପାତ୍ର, ବିଦ୍ୟାଧର ପରିଡା, ଜୟ ବlଡତ୍ଯା, ସୁଶାନ୍ତ କୁମାର ସାହୁ, ଯୁବନେତା ଅଶୋକ କୁମାର ପ୍ରଧାନ, ଇଶ୍ବର ଆଲ୍ଲାଦ୍ ,ପ୍ରଭାତ ସୂତାର , କେ. ସମେସ୍ଵର ରାଓ, ବି. ନାଗେଶ୍ବର ରାଓ ଓ ସାମ୍ବାଦିକ ବାସୁଦେବ୍ ବରାଡ, ଶଶଧର ରାଉତ, କୃତିବାସ ପ୍ରଧାନ ପ୍ରମୁଖ ସହଯୋଗ କରି ରନ୍ଧା ଖାଦ୍ୟ ସହ ପାଣି ବାଣ୍ଟିଥିଲେ । ଏହି ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଲକଡାଉନ୍ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି । ଏପରି ଏକ ମହତ୍ କାର୍ଯ୍ୟକ୍ରମକୁ ଜନସାଧାରଣ ତଥା ବୁୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି  l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles