ଅମ୍ପନ,ଅଞ୍ଚଳରେ କରିଛି ସାମାନ୍ୟ କମ୍ପନ ।

- Advertisement -

ବିଜୁଳି ଆଲୁଅ ଓ ପିଇବା ପାଣି ପାଇଁ ହନ୍ତସନ୍ତ ଅଞ୍ଚଳ ବାସୀ ।

ଯାଜପୁର : ସାମୁଦ୍ରିକ ଝଡ଼ ଅମ୍ପନର ସାମାନ୍ୟ ପ୍ରଭାବ ବ୍ୟାସନଗର ଅଞ୍ଚଳରେ ପରିଲକ୍ଷିତ ହୋଇଛି ।ପୂର୍ବ ସୂଚନା ଅନୁଯାୟୀ ଗତ ରାତିରୁ ସାମାନ୍ୟ ବର୍ଷା ସହ ପବନ ଅନୁଭୂତ ହୋଇଥିଲା ।ଆଜି ସଖାଳୁ ପବନ ସହ ବର୍ଷାର ବେଗ ସାମାନ୍ୟ ଅଧିକ ବଢିଥିଲା ।ଦିନ ତମାମ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହୁଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।ଗତ ରାତିରୁ ବିଜୁଳି ସରବରାହ ବନ୍ଦ ଥିବାରୁ ଅଞ୍ଚଳବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବିଜୁଳି ସରବରାହ ବନ୍ଦ ଯୋଗୁଁ ଅଞ୍ଚଳବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି ।ଏହି ଅଞ୍ଚଳରେ ଅମ୍ପନର ବିଶେଷ ପ୍ରଭାବ ନଥିବା ବେଳେ ବିଜୁଳି ଓ ଜଳ ଯୋଗାଣ ବନ୍ଦକୁ ସାଧାରଣରେ ନାପସନ୍ଦ କରିଛନ୍ତି ।ମିଳିଥିବା ସୂଚନା ମୁତାବକ ପବନ ଯୋଗୁଁ ଚୋରଦା, କହ୍ନେଇପୁର ଅଞ୍ଚଳରେ କିଛି ଗଛ ଭାଙ୍ଗିବା ସହ ବିଦ୍ଯୁତ ତାର ଛିଣ୍ଡିଥିବାରୁ ବିଦ୍ଯୁତ ବିଭାଗ କର୍ମଚାରୀ ଏକାଧିକ ଗୋଷ୍ଠୀରେ ଭାଗ ହୋଇ ଯଥା ଶୀଘ୍ର ବିଜୁଳି ସଂଯୋଗ କରିବାକୁ ଚେଷ୍ଟା କରୁଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା)

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles