( ) ପାଇକ ବିଦ୍ରୋହ ନେଇ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା
1817ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭେଦକର। ଏହାକି ପାଠ୍ୟକ୍ରମ ରେ ସନ୍ନିବେଶିତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ସେଭଳି କିଛି ପ୍ରସ୍ତାବ ନଥିବା କହିଛନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ଏହା ଓଡ଼ିଶାର ଅସ୍ମିତା ଏତିହ୍ୟ ପରମ୍ପରା, ଅସ୍ମିତାଓ ଗୌରବ ପ୍ରତି ଚରମ କୁଠାରଘାତ। 1990 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସର୍ବଦଳୀୟ ପ୍ରତିନିଧି ସମ୍ମଳନୀ ହୋଇଥିଲା। ଯେଉଁଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ କେନ୍ଦ୍ର ନିକଟରେ ଦାବି କୁ ଜୋରଦାର କରାଯିବ ବୋଲି ସର୍ବ ସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା। ଏଥି ସହିତ ଗଡ଼ ଖୋରଧା ଠାରେ ଐତିହାସିକ ଦୁର୍ଗର ମରାମତି ସହିଦ ସ୍ମାରକୀ ସ୍ତମ୍ଭର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥାଲା। ସେହିଭଳି ସମରକଳା ପ୍ରତିଷ୍ଠାନ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯିବ ସହ ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ହେଲେ କେନ୍ଦ୍ର ସରକାର ଦୁଇବର୍ଷ ଧରି ଏହାକୁ ପକାଇ ରଖିଛନ୍ତି । ପାଇକ ମାନଙ୍କୁ କଳାକାର ଭତ୍ତାରେ ସାମିଲ, ରାଜ୍ୟ ସଂଗ୍ରହାଳୟରେ ପାଇକ ଗ୍ୟାଲେରୀ ଭଳି ପ୍ରତିଷ୍ଠା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର। 1804 ମସିହାରେ ଜୟୀରାଜଗୁରୁ ପ୍ରଥମ ଥର ଲାଗି ଇରେଜ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କ ଗାଁ ରେ ପ୍ରତିମର୍ତ୍ତୀ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ 2017 ଜୁଲାଇ 19ରେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜନାଥ ସିଂ ଙ୍କୁ ଚିଠି ଲେଖିଥିଲେ। ଏସବି ସତ୍ତ୍ୱେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। ଏହା ଓଡ଼ିଆ ସ୍ୱାଭିମାନ, ଅସ୍ମିତା, ପରମ୍ପରା ଓ ଐତିହ୍ୟ ପ୍ରତି କୁଠାର ଘାତ। ଏହି ପ୍ରସଙ୍ଗରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଉ ଏବଂ ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା।
ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି: ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା
- Advertisement -