ଭୁବନେଶ୍ୱର: ଆଜି ଗୋଟିଏ ଦିନ ପାଇଁ ବିଧାନସଭାକୁ ସଟ୍ ଡାଉନ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟଙ୍କ ଠାରେ କରୋନା ପୋଜିଟିଭ ବାହାରିବା ପରେ ଏପରି ନିଷ୍ପତି ନିଆଯାଇଛି। ତେବେ ଆସନ୍ତା କାଲି ଓ ରବିବାର ସାପ୍ତାହିକ ସଟ୍ ଡାଉନ। ତେବେ ସୋମବାର ଦିନ ପରିସ୍ଥିତି ଦେଖି ପୁଣି ଥରେ ନିଷ୍ପତ୍ତି ନିଆଯିବ।
ବିଧାନସଭା ସଟ୍ ଡାଉନ ଉପରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ସଟ୍ ଡାଉନ ସମୟରେ ବିଧାନସଭାକୁ ସମ୍ପୁର୍ଣ୍ଣ ସାନିଟାଇଜ କରାଯିବ। ଯେମିତି କୌଣସି ବିଧାୟକ କିମ୍ବା କର୍ମଚାରୀଙ୍କୁ କରନା ସଂକ୍ରମଣ ନ ହୁଏ ।ସେ ନେଇ ବିଧାନସଭାରେ ସବୁ ପ୍ରତିକାର ବ୍ୟବସ୍ଥା କରାଯାଉଛି। ଯଦି ବିଧାୟକମାନେ ନିଜେ ନିଜର ପରୀକ୍ଷା କରିବାକୁ କେହି ମନା କରୁନାହାନ୍ତି। ବିଜେଡ଼ି ବିଧାୟକମାନେ ଆମେ କେଉଁ ଗହଳିକୁ ଯାଉନୁ କି କାହା ସହିତ ମିଶିନୁ। କୌଣସି ରାଜନୈତିକ କାର୍ଯ୍ୟକ୍ରମ ବି କରୁନୁ। କେବଳ ୩ ଜଣ ଲୋକଙ୍କୁ ନେଇ ଆଲୋଚନା କରୁଛୁ। ଦରକାର ପଡ଼ିଲେ ଜଣ ଜଣଙ୍କୁ ଡ଼ାକି କଥା ହେଉଛୁ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି କୋବିଡ଼ ନିୟମାବଳୀ ପାଳନ କରିବାକୁ। ଯାହା କି ଆମ ଦଳର ସମସ୍ତ ସଦସ୍ୟ ଶୃଙ୍ଖଳିତ ଭାବେ ପାଳନ କରିଛନ୍ତି।
ସମ୍ପୂର୍ଣ୍ଣ ବିଧାନସଭା ସାନିଟାଇଜ ହେବ, ସମସ୍ତଙ୍କ ସୁରକ୍ଷା ଆମ ଦାୟିତ୍ୱ : ପ୍ରମିଳା ମଲ୍ଲିକ
- Advertisement -