ନଭେମ୍ବର ଯାଏଁ ଗରିବ ଲୋକଙ୍କୁ ମିଳିବ ମାଗଣା ରାସନ : ମୋଦି

- Advertisement -

ନୂଆଦିଲ୍ଲୀ: ଆଜି ଲକ୍ ଡାଉନ ୧.୦ ର ଶେଷ ଦିନ। ଆଉ ଆସନ୍ତାକାଲି ଲକ୍ ଡାଉନ ୨.୦ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମ୍ବୋଧନ ସମୟରେ ସେ ଦେଶର ଗରିବ ଭାଇଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।ଆସନ୍ତା ୫ ମାସ ଯାଏଁ ଗରିବଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ । ଅର୍ଥାତ ଆସନ୍ତା ନଭେମ୍ବର ଯାଏଁ ମିଳିବ ମାଗଣା ରାସନ । ସେ ଘୋଷଣା କରିଛନ୍ତିଯେ, ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ ଯାଏଁ ମାଗଣା ରାସନ ମିଳିବ । ପୂର୍ବରୁ ମଧ୍ୟ ସରକାର ୩ ମାସର ମାଗଣାରେ ରାସନ ଦେଇସାରିଛନ୍ତି।
ଏହି ଯୋଜନା ଆଧାରରେ ଗରିବଙ୍କୁ ୫ କିଲୋ ମାଗଣାରେ ଗହମ କିମ୍ବା ଚାଉଳ ଓ ଏକ କିଲୋ ଡାଲି ଦିଆଯିବ। ଏହି ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ଲାଗୁ କରିବାରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯେବେଠୁ ଏହି ଯୋଜନା ଆରମ୍ଭ ହୋଇଛି ସେବେଠୁ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଢ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ୮୦ କୋଟି ଲୋକଙ୍କୁ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles