ଅଦୃଶ୍ୟ ବୋଝ, ଅଦୃଶ୍ୟ କଷ୍ଟକୁ ସହିପାରେ ମା

- Advertisement -

ଝୁଣ୍ଟି ପଡିଲେ ପାଟିରୁ ଆପେ ଆପେ ବାହାରି ପଡେ ମା ଲୋ। ଯେତେବେଳେ ମଣିଷ ପୁରା ନିରାଶ କି ଦୁଃଖରେ ଥାଏ ମନ ପ୍ରଥମେ ଖୋଜେ ମାକୁ। କାରଣ ମା ସବୁବେଳେ ଶାହା। ପିଲାର ଚିନ୍ତା ତାକୁ ସବୁବେଳେ ଘାରିଥାଏ। ମା ଆଖିରେ ତା ପୁଅ ଓ ଝିଅ ସବୁବେଳେ ଛୁଆଁ। ନିଜେ ନଖାଇ ଯିଏ ଖାଇବା ଖୁଆଇ ଥାଏ, ଦୁଃଖରେ ଥାଇ ମଧ୍ୟ ଯିଏ ହସିପାରେ, ସଂସାରର ସବୁ ଅଦୃଶ୍ୟ ବୋଝକୁ ଯିଏ ନିଜ ମୁଣ୍ଡରେ ବୋହିପାରେ , ଅନ୍ୟକୁ ନିଦରେ ଶୋଇବା ପାଇଁ ଯିଏ ରାତି ରାତି ଅନିଦ୍ରା ହୋଇପାରେ, ଦୁଃଖ, ଯନ୍ତ୍ରଣା ଭିତରେ ରହି ଯିଏ ଖୁସି ଥାଏ, ସବୁ ନା ରେ ଯାହାର ହଁ ଥାଏ, ନିଜେ କଷ୍ଟରେ ରହି ଯିଏ ଅନ୍ୟର କଷ୍ଟ ଦୂର କରେ ସେ ହେଉଛି ମା। ସବୁ ଜାଣି ଯିଏ ପିଲାର ସଦା ସର୍ବଦା ମଙ୍ଗଳ ଚାହେଁ ସେ ମା। ଘରେ ସମସ୍ତେ ଖାଇ ସାରିବା ପରେ ଖାଏ, ସମସ୍ତେ ଶୋଇ ସାରିବା ପରେ ଶୁଏ, ପୁଣି ସକାଳୁ ସମସ୍ତେ ଉଠିବା ପୂର୍ବରୁ ଉଠେ , ଜୀବନର ଶେଷ ନିଃଶ୍ୱାସ ଯାଏ ଯିଏ ଘର ଓ ପିଲାଛୁଆଁଙ୍କ ଚିନ୍ତାରେ ରହେ ସେ ହେଉଛି ମା। ସେଥିପାଇଁ କଥାରେ ଅଛି ” *ମା ଅଛି ଯାହାର କି ସୁଖ ତାହାର”* । ସେ ସବୁ ବୁଝେ, ସବୁ ଜାଣେ ତଥାପି ପିଲାକୁ କେବେ ଅଭାବ କି ଅସୁବିଧା ଜଣାଇବା ପାଇଁ ଦିଏ ନାହିଁ । ତାହା ପାଖରେ ସବୁବେଳେ ଥାଏ ଭଳ ପାଇବା ଓ ଆଶିର୍ବାଦ। ମା କେତେବେଳେ ଜନ୍ମଦାତ୍ରୀ ତ କେତେବେଳେ ପାଳନ କର୍ତ୍ତା । ୧୦ ମାସ ୧୦ଦିନ ଗର୍ଭରେ ଧରି ଯିଏ ଯାହାର ରକ୍ତ ଦେଇ ଆମକୁ ଏ ସଂସାରକୁ ଆଣେ ସେ ପରା ମା। ମା କେବେ ବି କାହାକୁ କଷ୍ଟ ଦେଇ ପାରେନା। କାରଣ ସେ ସବୁ କଷ୍ଟ ଓ ବୋଝ ନେବା ପାଇଁ ସଂସାରକୁ ଆସେ। ମା ଧରିତ୍ରୀ ପୁରା ପୁଥିବୀର ବୋଝକୁ ମୁଣ୍ଡାଇ ନେଉଥିବା ବେଳେ ଏ ସୁନ୍ଦର ସମାଜର ବୋଝକୁ ମା ପା ମୁଣ୍ଡେଇଛି। ମା ରୂପ ଗୋଟେ ନା କେବଳ ଅନେକ। ସବୁଠି ସେ ପିଲାଙ୍କ ପାଇଁ ଗୋଟେ ମା କେବେବି ନିଜ ସନ୍ତାନର ଅମଙ୍ଗଳ କରିପାରେନା। ସେ ଜନ୍ମଦେଇଥିବା ମା ହେଉ କି ମା ରୂପରେ ଆମକୁ ନିଜ ଠାରୁ ଅଧିକ ଭଲ ପାଉଥିବା ମା । ମା ସବୁବେଳେ ସନ୍ଧେହ ଓ ଅଭିଯୋଗ ର ଉର୍ଦ୍ଧରେ । ସେ କଥା ଭାବିବା ବି ପାପ l କାରଣ କଷ୍ଟ ନୁହେଁ କଷ୍ଟ ଲାଘବ ପାଇଁ ସେ ଭଗବାନ ରୂପରେ ସଂସାରକୁ ଆସିଛି । ଆଜିର ଆଧୁନିକ ଯୁଗରେ ମାତୃ ଦିବସରେ କେବଳ ବହୁ ଲୋକଙ୍କ ମାଙ୍କ ପ୍ରତି ଥିବା ଭଲ ପାଇବା ଝରି ପଡେ। ହେଲେ ଗୋଟେ ଦିନରେ ସୀମିତ ନୁହେଁ ମା ଦିବସ । ମା ପାଇଁ ଜୀବନ ସାରା ଏମିତି ନିସ୍ବାର୍ଥପର ଭଲ ପାଇବା ସବୁ ସନ୍ତାନ ପାଖରେ ରହିବା ନିହାତି ଦରକାର । କାରଣ ମା ଶବ୍ଦରେ ନଥାଏ ପର କି ଆପଣାର । ଚାଲନ୍ତୁ ଭଗବାନ ରୂପୀ କରୁଣାମୟୀ, ଦୟାମୟୀ, ଦୟା ସାଗର ପରି ଆମ ମା କୁ ପୂଜା କରିବା ଓ ମା ର କିଛି ଟା କଷ୍ଟକୁ ନିଜେ ନେବାକୁ ଚେଷ୍ଟା କରିବା। ତାହାହିଁ ଆଜିର ଦିନରେ ପ୍ରତ୍ୟେକ ମା ଚାହେଁ । କାରଣ ସେ ସବୁବେଳେ ଚାହେଁ ମୋ ପୁଅ ଓ ମୋ ଝିଅ, ମୋ ବୋହୁ, ମୋ ନାତି, ମୋ ନାତୁଣୀ ଓ ମୋ ସ୍ବାମୀ ସବୁବେଳେ ଖୁସିରେ ରୁହନ୍ତୁ ଓ ତାଙ୍କର ସବୁ ଦୁଃଖ ଓ କଷ୍ଟ ମତେ ଦିଅ ପ୍ରଭୁ । ଏ ଭଲ ପାଇବା ଓ ଭାବନା ଆଉ କାହା ପାଖରେ ଅଛି । ମା’ଲୋ ତୋ ପାଇଁ ମୁଁ ଆଜି ଏ ସଂସାରରେ ଦେଖୁଛି। ତେଣୁ ତୋ ନି ସ୍ୱାର୍ଥ ଭଲ ପାଇବା ଏ ଦୁନିଆରେ ଆଉ କାହା ପାଖେ ନାହିଁ। ମାତୃ ଦିବସରେ ସବୁ ମାଙ୍କୁ ମୋର କୋଟି କୋଟି ପ୍ରଣାମ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles