୯ଦିନ ପରେ ନବଦିନାତ୍ମକ ଯାତ୍ରା
ଜଗତର ନାଥ ଜଗନ୍ନାଥ। କାଳିଆ, ଚକାଆଖିଆ, ମଣିମା, ସାଆନ୍ତେ, ଏମିତି ଅନେକ ନାଁରେ ନାମିତ ଦିଅଁ ହେଉଛନ୍ତି ଜଗନ୍ନାଥ । ଭକ୍ତ ଓ ଭଗବାନ ସମ୍ପର୍କର ସେ ହେଉଛି ପ୍ରାଣକର୍ତ୍ତା । ଚକାଚକା ଆଖିରେ ଜଗତକୁ ପୁରା ଜଗତକୁ ଚାହିଁ ରହନ୍ତି । ସଭିଁଙ୍କ ଦୁଃଖ ଓ ସୁଖର ସାଥୀ ସେ । କୋଟିକୋଟି ଭକ୍ତଙ୍କ ସେ ହେଉଛନ୍ତି ମୁରବୀ । ମାନବ,ଦାନବ , ଦେବାତା ସଭିଁଏ ତାଙ୍କ ଶରଣରେ। ସେ ଉଦ୍ଧାରକର୍ତ୍ତା , ସେ ଦାୟାବନ୍ତ, ସେ ପୁଣି ନିୟତା । ବିଶ୍ବବ୍ରହ୍ମାଣ୍ଡର ନାୟକ ସେ । ସେ ସୃଷ୍ଟି , ସେ ବି ସଷ୍ଟ୍ରା । ତାଙ୍କ ବିନା ଅନୁମତିରେ ପତ୍ରଟିଏ ବି ହଲେ ନାହିଁ । ସଭିଁଙ୍କ ଭିତରେ ସେ ତାଙ୍କ ଭିତରେ ସମସ୍ତେ । ଚକାଆଖି ସହ ଆଖି ମିଶାଇବାକୁ ବର୍ଷକୁ ଥରେ ଭକ୍ତକୁ ମିଳେ ପୂର୍ଣ୍ଣ ସ୍ବାଧୀନତା ।
ଭକ୍ତଙ୍କ ଇଛାପୂରଣ କରିବା ପାଇଁ ଜଗତର ନାଥ ଜଗନ୍ନାଥ ଶ୍ରୀମନ୍ଦିର ଛାଡି ୯ଦିନ ଧରି ବାହାରୁ ଆସନ୍ତି ମାନବୀୟ ଲୀଳା କରିବା ପାଇଁ । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ୯ ଦିନ ଧରି ନବଦିନାତ୍ମକ ଯାତ୍ରା ବାହାରିପଡନ୍ତି ବିଶ୍ବକର୍ତ୍ତା । ରତ୍ନବେଦୀରୁ ଜନ୍ମବେଦୀକୁ ଏହି ନବଦିନାତ୍ମକ ଯାତ୍ରା ପୁରା ବିଶ୍ବରେ ଆନନ୍ଦ ଖେଳାଇ ଦିଏ । ଦୁନିଆର ସବୁଠାରୁ ଦାମୀ ରଥରେ ବସି ବଡଦାଣ୍ଡକୁ ବାହାରି ଆସନ୍ତି ବଡ ଠାକୁର । ଜଗନ୍ନାଥ ଭକ୍ତଙ୍କୁ ,ଭକ୍ତ ଜଗନ୍ନାଥଙ୍କୁ ଦେଖିବା ବର୍ଷତମାନ ଅନାଇ ବସିଥାନ୍ତି ।
ଶ୍ରୀଗୁଣ୍ଡିଛା ଯାତ୍ରାରୁ ବାହୁଡା ଯାତ୍ରା ଯାଏ ପୁରା ଅପୂର୍ବ ଯାତ୍ରା ଦେଖିବାକୁ ବଡ ଦାଣ୍ଡରେ ଭକ୍ତଙ୍କ ଭିଡ ଜମେ । ଜୁନ ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଯାତ୍ରା ଯେତିକି ପାଖେଇ ଆସୁଛି, ବଡ ଦାଣ୍ଡରେ କାଳିଆ ରଥ ସେତିକି ନୂଆରୂପ ନେବାରେ ଲାଗିଛି । ଦିନରାତି ଏକକରି ମହାରଣାମାନେ ରଥ ନିର୍ମାଣରେ ଲାଗିପଡିଛନ୍ତି । ଭକ୍ତ ଯେତିକି ବ୍ୟାକୁଳ ରଥଯାତ୍ରା ପାଇଁ ମଣିଆ ମଧ୍ୟ ସେତିକି ବ୍ୟାକୁଳ । କାରଣ ଭକ୍ତ ଓ ଭଗବାନଙ୍କ ମହାମିଳନ ପର୍ବ ହେଉଛି ରଥଯାତ୍ରା । ରଥରେ କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ ସଭିଁଙ୍କ ଇଚ୍ଛା । ସେ ଅନୁଭୂତି ଓ ଅନୁଭବକୁ କେବେ ଶଦ୍ଧରେ ପରିପ୍ରକାଣ କରିହେବନି । କାଳିଆ ମାନବୀ୍ୟ ଲୀଳା ଦେଖିବା ଭାଗ୍ୟରେ ଥିଲେ ଆସେ । ଝୁଲି ଝୁଲି, ରହି ରହି , ସମସ୍ତଙ୍କୁ ଚାହିଁ କାଳିଆ ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ପହଣ୍ଡିରେ ଚାଲି ଆସନ୍ତି । ନାଚ, ଗୀତ,କିର୍ତ୍ତନ ସହ ଭକ୍ତିମୟ ପରିବେଶରେ କାଳିଆ ଭକ୍ତଙ୍କ ପ୍ରେମରେ ବିଭୋର ହୋଇପଡନ୍ତି ଜଗତ ଠାକୁର । ଭକ୍ତ ବି କାଳିଆ ପ୍ରେମରେ ବାଇଆ ହୋଇଯାଏ । ମଣିଆ ଜଗନ ଉଦ୍ଧାର କର , ସର୍ବକ୍ଷମା ଜରିଆରେ ସଭିଁଙ୍କ ଦୋଷକୁ କ୍ଷମାକର ପ୍ରଭୁ । ଜଗତର ଦୁଃଖ ବୁଝ, ସଭିଁଙ୍କୁ ଭଲବାଟ ଦେଖାଅ । ଆଉ ୯ ଦିନ ବାକି ରହିଲା କାଳିଆ ଘୋଷଯାତ୍ରା । ବଡଦାଣ୍ଡରେ ଏବେଠାରୁ ଭିଡ ଜମିଲାଣୀ । ସଭିଁଏ କାଳିଆ ସାଆନ୍ତଙ୍କ ପାଖରେ ଗୁହାରୀ ପ୍ରଭୁ ମତେ ରଥରେ ଦର୍ଶନ ଦେବୁ । କାଳିଆରେ ତୋର ନବଦିନାତ୍ମକ ଯାତ୍ରାରେ ମତେ ଡାକିବୁ । ମୁଁ ଯିବେ । ତତେ ମନଭରି ଦେଖିବି ଓ ମନକଥା କହିବି । ଏମିତି ଭାବ ରଖି ସମସ୍ତେ ଅପେକ୍ଷା କରିଛନ୍ତି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ।
ଜୟ ଜଗନ୍ନାଥ
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy