ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ । ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ଶ୍ରୀ ବିଦ୍ୟୁତ ମୁଖାର୍ଜୀ ମଧ୍ୟ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟିଛନ୍ତି ।

ସମାଜ ଗଠନର ସାହାଯ୍ୟ କାମନା କରି ଆରଏସଏସ୍ ତରଫରୁ ଜାରୀ ରହିଥିବା ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସଂଘ ନେତୃବୃନ୍ଦ ସମାଜର ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରୁଛନ୍ତି । ପ୍ରଫେସର ନାୟକଙ୍କୁ ଶ୍ରୀଯୁକ୍ତ ରାମଲାଲ ଓ ଶ୍ରୀ ମୁଖାର୍ଜୀ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଉପସ୍ଥିତ ଥିଲେ ।

ସମ୍ବଲପୁର ଜିଲ୍ଲା ଶାଖାର ,ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ….

() ଆଜି ଓୟୁଜେ ସମ୍ବଲପୁର ଜିଲ୍ଲା ଶାଖାର , ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରେଙ୍ଗାଲି ଟ୍ରକ ୟୁନିଅନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ପ୍ରଭାତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏଥିରେ ରାଜ୍ୟ କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ , ଜିଲ୍ଲା ସମ୍ପାଦକ ଶରତ ପ୍ରଧାନ ପ୍ରମୁଖ ଯୋଗଦେଇ ସାଙ୍ଗଠନିକ ଆଲୋଚନା କରିବା ସହ ନିକଟରେ ରାଜ୍ୟ ସରକାର ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶି କୁ ୨ ଲକ୍ଷ ଟଙ୍କା ରୁ ୫ ଲକ୍ଷ ଟଙ୍କା କୁ ବୃଦ୍ଧି କରିଥିବାରୁ ବୈଠକରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏଥିସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ,ମାତା ପିତାଙ୍କୁ ବୀମା ଯୋଜନା ରେ ସାମିଲ ଓ ପେନସନ ଯୋଜନ ଲାଗୁ କରିବା ପାଇଁ ସରକାରଙ୍କୁ ଦାବି କରାଯାଇଥିଲା l ଏଥିସହ ପୂର୍ବ ରୁ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରିବା ସହ କରୋନା ରେ ମୃତୁ ବରଣ କରିଥିବା ସାମ୍ବାଦିକ ମାନଙ୍କୁ ପନ୍ଦର ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାରୁ ବୈଠକ ରେ ସରକାର ଧନ୍ୟବାଦ ଅର୍ପଣ କରାଯାଇଥିଲା l ଏହି ଅବସରରେ ସ୍ଥାନୀୟ ବିଇଓ କାର୍ଯlଲୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା

ସୋଆ କୃଷି ମହାବିଦ୍ୟାଳୟରେ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଉଦ୍‌ଘାଟିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨ଟି ଲ୍ୟାବର ଉଦ୍‌ଘାଟନ କରିଥିଲେ । ଏହି ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ପ୍ରୟୋଗଶାଳାର ଉଦ୍‌ଘାଟନ କରିବା ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସାମ୍ପ୍ରତିକ ଜୀବ ବିଜ୍ଞାନରେ ଉପଯୋଗ କରିବା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅଧିକ ଜାଣିବା ପାଇଁ ଏହି ପ୍ରୟୋଗଶାଳା ବ୍ୟବହୃତ ହେବ । ଏହା ଦ୍ୱାରା ସ୍ନାତକୋତର ଓ ପିଏଚ୍‌ଡି ଶିକ୍ଷାର ମାନ ବୃଦ୍ଧି ପାଇବ ତଥା କୃଷି ଓ ଜୀବ ବିଜ୍ଞାନର ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି ଅବସରରେ ଆଇଏଏସ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ପ୍ରଦେଶ ଛାତ୍ର କଂଗ୍ରେସ ର କ୍ୟାଣ୍ଡଲ ମାର୍ଚ୍ଚ…

{} ପ୍ରଦେଶ ଛାତ୍ର କଂଗ୍ରେସ କ୍ୟାଣ୍ଡଲ ମାର୍ଚ୍ଚ ,

ମୋଦୀ ଶାସନରେ ମଣିପୁର ଓ ଦେଶରେ ମହିଳା ଅସୁରକ୍ଷିତ ,

ମଣିପୁରରେ ଡବ୍‌ଲ ଇଞ୍ଜିନ୍ ସରକାରର କୁଶାସନକୁ ଦେଶବାସୀ ଦେଖିଲେ ।

 

()  ଆଜି ପ୍ରଦଶେ ଛାତ୍ର କଂଗ୍ରେସ ସଭାପତି ସୟଦ୍ ୟାସିର ନୱାଜଙ୍କ ନେତୃତ୍ୱରେ ମଣିପୁର ହିଂସା କାଣ୍ଡ, ହତ୍ୟା, ମହିଳାଙ୍କୁ ଉଲଗ୍ନ ଏବଂ ଦୁଷ୍କର୍ମ ତଥା ସାରା ଦେଶରେ ବିଜେପି, ଆରଏସ୍‌.ଏସ୍‌, ଏବିଭିପିର ମହିଳାଙ୍କ ପ୍ରତି ଆଚରଣ ଓ ଅତ୍ୟାଚାର ବିରୁଦ୍ଧରେ ଏକ କ୍ୟାଣ୍ଡଲ ମାର୍ଚ୍ଚ ସଂନ୍ଧ୍ୟା ବେଳେ କଂଗ୍ରେସ ଭବନରୁ ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ରାମ ମନ୍ଦିର ଠାରେ ସମସ୍ତ ଛାତ୍ର କଂଗ୍ରେସର କର୍ମକର୍ତା, କର୍ମୀ ଓ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତୃବୃନ୍ଦ କ୍ୟାଣ୍ଡଲ ଲଗାଇ ମଣିପୁର ହିଂସାରେ ଜୀବନ ହରାଇଥିବା ସାଧାରଣ ଜନତାଙ୍କର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ । ଶୀଘ୍ର ମଣିପୁର ଠାରେ ହିଂସା ବନ୍ଦ ହେବା ପାଇଁ ଭଗବାନଙ୍କ ପାଖରେ ମିନତି କରିଥିଲେ । ଏହି ପରିପ୍ରେକ୍ଷିରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ, ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଘୋଡ଼ ନିଦରେ ଶୋଇଛନ୍ତି । ଦଙ୍ଗା କ୍ଷତିଗ୍ରସ୍ତ ମଣିପୁରବାସୀଙ୍କ ପାଇଁ ମୋଦୀଙ୍କ ହୃଦୟରେ ଦରଦ ନାହିଁ । ମଣିପୁରରେ ଓ ଭାରତରେ ମୋଦୀ ଶାସନରେ ମହିଳା ଅସୁରକ୍ଷିତ ଓ ଲୁଣ୍ଠିତ । ମଣିପୁର ହିଂସାକାଣ୍ଡକୁ ବିଜେପି ଆରଏସ୍‌ଏସ୍‌, ଏବିଭିପି ତଥା ମୋଦୀ ସରକାର ଉଷ୍‌କାଉଛନ୍ତି।

ମଣିପୁର ହିଂସାକାଣ୍ଡ ପରେ ଗୋଟିଏ ଦିନ ପରେ ଦୁଇ ଜଣ ମହିଳାଙ୍କ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ମଣିପୁର ପୋଲିସ୍ ଦୁଷ୍କର୍ମକାରୀ ଓ ଦଙ୍ଗାକାରୀଙ୍କ ସପକ୍ଷରେ ରହିଛନ୍ତ । ଘଟଣାକୁ ଚପାଇ ଦିଆଗଲା ଏବଂ ଦୁଇମାସ ପରେ ଘଟଣାର ପର୍ଦାଫାସ ହେଲାପରେ ସାରା ଦେଶ ମୋଦୀ ସରକାର ଏବଂ ମଣିପୁର ସରକାରଙ୍କର ଅସଲସ୍ୱରୂପ ଦେଖିଲେ ।

ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ଶାହା ଯିଏକି ବିଗତ ଦିନରେ ଦଙ୍ଗା କରିବାର ଅଭିଜ୍ଞତା ଅର୍ଜନ କରିଥିଲେ, ମଣିପୁର ଦଙ୍ଗାକୁ ସିଏ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଜଣାପଡ଼ୁଛି । ଅନ୍ୟପକ୍ଷରେ ସାରା ଦେଶରେ ଯେଉଁଠାରେ ମହିଳା ଦୁଷ୍କର୍ମ, ହତ୍ୟା କିମ୍ବା ଅତ୍ୟାଚର ଘଟଣା ଲୋକ ଲୋଚନକୁ ଆସୁଛି, ସବୁଥିରେ ବିଜେପି, ଏବିଭିପି ଓ ଆରଏସ୍‌.ଏସ୍ ସଭ୍ୟମାନଙ୍କର ସଂପୃକ୍ତ ରହିଛନ୍ତି । ଦିଲ୍ଲୀରେ ମହିଳା ମଲ୍ଲଯୋଦ୍ଧାଙ୍କୁ ଅତ୍ୟାଚାର ଘଟଣା, ଉନାଓ, କାଠୁଆ, ହାଥରାସ୍‌, ଯୋଧୁପୁର ପ୍ରଭୂତି ଘଟଣାରେ ମହିଳା ଦୁଷ୍କର୍ମ ଓ ହତ୍ୟା ପ୍ରଭୃତିରେ ସେମାନଙ୍କର ଭୂମିକା ସାରା ଦେଶ ନିନ୍ଦା କରୁଛି । ମହିଳା ମାନଙ୍କର ସୁରକ୍ଷା ପ୍ରତି ମୋଦୀ ସରକାର ଉଦାସୀନ । ଏ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ମୋଦୀ ଶାସନର ଅସଲ ରୂପ ମଣିପୁରରେ ପରିଦୃଷ୍ଟ । ମୋଦୀ ଶାସନରେ ନାରୀସୁରକ୍ଷା ଏକ ଚିନ୍ତାଜନକ ପରିସ୍ଥିତିରେ ପହଂଚିଛି ।

କଂଗ୍ରେସ ଦଳ ସବୁବେଳେ ମହିଳାମାନଙ୍କର ସୁରକ୍ଷା ଓ ସମ୍ମାନ ପ୍ରତି ସଚେତନ ଥାଏ । ଯାହା ମୋଦୀ ସରକାରରେ ଅଭାବ ହେଉଛି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ନବଜ୍ୟୋଜି ପଟ୍ଟନାୟକ, ବିଶ୍ୱଜିତ ଦାସ, ଜନାକୀବଲ୍ଲଭ ପଟ୍ଟନାୟକ, ମାନସ ଭୋରା, ପ୍ରକାଶ ମିଶ୍ର, ଶଶିକାନ୍ତ ଲେଙ୍କା, ସୁବ୍ରତ ମହାପାତ୍ର, ଅଜୟ ସାହୁ, ମହମ୍ମଦ ଗୁଲଫାନ, ଜିଆଉଲ୍ ହକ୍‌, ରଣଜିତ୍ ସେନାପତି, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ଶିଳ୍ପିଶ୍ରୀ ହରିଚନ୍ଦନ, ବିରଞ୍ôଚ ବାରିକ, ଅଖିଳେଷ ଯାଦବ, ଅହମେଦ୍ ଖାନ, ରାଜଲକ୍ଷ୍ମୀ ସାହୁ, ସାହାରୁଖ୍ ଖାନ, ବିପ୍ଳବ ପରିଡ଼ା, ନିରଞ୍ଜନ ଦାସ, ନିଆଜୁଲ ଇସ୍‌ଲାମ୍‌, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ସୁରଜ ରାଉତ, ସୁନିଲ ମାଟିଆ, ଜୟକୃଷ୍ଣ ସୁବୁଧି, ବଟକୃଷ୍ଣ ରାଉତରାୟ, ତରୁଣ ମିଶ୍ର, ରଜନୀ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଆର୍ଯ୍ୟନ ସାସମଲ, ଦିବ୍ୟ ସିଂ ଦେଓ, ରାଜଦୀପ ବେହେରା, ଅଶୋକ ଦାସ, ସ୍ପନ୍ଦନ ସ୍ୱାଇଁ, ଉପାସନା ମିଶ୍ର, ଟିହୁ ବରାଳ, ସମୀର ରାଉତ, ସୌମ୍ୟ ବରାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ସମ୍ ସିଏଚ୍‌ଆର୍ –ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର…

()  ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନ୍‌ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌) । କେବଳ ଓଡ଼ିଶା ନୁହେଁ ଅନ୍ୟ ପ୍ରଦେଶ ତଥା ବିଦେଶରୁ ମଧ୍ୟ ଚିକିତ୍ସା ଓ ସନ୍ତାନ ଲାଭ ପାଇଁ ଏହି କେନ୍ଦ୍ରକୁ ଛୁଟି ଆସୁଛନ୍ତି ଅନେକ ଦମ୍ପତି ।

ମଙ୍ଗଳବାର ବିଶ୍ୱ ଆଇଭିଏଫ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କେନ୍ଦ୍ରରୁ ମିଳୁଥିବା ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବାଂଲାଦେଶ ଚାପାଇ ନବାବଗଞ୍ଜ ଅଂଚଳର ଜନୈକ ଦମ୍ପତି । ଦୀର୍ଘ ୧୯ ବର୍ଷର ବୈବାହିକ ଜୀବନ ପରେ ମଧ୍ୟ ସନ୍ତାନ ସୁଖ ଲାଭ କରି ନଥିବା ଏହି ଦମ୍ପତି ଏବେ ସମ୍ ସିଏଚ୍‌ଆର୍ ଉପରେ ହିଁ ଭରସା କରିଛନ୍ତି । ଏହି ଠାରେ ହିଁ ଏହି ଦମ୍ପତିଙ୍କର ଦୀର୍ଘ ଦିନ ହେବ ଚିକିତ୍ସା ଜାରୀ ରହିଛି । ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଉପରେ ବେଶ ଆଶାବାଦୀ ଅଛନ୍ତି ଏହି ବାଂଲାଦେଶୀ ଦମ୍ପତି ।
ବାଂଲାଦେଶ ଭଳି ଅନ୍ୟ ଦେଶରୁ ଦମ୍ପତିମାନେ ଏହି କେନ୍ଦ୍ରକୁ ସନ୍ତାନ ଲାଭ ପାଇଁ ଭରସା କରୁଛନ୍ତି । ତେଣୁ ଏହା ଗର୍ବର ବିଷୟ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମସ୍ତ ନିୟମାବଳୀ ହସ୍ପିଟାଲ୍ ପକ୍ଷରୁ ପାଳନ କରାଯାଉଛି ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସିଏଚ୍‌ଆର୍‌ର ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଏକ ରିପ୍ରଡକ୍ଟିଭ୍ ମେଡିସିନ୍ ବିଭାଗ ଆରମ୍ଭ କରାଯିବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ୱର ୬ ରୁ ୮ କୋଟି ଦମ୍ପତିଙ୍କ ମଧ୍ୟରୁ ୨୫ ପ୍ରତିଶତ ଦମ୍ପତି ପ୍ରତ୍ୟେକ ବର୍ଷ ବନ୍ଧ୍ୟାଦୋଷ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଗତିଶୀଳ ଦେଶଗୁଡ଼ିକରେ ପ୍ରତି ୪ ଜଣ ଦମ୍ପତିଙ୍କ ମଧ୍ୟରେ ଜଣେ ଏହି ସମସ୍ୟାରେ ପୀଡ଼ିତ ଅଟନ୍ତି । ୧୫ ପ୍ରତିଶତ ଭାରତୀୟ ଦମ୍ପତି ବନ୍ଧ୍ୟାଦୋଷର ଶିକାର ହେଉଥିବା ବେଳେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି । ବିଳମ୍ବରେ ବିବାହ, ଚାପଯୁକ୍ତ ଜୀବନ ଶୈଳୀ, ମେଦବହୁଳତା, ଜଙ୍କଫୁଡ୍ ପ୍ରତି ଆଗ୍ରହ, ଧୂମ୍ରପାନ, ମଦ୍ୟପାନ ଓ ନିଶା ସେବନ ପ୍ରଭୃତି ଏହି ସମସ୍ୟାର ପ୍ରମୁଖ କାରଣ ।

ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ତଥ୍ୟ ଅନୁଯାୟୀ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତୀୟଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ ଢ଼େର ବୃଦ୍ଧି ପାଇଛି । ମହିଳାମାନଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ ଦେଖାଯିବାର ୫ଟି ମୁଖ୍ୟ କାରଣ ହେଉଛି ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌), ଏଣ୍ଡୋମେଟ୍ରିଓସିସ୍‌, ଆବ୍‌ନର୍ମାଲ୍ ମେଲ୍ ଫ୍ୟାକ୍ଟର, ଟ୍ୟୁବାଲ୍ ବ୍ଲକେଜେସ୍ ଆଣ୍ଡ ଓଭ୍ୟୁଲେସନ୍ ସମସ୍ୟା । ତେବେ ଏହି ସବୁ ସମସ୍ୟାଗୁଡ଼ିକର ସଫଳ ଚିକିତ୍ସା ୨୦୧୨ ମସିହା ଠାରୁ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌) ଠାରେ ଉପଲବ୍ଧ ଅଛି । ଆଇଭିଏଫ୍ ଚିକିତ୍ସା ଓ ବହୁବିଧ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ପ୍ରଥମ ମେଡିକାଲ୍ କଲେଜ ହସ୍ପିଟାଲ ଅଟେ । ୨୦୧୩ ମସିହାରେ ଆଇସିଏମ୍‌ଆର୍ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏହି କେନ୍ଦ୍ର ୨୦୨୩ ମସିହାରୁ ଓଡ଼ିଶା ଷ୍ଟେଟ୍ ବୋର୍ଡ ଫର୍ ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନିକ୍ (ଆର୍ଟ) ଅନୁଯାୟୀ ଲେବଲ୍ ଟୁ ଆର୍ଟ କ୍ଲିନିକ ଭାବେ ପଞ୍ଜୀକୃତ ହୋଇଛି ।

ଏହି କେନ୍ଦ୍ରରେ ଇନ୍‌ଫର୍ଟିଲିଟି କପଲ୍ କାଉନ୍‌ସେଲିଂ, ଟ୍ରାନ୍ସଭାଜାଇନାଲ ସ୍କାନ୍‌, ଓଭ୍ୟୁଲେସନ୍ ଇଣ୍ଡକ୍ସନ୍ ଆଣ୍ଡ ଫଲିକ୍ୟୁଲାର ମନିଟରିଂ, ଫର୍ଟିଲିଟି ଏନ୍‌ହାନ୍ସିଂ ଲାପ୍ରୋସ୍କୋପିକ୍ ସର୍ଜରୀ, ସିମେନ୍ ଆନାଲିସିସ୍‌, ଇନ୍‌ଟ୍ରାୟୁଟେରିନ୍ ଇନ୍‌ସେମିନେସନ୍ (ଆଇୟୁଆଇ), ଇନ୍‌-ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌), ଇନ୍‌ଟ୍ରାସାଇଟୋପ୍ଲାଜ୍‌ମିକ୍ ସ୍ପର୍ମ ଇଞ୍ଜେକ୍ସନ୍ (ଆଇସିଏସ୍‌ଆଇ), ସର୍ଜିକାଲ୍ ସ୍ପର୍ମ ରିଟ୍ରାଇଭାଲ୍ ପ୍ରୋସିଡ୍ୟୁଅର୍ (ଟେସା/ପେସା), ସିମେନ୍ ଆଣ୍ଡ ଏମ୍ବ୍ରିଓ ଫ୍ରିଜିଙ୍ଗ୍ ଓ ଡୋନର ସ୍ପର୍ମ ଆଇୟୁଆଇ ଓ ଆଇଭିଏଫ୍ । ସିଏଚ୍‌ଆର୍‌ର ସଫଳତାର ହାର ଆଇଭିଏଫ୍ କ୍ଷେତ୍ରରେ ବିଶ୍ୱ ଆର୍ଟ ସକ୍‌ସେସ୍ ହାରରେ ୪୮.୧ ପ୍ରତିଶତ ଥିବା ବେଳେ ଆଇୟୁଆଇ କ୍ଷେତ୍ରରେ ୧୪ ପ୍ରତିଶତ ରହିଛି ।

ଏହି ଅତ୍ୟାଧୁନିକ ଚିକିତ୍ସା ସହିତ ସିଏଚ୍‌ଆର୍ ଠାରେ କ୍ୟାନ୍ସର ଥେରାପି ନିମନ୍ତେ କେମୋଥେରାପି ଓ ପେଲ୍‌ଭିକ୍ ରାଡିଏସନ୍ ପାଇଁ ଯିବା ପୂର୍ବରୁ ଉଭୟ ଲିଙ୍ଗଙ୍କର ଫର୍ଟିଲିଟି ସଂରକ୍ଷଣ କରିବାର ସୁବିଧା ମଧ୍ୟ ରହିଛି । ଏସବୁ ବ୍ୟବସ୍ଥା ନିମନ୍ତେ ଖୁବ୍ ସୁଲଭ ମୂଲ୍ୟ ରଖାଯାଇଛି ଯାହା ଦ୍ୱାରା କି ଅଧିକରୁ ଅଧିକ ଦମ୍ପତି ଏହି ସୁଯୋଗ ନେଇପାରିବେ । ଏଭଳି ସମସ୍ୟା ଥିବା ଦମ୍ପତିଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ସ୍ୱତନ୍ତ୍ର ଚିକିତ୍ସା ମାଧ୍ୟମରେ ଓ ଖୁବ୍ କମ୍ ପାଶ୍ୱର୍ ପ୍ରତିକ୍ରିୟା ଦ୍ୱାରା ଗର୍ଭଧାରଣ ସୁବିଧା ଯୋଗାଇ ଦେବା ଆମର ଲକ୍ଷ୍ୟ ରହିଛି ବୋଲି ସିଏଚ୍‌ଆର୍‌ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ କହିଛନ୍ତି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଜେ. ଭି କନ୍‌ୱର, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ, ନିଓନାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ନନ୍ଦ, ପ୍ରଫେସର ରତନ କୁମାର ଦାସ, ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଜୟଶ୍ରୀ ସ୍ୱାଇଁ, ୟୁରୋଲୋଜି ବିଭାଗର ପ୍ରଫେସର ଦେବବ୍ରତ ସାବତ, ସିଏଚ୍‌ଆର୍‌ର ଆସୋସିଏଟ୍ ପ୍ରଫେସର (ଡାକ୍ତର) ପଦ୍ମାଳୟା ଠାକୁର, ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅନୁଭୁତି ପଟେଲ୍‌, ଡାକ୍ତର ଅମ୍ରିତା ମହାନ୍ତି, ଏମ୍ବ୍ରିଓଲୋଜି ବିଭାଗର ଡାକ୍ତର ଚିଦାନନ୍ଦ ଦାସ ଓ ଶ୍ରୀ ଆଶୀଷ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଆଇଭିଏଫ ଚିକିତ୍ସାରେ ସଫଳତା ପାଇଥିବା ଦମ୍ପତିମାନେ ଉପସ୍ଥିତ ରହି ସେମାନଙ୍କ ଅନୁଭୂତି ବଖାଣି ଥିଲେ ।

ଅସହାୟ ରଙ୍ଗଲତା ମୁଣ୍ଡରେ ଭରଷାର ଛାତ ପକାଇଲେ ଭବ……

() ରଙ୍ଗଲତା ସାହୁ, ବୟସ ପାଖା ପାଖି ୭୦ରେ ପହଞ୍ଚିଲାଣି l ଯାଜପୁର ନିର୍ବାଚନୀ ମଣ୍ଡଳୀର ଖଣ୍ଡରା ପଞ୍ଚାୟତର ବାଲିପଡ଼ା ଘର l ଭିକ୍ଷାବୃତ୍ତି କରି ଦୁଃଖ କଷ୍ଟରେ ଜୀବନ କଟାଏ l ଗରିବ ବୋଝ ସହ ଝିଅର ପାରିବାରିକ ବୋଝରେ ନଈ ପଡ଼ିଥାଏ ରଙ୍ଗଲତା l ବୟସର ଅପରାହ୍ନରେ ଏପରି ଦୁଃଖ କଷ୍ଟରେ ଜୀବନର ରାସ୍ତାକୁ ଦେଖିପାରୁ ନଥିଲେ ରଙ୍ଗଲତା ସାହୁ l ବୟସର ଅପରାହ୍ନ ଅବସ୍ଥାରେ ଖୋଜୁଥିଲେ ବଞ୍ଚିବାର ସାହାରା l ନା କେଁଉ ବଡ ଲୋକଙ୍କୁ ଜାଣିଥିଲେ, ନା ପହଞ୍ଚି ପାରୁଥିଲେ ପ୍ରଶାସନ ପାଖରେ l ଠିକ୍ ଏହି ସମୟରେ ବିଧାୟକ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ ରଙ୍ଗଲତା l ଆଉ ସେଇଠୁ ମିଳିଥିଲା ରଙ୍ଗଲତାଙ୍କୁ ବଞ୍ଚିବାର ରାହା l ଯାଜପୁରର ଲୋକପ୍ରିୟ ଯୁବନେତା ତଥା ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ ରଂଗଲତାଙ୍କୁ ରାଜ୍ୟ ସରକାରଙ୍କର ସବୁ ସହାୟତା କିପରି ମିଳିପାରିବ ଓ ରଙ୍ଗଲତା ପରିବାର ସୁଖରେ ଜୀବନ ଯାପନ କରିବେ ତାହାକୁ ଗୁରୁତ୍ଵ ଦେଇଥିଲେ l ପ୍ରଥମେ ଭବ ପ୍ରଶାସନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଡାକି ରଙ୍ଗଲତା ପରିବାରକୁ କିପରି ଯୁଦ୍ଧ କାଳୀନ ଭିତ୍ତିରେ ସରକାରୀ ସୁବିଧା ମିଳିବ ସେନେଇ ଆଲୋଚନା କରି ନିର୍ଦ୍ଦେଶ ଦେଲେ l ପରେ ସେହିଦିନ ରାତିରେ ରଙ୍ଗଲତା ଘରେ କାହାକୁ କିଛି ନକହି ପହଞ୍ଚିଲେ, ଆଉ ତାକୁ ସରକାର ଦେଉଥିବା ସୁବିଧା ସେ ପାଇଲେ କି ନାହିଁ ପଚାରି ବୁଝିବା ସହ ଆଉ କଣ ଆବଶ୍ୟକ ବୋଲି ପଚାରି ବୁଝିଥିଲେ l ଭବ ଓ ରଙ୍ଗଲତା କଥା ବାର୍ତ୍ତା ରୁ ଗୋଟେ କଥା ଉପସ୍ଥିତ ଥିବା ଲୋକେ କହୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ମୋ ପରିବାର କେବଳ ନାରା ନୁହେଁ, ବରଂ ବିଶ୍ୱାସ ଓ ଭରଷାର ମାଇଲଖୁଣ୍ଟ ପରି ଛିଡ଼ା ହୋଇଛି ତାହା ପ୍ରମାଣିତ କରୁଥିଲା l
ବୁଢ଼ୀ ମାଉସୀ ରଙ୍ଗଲତା ଓ ତାଂକ ଝିଅ ସଞ୍ଜୁଲତା ସାହୁଙ୍କ ମୁହଁର ହସ ଭିତରେ ବିକଶିତ ଓଡ଼ିଶା ଓ ବିକଶିତ ଯାଜପୁର ଅନୁଭବ କରି ହେଉଥିଲା l ଜିଲ୍ଲାର ପ୍ରତି ବ୍ୟକ୍ତିଙ୍କ ପାଖରେ କିପରି ସମସ୍ତ ସରକାରୀ ସୁବିଧା ମିଳିବ ସେନେଇ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଧେଶକୁ ଘରେ ଘରେ ବାସ୍ତବ ରୂପ ଦେଉଛନ୍ତି ଯୁବ ନେତା ଭବ ପ୍ରସାଦ ଦାସ l

ମୁଖ୍ୟମନ୍ତ୍ରୀଙ୍କ ସହ ଓୟୁଜେ ପ୍ରତିନିଧି ଦଳର ସାକ୍ଷାତ ଆଲୋଚନା : ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା ନେଇ ୫ଦଫା ସ୍ମାରକପତ୍ର ପ୍ରଦାନ…..

() ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ସାମ୍ବାଦିକ ୟୁନିୟନ, ବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ,l ସାମ୍ବାଦିକ ଆଇନ ପ୍ରଣୟନ ସହ ଅବସର, ପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ, ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ ସହ ସାମ୍ବାଦିକ ସୁରକ୍ଷା ଆଇନ ସମେତ 5 ଦାବି ସମ୍ବଳିତ ସ୍ମାରକ ପତ୍ର ନେଇ ଆଜି ନବୀନ ନିବାସରେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯାଇଛି l   

ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ଵରେ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ପ୍ରମୋଦ ସାମନ୍ତରାୟ, କ୍ଷେତ୍ରବାସୀ ମହାପାତ୍ର, ପ୍ରସନ୍ନ ପାଇକରlୟ, ଚିନ୍ମୟ ମହାପାତ୍ର 8 ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଅର୍ପଣ କରିଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ରହିଥିଲେ।ପୂର୍ବରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ ସାମ୍ବାଦିକଙ୍କ ସମସ୍ୟା ନେଇ ଓୟୁଜେର ୮ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଥିଲେ l ରାଜ୍ୟ ସରକାର ସାମ୍ବାଦିକଙ୍କ ସମସ୍ୟା ପ୍ରତି ସକାରାତ୍ମକ ମନଭାବ ଭାବରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଓଡ଼ିଶା ସାମ୍ବାଦିକ ୟୁନିୟନ ସଭାପତି ପ୍ରସନ୍ନ ମହାନ୍ତି l

ବାଇଟ, ପ୍ରସନ୍ନ ମହାନ୍ତି, ସଭାପତି, ଓଡ଼ିଶା ସାମ୍ବାଦିକ ୟୁନିୟନ

ସମ ହସ୍ପି୍‌ଟାଲ୍‌ରେ ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍ ଉଦ୍‌ଘାଟିତ…

()  ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ହସ୍ପିଟାଲ୍‌ର ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଲ୍ୟାବ୍‌ର ଶୁଭାରମ୍ଭ କରିଥିଲେ । ଏହି ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ “ରିପିଟିଟିଭ୍ ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍‌” (ଆର୍‌ଟିଏମ୍‌ଏସ୍‌) ଓ “ଟ୍ରାନ୍ସକ୍‌୍ରାନିଆଲ୍ ଡିରେକ୍ଟ କରେଂଟ ଷ୍ଟିମୁଲେସନ୍‌” (ଟିଡିସିଏସ୍‌) ସେବା ଉପଲବ୍ଧ ।

ଏହି ଚିକିତ୍ସା ବ୍ୟବସ୍ଥା ବିଷାଦ, ଓସିଡି, ମାଇଗ୍ରେନ, ନ୍ୟୁରୋପାଥି ବ୍ୟଥା ତଥା ଅନେକ ମାନସିକ ବ୍ୟାଧିର ଉପଶମରେ ସାହଯ୍ୟ କରିପାରିବ । ଉଭୟ ଚିକିତ୍ସା ପଦ୍ଧତି ଅତ୍ୟଧିକ ସୁରକ୍ଷିତ ଓ ବିନା ନିଶ୍ଚେତକରେ ବହିଃ ସ୍ୱାସ୍ଥ୍ୟ ବିଭାଗରେ ହୋଇପାରିବ । ଏହି ବ୍ୟବସ୍ଥା ଭୁବନେଶ୍ୱରରେ କୌଣସି ମେଡିକାଲ୍ କଲେଜରେ ପ୍ରଥମ ଥର ପାଇଁ ଉପଲବ୍ଧ ହୋଇପାରିଛି ।ଏହି ଅବସରରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଏହି ଲ୍ୟାବ୍ ଦ୍ୱାରା ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ହୋଇପାରିବ ।

ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି ଅବସରରେ ହସ୍ପିଟାଲର ମାନସିକ ରୋଗ ବିଭାଗକୁ ଶୁଭେଚ୍ଛା ଜଣାଇବା ସହ ନ୍ୟୁରୋମୋଡ୍ୟୁଲୋସନ୍ ଲ୍ୟାବ୍ ମାନସିକ ଚିକିତ୍ସା କ୍ଷେତ୍ରରେ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି କହିଥିଲେ । ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଚିକିତ୍ସା ଜଗତରେ ପ୍ରଯୁକ୍ତିବିଦ୍ୟାର ବୈପ୍ଲବିକ ପରିବର୍ତନ କିପରି ମାନସିକ ରୋଗ ଜଡ଼ିତ ଚିନ୍ତାଧାରାକୁ ବ୍ୟାହତ କରିପାରିବ ସେ ନେଇ ଆଲୋକପାତ କରିଥିଲେ ।

ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ୍ ସାହୁ ଆର୍‌ଟିଏମ୍‌ଏସ୍ ଓ ଟିଡିସିଏସ୍ ଚିକିତ୍ସାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ଏହି ମେସିନ୍‌ର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କିପରି ଉପଯୋଗ ହୋଇପାରିବ ସେ ବିଷୟରେ କହିଥିଲେ । ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ଡାକ୍ତର ରାକେଶ ମହାନ୍ତି ମେସିନ୍‌କୁ ଚଳାଇ ସମସ୍ତଙ୍କୁ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ସୌମ୍ୟ ରଂଜନ ଦାଶ, ଡାକ୍ତର ଅମିୟ କୃଷ୍ଣ ସାହୁ, ଡାକ୍ତର ଲଗ୍ନଜିତ୍ ଦାସ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ , ଡାକ୍ତର ରୁପେଶ ସେନାପତି ତଥା ପିଜି ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

ସାମ୍ବାଦିକଙ୍କ ବୀମାରାଶୀ ବୃଦ୍ଧି : ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେର ଧନ୍ୟବାଦ..

() ସାମ୍ବାଦିକଙ୍କ ବୀମାରାଶି ସହାୟତା ପରିମାଣକୁ 2 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛି ।

ଏକ ବିବୃତିରେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ଜଣାଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର 9 ହଜାର ପାଖାପାଖି ସାମ୍ବାଦିକ ଉପକୃତ ହେବେ । ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ଦୃଷ୍ଟିରୁ ଏହା ରାଜ୍ୟ ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଓଡ଼ିଶା ସାମ୍ବାଦିକ ୟୁନିଅନ ଲଗାତାର ଭାବେ ବିମାରାଶିର ପରିମାଣକୁ ବୃଦ୍ଧି କରିବା ସହ ବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବା, ବୀମା ପଂଜୀକରଣ ପ୍ରକ୍ରିୟାର ସରଳୀକରଣ କରିବା,ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ଆର୍ଥିକ 20 ହଜାର ଟଙ୍କା ପେନସନ ଯୋଗାଇଦେବା, ସାମ୍ବାଦିକ ଅଧିସ୍ବୀକୃତି କମିଟିର ପୁନଃଗଠନ କରିବା , ମହାରାଷ୍ଟ୍ର ଓ ଛତିଶଗଡ଼ ଢ଼ାଞ୍ଚାରେ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଲଗାତାର ଭାବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି । ବୀମା ରାଶି ବୃଦ୍ଧି ନିଷ୍ପତ୍ତି ପାଇଁ ରାଜ୍ୟର ସାମ୍ବାଦିକ ମହଲ ସ୍ବାଗତ କରିଥିବା ବେଳେ ଅବଶିଷ୍ଟ ଦାବି ପୂରଣ କରିବା ଦିଗରେ ସରକାର ତପ୍ତରତା ପ୍ରକାଶ କରିବେ ବୋଲି ଓୟୁଜେ ପକ୍ଷରୁ ଆଶା କରାଯାଇଛି । ଓୟୁଜିର 30ଟି ଜିଲ୍ଲା ଶାଖା ପକ୍ଷରୁ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ…

() ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।  କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ।

ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news