ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ : ଜିତିଲା ୱିମେନ୍ ପଲିଟିସିଆନ୍ ଟିମ୍

- Advertisement -
  • ଭୁବନେଶ୍ୱର : ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ, ଟିମ୍ ପଲିଟିସିଆନ୍ ଚାମ୍ପିଅନ୍ ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ସାରା ବିଶ୍ୱରେ ପାଳିତ ହୋଇଥିଲା । ଏହି ଦିବସ ପରିପ୍ରେକ୍ଷୀରେ ମହିଳା ମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରୋସୋସିଓ ସ୍ପୋର୍ଟ୍ସ ଆଣ୍ଡ ଗେମ୍ସ ଫେଡେରେସନ୍ ଓ ଏଏଫ୍‌ଏର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଯାଇଛି । ରାଜ୍ୟରେ କ୍ରୀଡା ଜଗତରେ ମହିଳାଙ୍କ ଭୂମିକା ଏବଂ ଅବଦାନକୁ ନେଇ ଏକ ମହିଳା ଫୁଟବଲ୍ ଟୁର୍ଣ୍ଣାମେଂଟ ଆୟୋଜିତ କରାଯାଇଥିଲା ।ମାର୍ଚ୍ଚ ୧୪ ତାରିଖ ଅପରାହ୍ଣରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ବିଭିନ୍ନ ବର୍ଗର ମହିଳାଙ୍କୁ ନେଇ ୮ଟି ଟିମ୍ ଗଠିତ ହୋଇଥିଲା । ଏହି ଟିମ୍ ଗୁଡିକ ହେଉଛି ୱିମେନ୍ ଏନ୍‌ଟ୍ରୋପ୍ରେନିଅର୍ ଟିମ୍‌, ୱିମେନ୍ ପଲିଟିସିଆନ୍ ଟିମ୍‌, ସୋସିଆଲ୍ ୱାର୍କର ଟିମ୍‌, ମିଡିଆ ଟିମ୍‌, ଦେଶୀ ଗାର୍ଲ୍ସ, ଟ୍ରାନ୍ସଜେଣ୍ଡର୍ସ, ସୁପର ୱିମେନ୍ ଓ କର୍ପୋରେଟ୍ ୱିମେନ୍ । ପ୍ରତ୍ୟେକ ଟିମ୍ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ଫାଇନାଲ୍‌କୁ ଯାଇଥିଲେ ୱିମେନ୍ ପଲିଟିସିଆନ୍ ଏବଂ ଟ୍ରାନ୍ସଜେଣ୍ଡରସ ଟିମ୍ । ତେବେ ମ୍ୟାଚ୍ ଜିଣି ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିଲେ ୱିମେନ୍ ପଲିଟିସିଆନ୍ ଟିମ୍ । ଏହି ଟୁର୍ଣ୍ଣାମେଂଟ୍‌ର ଫିନାଲେ ମ୍ୟାଚ୍‌ରେ ରାଜନେତା ଦଳ କିନ୍ନର ଦଳକୁ ୩-୦ ଗୋଲ୍‌ରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ ।ଉଦ୍‌ଘାଟନୀ କାର୍ଯ୍ୟକ୍ର୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇ ଏହି ଟୁର୍ଣ୍ଣାମେଂଟକୁ ଉଦ୍‌ଘାଟନ କରିଥିଲେ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।
- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles