Uncategorized Archives - Big News Odisha

ଧର୍ମେନ୍ଦ୍ର ଇସ୍ତଫା ଦେଇନାହାନ୍ତି, ଦେଶର ଛାତ୍ରଛାତ୍ରୀ ତାଙ୍କୁ ବିଦା କଲେ : ଭକ୍ତ
ଧର୍ମେନ୍ଦ୍ର ଇସ୍ତଫା ଦେଇନାହାନ୍ତି, ଦେଶର ଛାତ୍ରଛାତ୍ରୀ ତାଙ୍କୁ ବିଦା କଲେ : ଭକ୍ତ

*‘ନିତ୍ୟାନନ୍ଦଙ୍କୁ ବିଦା ନ କଲେ ଆନ୍ଦୋଳନ’*

*‘ଭୁବନେଶ୍ବରରେ ମଧ୍ୟ ଛାତ୍ରଯୁବ ବର୍ଗ ଯନ୍ତରମନ୍ତର ପରିବେଶ ସୃଷ୍ଟି କରିବାକୁ ହେବ’*

*‘ଡିସିସିର କ୍ୟାଣ୍ଡଲ ଶୋଭାଯାତ୍ରା, ସତ୍ୟାଗ୍ରହ ତଥା ବ୍ଲକ୍ ସ୍ତରୀୟ ବିକ୍ଷୋଭ ପୂର୍ବଭଳି ଚାଲିବ’*

ଦେଶର ଛାତ୍ରସମାଜର ନ୍ୟାୟୋଚିତ ଆନ୍ଦୋଳନ, ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ଦଳର ଦେଶବ୍ୟାପି ବିକ୍ଷୋଭ ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରଦାନ ଗଣତନ୍ତ୍ରର ବିଜୟ। ତେବେ ଏହା ପ୍ରକୃତରେ ଇସ୍ତଫା ନୁହେଁ, ଦେଶର ଅଗଣିତ ଛାତ୍ରଛାତ୍ରୀଙ୍କ ଦ୍ବାରା ତାଙ୍କର ବହିଷ୍କାର। ଏହା ଆରମ୍ଭ ମାତ୍ର। ଦେଶର ଶିକ୍ଷାବବ୍ୟବସ୍ଥାର ଗୈରୀକରଣ ନାମରେ ଦେଶର ଯୁବସମାଜର ଗରୀବକରଣ କରାଇ ମୋଦୀ ସରକାର ଯେଉଁ ପାପ କରିଛନ୍ତି, ତା’ର ପ୍ରାୟଶ୍ଚିତ ନ କଲେ ଦେଶର ଯୁବଛାତ୍ର ସମାଜ ତଥା କଂଗ୍ରେସ ଦଳ ଅଟକିବ ନାହିଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଶନିବାର ଅପରାହ୍‌ଣରେ ଦିଲୀରୁ ଫେରି ସାମ୍ବାଦିକମାନଙ୍କୁ କହିଛନ୍ତି।*

*ଶ୍ରୀ ଦାସ କହିଥିଲେ, ନିଟ୍-ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ୨୪ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ଅନୁତପ୍ତ ହାେଇନାହାନ୍ତି କି ଯନ୍ତରମନ୍ତରଠାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦମନଲୀଳା କରିଥିବା ପୁଲିସ ଅଧିକାରୀ ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିନାହାନ୍ତି। ଦେଶର ଶିକ୍ଷାବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ାଇ ଦେଇଥିଲେ ମଧ୍ୟ ତା’ର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ତେଣୁ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ କଂଗ୍ରେସ ଦଳର ଆନ୍ଦୋଳନ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଶାର ସ୍କୁଲ୍ ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ଭୁଲ୍ କରି ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧକାର ମଧ୍ୟକୁ ଠେଲିଦେଇଥିଲେ ହେଁ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ସୁଦ୍ଧା ଦେଇନାହାନ୍ତି। ଯେ ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇନାହାନ୍ତି ସେ ଯାଏ ରାଜ୍ୟରେ କଂଗ୍ରେସ ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।*

*ଶ୍ରୀ ଦାସ ଆହୁରି କହିଛନ୍ତି, ଓଡ଼ିଶାରେ ସ୍କୁଲ ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ତ୍ରୁଟି ସତ୍ତ୍ବେ ରାଜ୍ୟର ଯୁବଛାତ୍ର ସମାଜ ଭୁବନେଶ୍ବରରେ ଏକ ଯନ୍ତରମନ୍ତର ପରି ପରିବେଶ ସୃଷ୍ଟି ନ କରିବା ଆଶ୍ଚର୍ଯ୍ୟଜନକ। ତେବେ ଆଶା, ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ଯୁବଛାତ୍ର ବର୍ଗ ତେଜିବେ। କଂଗ୍ରେସ ଦଳ କେବଳ ମନ୍ତ୍ରୀଙ୍କ ଇସ୍ତଫା ଦାବି ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ସଂସ୍କାରିତ କରିବା ପାଇଁ ଆନ୍ଦୋଳନ କରିଚାଲିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି ଘୋଷଣା କରିଥିବା ଆନ୍ଦୋନାତ୍ମକ କାର୍ଯ୍ୟକ୍ରମ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରିପ୍ରେକ୍ଷୀରେ ସ୍ଥଗିତ ରହିବ କି ବୋଲି ସାମ୍ବାଦିକଙ୍କ ଉତ୍ତରରେ ଶ୍ରୀ ଦାସ କହିଥିଲେ, ଏକାଧିକ ଦାବି ମଧ୍ୟରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ଅନ୍ୟତମ ଦାବି ଥିଲା। ଯେ ପର୍ଯ୍ୟନ୍ତ ସରକାର ସମସ୍ତ ଦାବିକୁ ମାନି ନ ନେଇଛନ୍ତି, ସେ ଯାଏ ସମସ୍ତ କାର୍ଯ୍ୟକ୍ରମ ପୂର୍ବଭଳି ଚାଲିବ।*

The post ଧର୍ମେନ୍ଦ୍ର ଇସ୍ତଫା ଦେଇନାହାନ୍ତି, ଦେଶର ଛାତ୍ରଛାତ୍ରୀ ତାଙ୍କୁ ବିଦା କଲେ : ଭକ୍ତ appeared first on Big News Odisha.

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ
ମାନବ ଶରୀର ସଂରକ୍ଷଣ ବିଜ୍ଞାନ (ପ୍ଲାଷ୍ଟିନେସନ୍‌) କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଜନ ଡକ୍ଟର ଶିଶିର କୁମାରଙ୍କ ରଚିତ ‘ପ୍ରିଜର୍ଭିଂ ଆନାଟୋମି : ଦି ୱାର୍ଲ୍ଡ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ପୁସ୍ତକ ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନିକଟରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନାଟୋମି ବିଭାଗର ପ୍ରଫେସର ଡାକ୍ତର ଶିଶିର କୁମାର ଏହି ପୁସ୍ତକରେ ପ୍ଲାଷ୍ଟିନେସନ୍‌ର ବୈଜ୍ଞାନିକ ପ୍ରକ୍ରିୟା, ଶିକ୍ଷା, ଗବେଷଣା ଏବଂ ଶରୀର ବିଜ୍ଞାନ ଅଧ୍ୟୟନରେ ବହୁମୁଖୀ ପ୍ରୟୋଗ ସଂପର୍କରେ ବିସ୍ତୃତ ଭାବେ ଉପସ୍ଥାପନା କରିଛନ୍ତିି । ଏହା ମେଡିକାଲ୍ ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଏବଂ ଆନାଟୋମି କ୍ଷେତ୍ରରେ କାର୍ଯ୍ୟରତ ବୃତିଜୀବୀମାନଙ୍କ ପାଇଁ ଏକ ଉପଯୋଗୀ ସନ୍ଦର୍ଭ ଗ୍ରନ୍ଥ ଭାବେ ସହାୟକ ହେବ ବୋଲି ପ୍ରଫେସର ନାୟକ ଆଶା ବ୍ୟକ୍ତ କରିଛନ୍ତି ।

ପୁସ୍ତକର ‘ରିସର୍ଚ୍ଚ ଆପିକ୍ଳେସନ୍ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ଅଧ୍ୟାୟଟି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ରିପ୍ରକ୍ଟିଭ୍ ମେଡିସିନ୍ ଆଣ୍ଡ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର(ଡାକ୍ତର) ସୁଜାତା ପ୍ରଧାନ ରଚନା କରିଛନ୍ତି । ଏଥିରେ ପ୍ଲାଷ୍ଟିନେସନ୍ ପ୍ରଯୁକ୍ତିର ଗବେଷଣା କ୍ଷେତ୍ରରେ ବିଭିନ୍ନ ପ୍ରୟୋଗ ଓ ସମ୍ଭାବନା ସଂର୍ପକରେ ଆଲୋକପାତ କରାଯାଇଛି ।

ଡା. ଶିଶିର କୁମାର ଜର୍ମାନୀର ହାଇଡେଲବର୍ଗସ୍ଥ ବାୟୋଡୁର ଜିଏମବିଏଚ୍ ସେଂଟର ଫର୍ ପ୍ଲାଷ୍ଟିନେସନ ଠାରେ ଉନ୍ନତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସେ ପ୍ଲାଷ୍ଟିନେସନ୍ ବିଜ୍ଞାନର ପ୍ରବର୍ତକ ଡା. ଗୁନ୍ଥର ଭନ୍ ହାଗେନ୍ସଙ୍କ ଦଳର ସଦସ୍ୟମାନଙ୍କଠାରୁ ସିଧାସଳଖ ପ୍ରଶିକ୍ଷଣ ଲାଭ କରିଥିବାରୁ ଏହି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ–୩, ବ୍ରହ୍ମପୁରର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଉପସ୍ଥିତ ଥିଲେ ।

The post ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ appeared first on Big News Odisha.

ଜଗାରେ ତୋ ନାଟ ତତେ ଜଣା…
ବର୍ଷକୁ ଥରେ ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି। କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ପାଇଁ ଅପେକ୍ଷା କରିଥାନ୍ତି ଭକ୍ତ। ଭାବର ଠାକୁର କାଳିଆ ସାଆନ୍ତେ ବି ଭକ୍ତର ମନକୁ ବୁଝି ଭାବ ଲଗାଇଦିଏ ଭକ୍ତଙ୍କ ମନରେ। ବ୍ୟାକୁଳ ହୋଇ ଭକ୍ତ ଛୁଟି ଆସନ୍ତି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ। ରତ୍ନବେଦୀରୁ ଜନ୍ମବେଦୀକୁ ଓହ୍ଲାଇ ଆସନ୍ତି ଶ୍ରୀଜୀଉ। ନବଯୌବନ ଦର୍ଶନ ପରଦିନ ପହଣ୍ଡିରୁ ଆରମ୍ଭ ହୁଏ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ବଡ ଠାକୁର, ଚକ୍ରରାଜ ସୁଦର୍ଶନ, ସୁଭଦ୍ରା ଓ କାଳିଆ ସାଆନ୍ତେ ଝୁଲି ଝୁଲି ଆସନ୍ତି। ମହାପ୍ରଭୁ ଧାଡି ପହଣ୍ଡିରେ ବାଇଶି ପାହାଚଦେଇ ଦେଉଳରୁ ବାହାରକୁ ବାହାରି ଆସନ୍ତି। କି ଅପୂର୍ବ ଦୃଶ୍ୟ। ଚକାଚକା ସହ ଆଖି ମିଶାଇବା ପାଇଁ ଭକ୍ତ ଆକୁଳ ଓ ବ୍ୟାକୁଳ ହୋଇଥାଏ। ପହଣ୍ଡି ସମୟରେ ମହାପ୍ରଭୁ ଝୁଲିଝୁଲି ଆସୁଥିବେ ଭକ୍ତମାନେ ମଧ୍ୟ ଝୁଲିଝୁଲି ମହାପ୍ରଭୁଙ୍କୁ ଦେଖୁଥାନ୍ତି ଠେଲାପେଲା ହୋଇ। ମହାପ୍ରଭୁଙ୍କୁ ଚାହିଁ ନିଜ ଜୀବନକୁ ସାର୍ଥକ ମଣନ୍ତି ଶ୍ରଦ୍ଧାଳୁ। ଦିବ୍ୟ ନୟନ ସହ ଚର୍ମ ନୟନର ମିଳନର ଆନ୍ଦନ କେବଳ ଅନୁଭବ କରିହୁଏ। ସେଥିପାଇଁ ତ ସେ ଜଗତ ଠାକୁର, ଭକ୍ତ ପ୍ରେମରେ ବନ୍ଧା। ତା ପ୍ରେମରେ ସବୁ ପାଗଳ। ତେଣୁ ସେ ଲଗାଇ ଦିଏ ନାଟ।

ଏଥର ଗୁଣ୍ଡିଚାରେ ଲଘୁଚାପ ବର୍ଷା ଲାଗିରହିଥାଏ। କୋଟି ଓଡ଼ିଆଙ୍କ ମଉଡ଼ମଣିର ରଥଯାତ୍ରାରେ କିନ୍ତୁ ଏହାର ପ୍ରଭାବ କିଛି ନଥିଲା। ବର୍ଷା ଯେତେ ହେଉଥାଏ ଭକ୍ତ ଓ ଭଗବାନ କିନ୍ତୁ ବଡଦାଣ୍ଡରେ ପରସ୍ପରକୁ ଦେଖିବା ପାଇଁ ସେତେ ବ୍ୟାକୁଳ ହେଉଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ ଠାକୁର, ସୁଭଦ୍ରା ମା’ଙ୍କ ଧାଡି ପହଣ୍ଡି ପରେ ବାହାରିଲେ ଜଗତକର୍ତ୍ତା କାଳିଆ ସାଆନ୍ତେ। ଗୁମୁଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ସାଆନ୍ତେ ଲଗାଇଦେଲେ ନାଟ। ଝୁଲିଝୁଲି, କଚାଡି ହୋଇ ପ୍ରଭୁ କେତେବେଳେ ଡାହାଣକୁ ତ କେତେବେଳେ ବାମକୁ, କେତେବେଳେ ପଛକୁ ତ କେତେବେଳେ ଆଗକୁ, ପୁଣି କେତେବେଳେ ଉପରକୁ ତ କେତେବେଳେ କେଉଁ କୋଣକୁ ଚାହାଣୀ ଦେଇ ଦେବଦେବୀ ଠାରୁ ମଣିଷ, କୀଟପତଙ୍ଗ ସଭିଙ୍କୁ ଚକାନୟନରେ ଚାହିଁ ଯେମିତି ପଚାରୁଛନ୍ତି ଆସିଚ ?? ହଉ ଦୁଃଖସୁଖ ହେବା। ଚକାନୟନର ଚାହାଣୀ ଏମିତି ଯେ ପୂରା ବିଶ୍ୱ ସେଥିରେ ପାଗଳ। ପ୍ରଭୁ ସଭିଙ୍କୁ ଦେଖି ଝୁଲିଝୁଲି ଓହ୍ଲାଇଆସିଲେ। ଭକ୍ତ ଓ ଭକ୍ତି, ପ୍ରେମ, ଭାବରେ ବନ୍ଧା କାଳିଆ ସାଆନ୍ତେ କାହିଁକି ଓ କେଉଁ କାରଣରୁ ବିନା ଟାହିଆରେ ବାଇଶି ପାହାଚରୁ ଓହ୍ଲାଇଲେ ତାହା ନାଟୁଆ ଠାକୁରଙ୍କୁ ଜଣା, ହେଲେ ଏଥର ଗୁଣ୍ଡିଚା ଯାତ୍ରାରେ ବିନା ଟାହିଆରେ ଜାଗତରନାଥ ଜଗନ୍ନାଥ ଓହ୍ଲାଇ ଆସିବାକୁ ନେଇ ଲାଗିଲା ନାଟ। ସେବାୟତ ଟାହିଆ ବିନା ମହାପ୍ରଭୁ ଆସିବା କାରଣ ବର୍ଷା ବୋଲି ଯୁକ୍ତି ବାଢିଥିଲେ। କିଛି ଭକ୍ତ କହିଥିଲେ ଏହା ମନ୍ଦିର ପ୍ରଶାସନ ଓ ସରକାରଙ୍କ ବିଫଳତା ତ ଆଉ କିଛି ଭକ୍ତ କହିଲେ ମହାପ୍ରଭୁ ରାଗିଛନ୍ତି ତେଣୁ ଘରୁ ବାହାରିବା ବେଳକୁ ମୁଣ୍ଡରୁ ଟାହିଆ କାଢ଼ିଦେଇ ଆସିଲେ। କିଏ ତ କହିଲେ ଭକ୍ତ ଯେତେବେଳେ ଭିଜିଛନ୍ତି ବର୍ଷାରେ ତେଣୁ ମହାପ୍ରଭୁ ବି ଭିଜିଭିଜି ଆସିଲେ ବିନା ଟାହିଆରେ ବଡ ଦାଣ୍ଡକୁ। ଏମିତି ଚର୍ଚ୍ଚା ଏଥର ସାଆନ୍ତେଙ୍କୁ ନେଇ ଆରମ୍ଭ ହୋଇଛି। ସାଆନ୍ତେ କାହିଁକି ଏମିତି ନାଟ ଲଗାଇଲେ ତାହା ସାଆନ୍ତେଙ୍କୁ ଜଣା। ଟାହିଆ ବିନା ସାଆନ୍ତେ ପୂରା ବିଶ୍ୱକୁ ନୂଆ ରୂପ ଦେଖାଇଲେ। ମହାପ୍ରଭୁଙ୍କ ଏପରି ରୂପଦେଖି ସମସ୍ତେ ପାଗଳ।

ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ରଟିଏ ହଲେ ନାହିଁ। ହୁଏତ ମହାପ୍ରଭୁ କେଉଁ ଭକ୍ତର ଇଚ୍ଛା ପୂରଣ ପାଇଁ ଏପରି ନାଟ ଲଗାଇଥିବେ। ନହେଲେ ଏପରି ନାଟ କରି ପୂରା ବିଶ୍ୱକୁ କିଛି ବାର୍ତ୍ତା ଦେଇଥିବେ। କିଏ ବା ବୁଝିବ ସାଆନ୍ତେଙ୍କ ଏ ନାଟ। ହଟିଆଠାକୁର ହରି ଭକ୍ତଭାବରେ ବନ୍ଧା। ସେଥିପାଇଁ ତ ସମସ୍ତେ କହୁଛନ୍ତି ଜଗାରେ ତୋ ନାଟ ତତେ ହିଁ ଜଣା। ଆମେ ତ ନିମିତ୍ତ ମାତ୍ର।

The post ଜଗାରେ ତୋ ନାଟ ତତେ ଜଣା… appeared first on Big News Odisha.

ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି : ବିଜେଡି
ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି : ବିଜେଡି

* ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

* ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ବହିଷ୍କାର ହୋଇଥିଲେ।

ଭୁବନେଶ୍ୱର : ପୂର୍ବତନ ବିଜେଡି ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ ଆଜି ତାଙ୍କ ସମର୍ଥକ ମାନଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ବେଳେ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିବା ପରେ ବିଜେପି ଚିଟଫଣ୍ଡ ଅଭିଯୁକ୍ତ ପ୍ରଭାତଙ୍କୁ ପାର୍ଟିରେ ସାମିଲ କରିବାକୁ ନେଇ କଟାକ୍ଷ କରିଛି।ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି, ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ହେବା ପରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ଗତ କିଛି ମାସ ତଳେ ତାଙ୍କର ବିଶୃଙ୍ଖଳା ଆଚରଣ ଯୋଗୁ ତାଙ୍କୁ ଦଳରୁ ବହିଷ୍କାର କରା ଯାଇଥିଲା। ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଡ ମହାନ୍ତି କହିଥିଲେ, ବିଜେପି ଗତ ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅଠର ମାସ ଭିତରେ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ, ଟଙ୍କା ଫେରାଇବା କଥା ଦୂରେ ଥାଉ, ଏବେ ଜଣେ ଚିଟଫଣ୍ଡ ଅଭିଯୁକ୍ତ ନେତାଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି। ଏହା ଓଡିଶାର ଅଗଣିତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପ୍ରତି ଉପହାସ। ଏହା ବିଜେପିର ନୈତିକ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି।

The post ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବା ପରିବର୍ତ୍ତେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି : ବିଜେଡି  appeared first on Big News Odisha.

ସମ୍‌ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ
ମଣିଷର ଜୀବନ ରକ୍ଷା ଏବଂ ଅକ୍ଷମତା ହ୍ରାସ କରିବାରେ ଜରୁରୀକାଳୀନ ଚିକିତ୍ସା ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ମେ ୩୦ ତାରିଖ ଦିନ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି ।

ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ର ବିଷୟବସ୍ତୁ ରହିଥିଲା \”ଜରୁରୀକାଳୀନ ଚିକିତ୍ସକ ଓ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା ।’ ଏହି ବିଷୟବସ୍ତୁ କାର୍ଯ୍ୟକ୍ଷେତ୍ରରେ ହିଂସା, ଭିଡ଼, ଜରୁରୀ ବିଭାଗରେ ଆତଙ୍କ, କର୍ମଚାରୀ ଅଭାବ, ମାନସିକ ଚାପ ଏବଂ ଜରୁରୀକାଳୀନ ଯତ୍ନ ନେଉଥିବା କର୍ମଚାରୀ ସମ୍ମୁଖୀନ ହେଉଥିବା ବୃତିଗତ ବିପଦ ସଂପର୍କରେ ବଢ଼ୁଥିବା ଚିନ୍ତା ପ୍ରତି ଧ୍ୟାନ ଆକଷର୍ଣ କରେ । ଏହି ବିଷୟବସ୍ତୁକୁ ଭିତି କରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ୟୁରୋପିଆନ୍ ସୋସାଇଟି ଫର୍ ଏମରଜେନ୍ସି ମେଡିସିନ୍ ଆଣ୍ଡ ଶ୍ରୀଲଙ୍କା କଲେଜ୍ ଅଫ୍ ଏମରଜେନ୍ସି ଫିଜିସିଆନ୍ସର ମିଳିିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଜରୁରୀକାଳୀନ ଔଷଧ ବିଭାଗ ପୂର୍ବ ଭାରତରେ ଜରୁରୀକାଳୀନ ଯତ୍ନ ପାଇଁ ଏକ ପ୍ରମୁଖ କେନ୍ଦ୍ର । ଏକ ଉନ୍ନତ ସେବା ଦେଉଥିବା ଶିକ୍ଷାଗତ ପ୍ରତିଷ୍ଠାନ ଭାବରେ ବିଭାଗଟି ବ୍ୟାପକ, ୨୪- ଘଂଟିଆ ଜରୁରୀକାଳୀନ ସେବା ପ୍ରଦାନ କରେ ଏବଂ ବିଭିନ୍ନ ପ୍ରକାରର ଚିକିତ୍ସା ପରିସ୍ଥିତି ସହିତ ଉପସ୍ଥିତ ରୋଗୀଙ୍କ ପାଇଁ ପ୍ରଥମ ଯୋଗାଯୋଗ କେନ୍ଦ୍ର ଭାବରେ କାର୍ଯ୍ୟ କରେ । ବିଭାଗଟି ମେଡ଼ିସିନ ଚିକିତ୍ସା, ଶଲ୍ୟଚିକିତ୍ସା, ଆଘାତ, ଶିଶୁ, ପ୍ରସୂତି, ହୃଦ, ସ୍ନାୟୁ ଏବଂ ଗୁରୁତର କ୍ରିଟିକାଲ ସେବା ସମେତ ବିଭିନ୍ନ ଜରୁରୀକାଳୀନ ଚିକିତ୍ସା ପରିଚାଳନା କରିଥାଏ ଯାହା ଦ୍ରୁତ ମୂଲ୍ୟାଙ୍କନ, ସ୍ଥିରୀକରଣ ଏବଂ ନିର୍ଣ୍ଣାୟକ ପରିଚାଳନା ସୁନିଶ୍ଚିତ କରେ ।

ଆଧୁନିକ ଭିତିିଭୂମି, ଉନ୍ନତ ମନିଟରିଂ ସିଷ୍ଟମ, ପଏଂଟ୍‌-ଅଫ୍‌-କେୟାର ଡାଇଗ୍ନୋଷ୍ଟିକ୍ସ, ଜରୁରୀକାଳୀନ ଅଲ୍‌ଟ୍ରାସାଉଣ୍ଡ ସୁବିଧା ଏବଂ ଏକ ଉଚ୍ଚ ଦକ୍ଷ ବହୁବିଧ ଦଳ ସହିତ ସଜ୍ଜିତ ବିଭାଗ ସମୟୋଚିତ, ପ୍ରମାଣ-ଭିତିିକ ଏବଂ ରୋଗୀ-କୈନ୍ଦ୍ରିକ ଚିକିତ୍ସା ପ୍ରଦାନ କରିବାକୁ ପ୍ରତିବଦ୍ଧ । ବିଭିନ୍ନ ବିଶେଷଜ୍ଞ ଏବଂ ସୁପର-ସ୍ପେଶାଲିଟି ବିଭାଗ ସହିତ ଘନିଷ୍ଠ ସହଯୋଗରେ କାର୍ଯ୍ୟ କରି ଏହି ବିଭାଗ କ୍ଲିନିକାଲ୍ ଉତ୍କଷର୍ତା ଏବଂ ରୋଗୀ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ଗୁରୁତର ଅସୁସ୍ଥ ଏବଂ ଆହତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

କ୍ଲିନିକାଲ୍ ଦାୟିତ୍ୱ ବ୍ୟତୀତ ଏହି ବିଭାଗ ଶିକ୍ଷାଗତ କାର୍ଯ୍ୟକଳାପ ଏବଂ ଦକ୍ଷତା ବିକାଶରେ ଗଭୀର ଭାବେ ନିୟୋଜିତ । ଏହା ସଂରଚିତ ଶିକ୍ଷାଦାନ କାର୍ଯ୍ୟକ୍ରମ, ଶଯ୍ୟାପାର୍ଶ୍ୱ ତାଲିମ, ସିମୁଲେସନ୍‌-ଆଧାରିତ ଶିକ୍ଷା ଏବଂ ନିରନ୍ତର ଡାକ୍ତରୀ ଶିକ୍ଷା ପଦକ୍ଷେପ ମାଧ୍ୟମରେ ସ୍ନାତକ ଏବଂ ସ୍ନାତକୋତର ଡାକ୍ତରୀ ଶିକ୍ଷାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରେ । ବିଭାଗ ନିୟମିତ ଭାବରେ ସ୍ୱାସ୍ଥ୍ୟସେବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀକାଳୀନ ପ୍ରକ୍ରିୟା ଉପରେ କର୍ମଶାଳା ମଧ୍ୟ ଆୟୋଜନ କରେ ।

କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଙ୍ଘମିତ୍ରା ମିଶ୍ର, ମେଡିକାଲ୍ ଅଧୀକ୍ଷକ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ବିଭାଗୀୟ ମୁଖ୍ୟ ପ୍ରଫେସର ଶୁକଦେବ ନାୟକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ସେବା ଓ ଔଷଧର ଗୁରୁତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଶ୍ରୀଲଙ୍କା କଲେଜ ଅଫ୍ ଏମର୍ଜେନ୍ସି ଫିଜିସିଆନ୍ସ ଏବଂ ୟୁରୋପିଆନ୍ ସୋସାଇଟି ଅଫ୍ ଏମର୍ଜେନ୍ସି ମେଡିସିନ୍ ସହଯୋଗରେ ଏକ ଆନ୍ତର୍ଜାତିକ ହାଇବ୍ରିଡ୍ ୱେବିନାର ମଧ୍ୟ ଆୟୋଜିତ ହୋଇଥିଲା । ଶ୍ରୀଲଙ୍କା ଜରୁରୀ କାଳୀନ ଡାକ୍ତର ସଂଘର ଅଧ୍ୟକ୍ଷ ଏବଂ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଇନୁକା ଏବଂ ଡକ୍ଟର ବନ୍ଦାରା ଆଭାସୀ ବ୍ୟକ୍ତବ୍ୟ ରଖିଥିଲେ । ସେହିପରି ୟୁରୋପୀୟ ଜରୁରୀ କାଳୀନ ଡାକ୍ତର ସମାଜର ସଭାପତି ଡକ୍ଟର ଜିମ୍ ଏବଂ କମିଟି ସଦସ୍ୟ ଡକ୍ଟର ସୁଲେୟା ଓ ଲଣ୍ଡନର ଡକ୍ଟର ସୁମା ଅହମେଦ ଅନ୍‌ଲାଇନ୍‌ରେ ଯୋଡି ହୋଇଥିଲେ ।

ସେହିପରି ଏମ୍ସ ଦିଲ୍ଲୀର ପ୍ରଫେସର ଡାକ୍ତର ରାକେଶ ଗର୍ଗ, ଡାକ୍ତର ଭାରତ ଗୋପୀନାଥ ଓ ଡାକ୍ତର ହାନା ଚାୱାଙ୍ଗଙ୍କ ମଧ୍ୟ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମ୍‌ହାନ୍ସ ବାଙ୍ଗାଲୋରର ଅବସରପ୍ରାପ୍ତ ମୁଖ୍ୟ ପ୍ରଫେସର ସନ୍ତୋଷ ଚତୁବେର୍ଦୀ, ଏମ୍ସ ନାଗପୁରର ଶ୍ରୀ ରାକେଶ, ସିଏମ୍‌ସି ଭେଲୋରର ଡାକ୍ତର ଜ୍ୟୋତି ସ୍ୱରୂପ ମଧ୍ୟ ଅନ୍‌ଲାଇନ୍ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶାରୁ ଏମ୍ସ, ଭୁବନେଶ୍ୱରର ଡାକ୍ତର ଚିନ୍ମୟ ଦାସ ଓ ଡାକ୍ତର ଅଜୁତେଶ ସାହୁ, ଜନସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ, ଡାକ୍ତର ନିରଞ୍ଜନ ମିଶ୍ର, ସମ ହସ୍ପିଟାଲର ପ୍ରଫେସର ସୁକଦେବ ନାୟକ ଏବଂ ପିଜି ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱରର ପ୍ରଫେସର ନିବେଦିତା ପାଣି ଯୋଗ ଦେଇ ଜରୁରୀକାଳୀନ ଔଷଧର ଉପାଦେୟତା ସଂପର୍କରେ ଗୁରୁତା୍ୱରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଡାକ୍ତର ତପନ ରାୟ, ଡାକ୍ତର ଗୋଲକ ପ୍ରସାଦ ପାତ୍ର , ଡାକ୍ତର ବୋଡେଲା ସୃତି, ଡାକ୍ତର ଅଭିପସା ବର୍ମା, ଡାକ୍ତର ଶାଶ୍ୱତା ପଟ୍ଟନାୟକ ଓ ଡାକ୍ତର ଅମଲ ରାଜ ପରିଚାଳନା କରିଥିଲେ । ଡାକ୍ତର ଆନନ୍ଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

The post ସମ୍‌ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ୨୦୨୬ ପାଳିତ appeared first on Big News Odisha.

ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ
ତମାଖୁ ସେବନର ଭୟାବହତା ଓ ଅପକାରିତା ଏବଂ ତମାଖୁ ମୁକ୍ତ ଜୀବନ ସଂପର୍କରେ ସଚେତନତା ବାଂଟିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ବୁଧବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି ।

ଆଇଡିଏସ୍‌ରୁ ଏହି ରାଲି ଆରମ୍ଭ ହୋଇ ସମ୍ ହସ୍ପିଟାଲ ଛକ ଓ ଏପିଜେ ଅବଦୁଲ କଲାମ୍ ପାର୍କ ଅତିକ୍ରମ କରି ପୁଣି କଲେଜକୁ ପ୍ରତ୍ୟାବର୍ତନ କରିଥିଲା । ଏହି ରାଲିରେ ଫ୍ୟାକଲ୍ଟି ସଭ୍ୟ, ଇନ୍‌ଟର୍ଣ୍ଣ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ । ସେହିପରି ରାଲିରେ ସାମିଲ ହୋଇଥିବା ଆଇଡିଏସ୍‌ର ଇନ୍‌ଟର୍ଣ୍ଣମାନେ କାର୍ଯ୍ୟକ୍ରମକୁ ସଫଳ କରିବା ସହ ସଚେତନତାମୂଳକ ପ୍ରଚାର ଜନସାଧାରଣଙ୍କୁ ବାଂଟିଥିଲେ ।

ରାଲିକୁ ଆଇଡିଏସ୍ ର ଟୋବାକୋ ସିସେସନ୍ ସେଂଟରର ନୋଡାଲ୍ ଅଫିସର ପ୍ରଫେସର ସନତ୍ କୁମାର ଭୂୟାଁ ଶୁଭାରମ୍ଭ କରିଥିବାବେଳେ ତାଙ୍କ ସହିତ ଡାକ୍ତର ବସନ୍ତ ଚୌଧୁରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଡାକ୍ତର ଗାଥା ମହାନ୍ତି, ଡାକ୍ତର ସ୍ମିତା ପ୍ରିୟଦର୍ଶନୀ ଓ ଡାକ୍ତର ସୁମିତା ମିଶ୍ର ପରିଚାଳନା କରିଥିଲେ ।

ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହେବା ସହ ଓଡିଶାକୁ ସୁସ୍ଥ ଓ ତମାଖୁ ମୁକ୍ତ କରିବା ନେଇ ଏକ ବାର୍ତା ପ୍ରଦାନ କରିଥିଲେ ।

The post ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ appeared first on Big News Odisha.

ସୋଆରେ ଉତ୍କଳ ଦିବସ ପାଳିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁଧବାର ୯୧ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସୋଆର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ବରିଷ୍ଠ କର୍ମକର୍ତାଗଣ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନର ମହାନ ବରପୁତ୍ର ମାନଙ୍କର ସ୍ମୃତି ଚାରଣ କରିଥିଲେ ।

ଏହି ଅବସରରେ ଉପସ୍ଥିତ ବ୍ୟକ୍ତି ବିଶେଷ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିଲେ ।

The post ସୋଆରେ ଉତ୍କଳ ଦିବସ ପାଳିତ appeared first on Big News Odisha.

ମୋହନ ସରକାରକୁ ଅରୁଣଙ୍କ ଅସ୍ମିତା ବାଣ : ଟାର୍ଗେଟରେ ଡବଲ ଇଞ୍ଜନ
ଡବଲ ଇଂଞ୍ଜନ ସରକାର ଓଡିଶାକୁ ଡବଲ ଧୋକା ଦେଇଛି  l ରାଜ୍ୟରେ ଗଣତନ୍ତ୍ର କେମିତି ଚାଲିଛି ତାହା ବିଧାନସଭାରେ ଶାସକ ଦଳ ବିରୋଧୀଙ୍କୁ ପ୍ରଶ୍ନ ପଚାରି ଉତ୍ତର ଦାବି କରିବାରୁ ଜଣା ପଡୁଛି ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ  କହିଛନ୍ତି l

ବ୍ୟୟ ମଂଜୁର ବିଲ ଆଲୋଚନାରେ ବିଜେପି ସରକାରର ଓଡ଼ିଆ ଅସ୍ମିତା ନାରାକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ l 200କୋଟିର ଓଡ଼ିଆ ଅସ୍ମିତା ଗଲା କୁଆଡେ l କୋଟିଆରେ କୁଆଡେ ଗଲା ଓଡ଼ିଆ ଅସ୍ମିତା l ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡିଶା ବୁଡ଼ୁଛି, ମହାନଦୀ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କୁଆଡେ ଗଲା l ମନ୍ତ୍ରୀ କମିଟି କାହିଁକି କଲେ ନାହିଁ l ବିଜୁବାବଙ୍କୁ ଅପମାନିତ କରାଗଲା କୁଆଡେ ଗଲା ଓଡ଼ିଆ ଅସ୍ମିତା l ଲୋକସଭାରେ ବିଜେପିର 20ଜଣ ସାଂସଦ ମୁହଁରେ ତୁଣ୍ଡି ପକାଇ ବସିବା କି ପ୍ରକାର ଓଡ଼ିଆ ଅସ୍ମିତା l ଓଡ଼ିଆ ଅସ୍ମିତା ଆଜି ଧ୍ୱଂସ ହୋଇଛି l ବଜେଟ ରେ ଘୋଡାଙ୍କ ଦାମ କେତେ ବୋଲି କହି କଟାକ୍ଷ କରି ଶାସକ ଦଳକୁ ସମାଲୋଚନା କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ରାଜ୍ୟସଭା ନିର୍ବାଚନକୁ ଇଙ୍ଗିତ କରି ଅରୁଣ ବ୍ୟୟ ମଂଜୁର ବିଲରେ ମାରିଥିଲେ ଘୋଡା ବେପାର ତେରଛା ବାଣ l ରାଜ୍ୟରେ ଆଇନ ଶୁଙ୍ଖଳା ପୁରା ବିଗିଡି ଯାଇଛି l 2025-26ରେ 21 ପ୍ରତିଶତ ଅପରାଧ ବୃଦ୍ଧି ପାଇଛି l ବିଧାୟକ ଗୁଳି ଫୁଟାଉଛନ୍ତି pso ବଳି ପଡୁଛନ୍ତି l ଭୁବନେଶ୍ୱରରୁ ରାଉଲକେଲା ଓ ପୁରା ଓଡ଼ିଶାରେ ସରକାରୀ କର୍ମଚାରୀଙ୍କୁ ମାଡ଼ l ପୋଲିସ ପୋଲିସ ବିରୋଧରେ ମାମଲା ରୁଜୁ କରୁଛି l ଏହା ପ୍ରମାଣିତ କରୁଛି ରାଜ୍ୟରେ ଆଇନ ଶୁଙ୍ଖଳା କେଉଁ ସ୍ଥିତିରେ ଅଛି l ବିଜେପି ସରକାର ଆସିଲା ପରେ ଗଣତନ୍ତ୍ରକୁ ହତ୍ୟା କରୁଛି l ସରକାରୀ ଦଳ ଏବେ ବିରୋଧୀ ଦଳକୁ ପ୍ରଶ୍ନ କରୁଛି l ଗଣତନ୍ତ୍ରକୁ ଜନତନ୍ତ୍ରରେ ପରିଣତ କରିଛି ବିଜେପି l ଡରେଇ ଧମକେଇ ଶାଶନ କରୁଛି l ଆଜି ଭାରତ ବର୍ଷରେ ମଧ୍ୟ୍ ସମାନ ସ୍ଥିତି l ବ୍ରିଟିଶ ପାଖରେ ମୁଣ୍ଡ ନୁଆଁଇନଥିବା ଭାରତ ବାସି ଆଜି ଆମେରିକା ପାଖରେ ଆମେ ମୁଣ୍ଡ ନୁଆଁଇଛନ୍ତି l ଏସଆଇଆର ଜରିଆରେ ଭାରତ ବର୍ଷର 10କୋଟି ଲୋକଙ୍କ ନାଁ ଭୋଟର ଲିଷ୍ଟ ରୁ କଟିବ l ସେମାନେ ଭାରତ ବର୍ଷରେ ସବୁ ସୁବିଧା ପାଇଁ ଭୋଟ ଦେଇପାରିବେନି l ବିଧାନସଭାରେ ସବଳ ମୁଖ୍ୟମନ୍ତ୍ରୀ ନା ଦୁର୍ବଳ ମୁଖ୍ୟମନ୍ତ୍ରୀ ଏକଥା ପ୍ରମାଣିତ କରିବାକୁ ଆଣ୍ଠେଇପଡିଲେଣି ଶାସକ ଦଳ l ବଜେଟ ପରେ ବଜେଟ ଆଣୁଛନ୍ତି ବିଜେପି ସରକାର l ହେଲେ ଏହାକୁ ଖର୍ଚ୍ଚ କରିପାରୁନାହାନ୍ତି l ବଡ଼ ବଜେଟ ସହ ରାଜ୍ୟର ଋଣ ଭାର ଏବେ ବଢ଼ି ବଢ଼ି ଚାଲିଛି l 2ବର୍ଷରେ ବିଜେପି ସରକାର 50ହଜାର କୋଟି ଟଙ୍କା ଋଣ କରି ସାରିଲାଣି l ଋଣ କରି ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ କରିବାକୁ ସ୍ବପ୍ନ ଦେଖୁଛି ବିଜେପି l 2029ରେ ବିଜେପି କେବେ ବି ଶାଶନକୁ ଆସିପାରିବନି l ଡବଲ ଇଞ୍ଜନ ସରକାର ବ୍ୟାଗ ଗୀୟରରେ ଚାଲିଛି l ଡବଲ ଇଞ୍ଜନ ସରକାର ଓଡିଶାକୁ ଡବଲ ଧୋକା ଦେଇଛି l ଡବଲ ଇଞ୍ଜନ ସରକାରର ସ୍ପ୍ରିଡ଼ କେତେ? ପଂଚାୟତ ଓ ପୌର ନିର୍ବାଚନରେ 27ପ୍ରତିଶତ ସଂରକ୍ଷଣ ଦେବେ କି? ବଜେଟ ରେ ଘୋଡାଙ୍କ ଦାମ କେତେ ବୋଲି କହି କଟାକ୍ଷ କରି ଶାସକ ଦଳକୁ ସମାଲୋଚନା କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ରାଜ୍ୟସଭା ନିର୍ବାଚନକୁ ଇଙ୍ଗିତ କରି ଅରୁଣ ବ୍ୟୟ ମଂଜୁର ବିଲରେ ମାରିଥିଲେ ଘୋଡା ବେପାର ତେରଛା ବାଣ l

The post ମୋହନ ସରକାରକୁ ଅରୁଣଙ୍କ ଅସ୍ମିତା ବାଣ : ଟାର୍ଗେଟରେ ଡବଲ ଇଞ୍ଜନ appeared first on Big News Odisha.

ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ଘର ବାହୁଡା଼
ବାଲେଶ୍ୱର ଜିଲ୍ଲାର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାସ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଉଭୟ ଶ୍ରୀ ମହାନ୍ତି ଓ ଶ୍ରୀ ଦାସଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏ ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜଭୁ୍ତ ହେବ। ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀ ପଟ୍ଟନାୟକ ଉଭୟଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡିରେ ସେମାନଙ୍କୁ ଗ୍ରହଣ କରିଥିବାରୁ ଶ୍ରୀ ମହାନ୍ତି ଓ ଶ୍ରୀ ଦାସ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେମାନେ କାମ କରିବେ ବୋଲି ଘୋଷଣା କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ଗଣ ସର୍ବଶ୍ରୀ ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର, ଅରୁଣ ସାହୁ, ମାଧବ ଧଡା, ଗୌତମ ବୁଦ୍ଧ ଦାସ, ପୂର୍ବତନ ମନ୍ତ୍ରୀ ସର୍ବଶ୍ରୀ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଶ୍ରୀ ସ୍ୱରୂପ ଦାସ, ଶ୍ରୀ ସୁକାନ୍ତ ନାୟକ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କ ସମେତ ଜିଲ୍ଲାର ବିଜେଡି ନେତୃବୃନ୍ଦ ଓ ଶହ ଶହ କର୍ମୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଶ୍ରୀ ରଘୁନାଥ ମହାନ୍ତି ପୂର୍ବରୁ ବିଜେଡି ସରକାରରେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ।

The post ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ଘର ବାହୁଡା଼ appeared first on Big News Odisha.

ପଖାଳ: ଓଡ଼ିଆ ମନର ଭାବନା, ମାଟିର ସୁଗନ୍ଧ ଓ ସ୍ନେହର ପରିଚୟ”
() ଆଜି ସମଗ୍ର ଓଡ଼ିଶାରେ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହେଉଛି “ପଖାଳ ଦିବସ”। ଗରମ ଦିନରେ ଶରୀରକୁ ଶିତଳତା ଦେବା ସହିତ ପଖାଳ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଗାଢ଼ ଭାବନା ଓ ସ୍ମୃତିକୁ ଜାଗ୍ରତ କରେ। ଏହା କେବଳ ଏକ ଦିନ ନୁହେଁ ଏହା ହେଉଛି ଆମ ସଂସ୍କୃତିର ଜୀବନ୍ତ ଅନୁଭୂତି।

ଘରେ ଘରେ ମା’ମାନେ ଆନନ୍ଦରେ ପଖାଳ ତିଆରି କରି, ପିଆଜ, ବଡ଼ିଚୁରା, ଆଳୁଭର୍ତ୍ତା ଓ ମାଛଭଜା ସହିତ ପରିବେଷଣ କରିଥାନ୍ତି । ସେହି ଥାଳିରେ କେବଳ ଖାଦ୍ୟ ନଥାଏ, ଥାଏ ଅପାର ସ୍ନେହ, ମମତା ଓ ମା’ର ଅନନ୍ତ ଭଲପାଇବା। ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ସମସ୍ତେ ପଖାଳର ରସକୁ ଉପଭୋଗ କରନ୍ତି। କେହି କେହି ତାଙ୍କ ଛୋଟବେଳର ସେଇ ସୁନ୍ଦର ସ୍ମୃତିକୁ ମନେ ପକାଇଥାନ୍ତି—ଯେତେବେଳେ ଗାଁର ଅଗଣାରେ ବସି ପରିବାର ସହିତ ପଖାଳ ଖାଉଥିଲେ। ସେହି ସରଳ ମୁହୂର୍ତ୍ତ ଗୁଡ଼ିକ ଆଜି ମଧ୍ୟ ମନକୁ ଭିଜାଇ ଦେଉଛି। ଅନେକ ବୃଦ୍ଧମାନେ କୁହନ୍ତି, “ପଖାଳ ହେଉଛି ଆମ ଜୀବନର ସରଳ ସୁଖ”। ତାଙ୍କର ଆଖିରେ ଦେଖାଯାଉଛି ସେଇ ପୁରୁଣା ଦିନର ଆଲୋକ, ଯେଉଁଠାରେ ସରଳତାରେ ଥିଲା ଅନେକ ଖୁସି ଓ ଭଲ ପାଇବା।

ବିଶେଷଜ୍ଞମାନେ କହୁଛନ୍ତି, ପଖାଳ ଶରୀରକୁ ଶୀତଳ ରଖିବା ସହିତ ଜୀର୍ଣ୍ଣ ପ୍ରକ୍ରିୟାକୁ ସୁଧାରେ। ତେଣୁ ଏହା କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ଆଜିର ଆଧୁନିକ ଜୀବନର ଭିଡ଼ ମଝିରେ ମଧ୍ୟ ପଖାଳ ଆମକୁ ଆମ ମୂଳ ସହିତ ଯୋଡ଼ି ରଖୁଛି। ଏହା ଆମ ପରମ୍ପରା, ଆମ ମୂଳ ଓ ଆମ ପରିଚୟର ଜୀବନ୍ତ ପ୍ରତୀକ। ପଖାଳ ଦିବସ ଆମକୁ ଶିଖାଏ—ଆଧୁନିକତାର ମଝିରେ ଆମ ପରମ୍ପରାକୁ କେବେ ଭୁଲିବା ଉଚିତ୍ ନୁହେଁ। ଏହା ଆମ ମାଟିର ସୁଗନ୍ଧ, ଆମ ମନର ଭାବନା ଓ ଆମ ଗର୍ବର ପ୍ରତୀକ।

ଆସନ୍ତୁ, ଏହି ପଖାଳ ଦିବସରେ ଆମେ କେବଳ ପଖାଳ ଖାଇବା ନୁହେଁ ଏହା ସହିତ ଜଡିତ ଥିବା ସେଇ ଅମୂଲ୍ୟ ସ୍ମୃତି ଓ ଭାବନାକୁ ମଧ୍ୟ ଅନୁଭବ କରିବା ଓ ଆମ ମନକୁ ସ୍ନେହ ଓ ଶାନ୍ତିରେ ଭରିଦେବା।

The post ପଖାଳ: ଓଡ଼ିଆ ମନର ଭାବନା, ମାଟିର ସୁଗନ୍ଧ ଓ ସ୍ନେହର ପରିଚୟ” appeared first on Big News Odisha.