ଆମ ସହର Archives - Big News Odisha

ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ: କୁଳପତି
ପରିବେଶ ପ୍ରଦୁଷଣ ଓ ଏହାର ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ସନ୍ତୁଳନ ଲାଗି ବୃକ୍ଷରୋପଣ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।

ଶୁକ୍ରବାର ସୋଆ କ୍ୟାମ୍ପସ – ୪ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ସବୁକ୍ୟାମ୍ପସକୁ ସବୁଜ କ୍ୟାମ୍ପସ କରାଯିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି ।

ସୋଆ ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌), ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରି (ଆଇଭିଏସ୍‌ଏଏଚ୍‌) ଏବଂ ଆଇନ ମହାବିଦ୍ୟାଳୟ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ମିଳିତ ଆନୁକୂଲ୍ୟରେ ଏହି ବିଶାଳା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ପରିବେଶର ସୁରକ୍ଷା ନିମନ୍ତେ ଏହି ମହତ୍ କାର୍ଯ୍ୟର ଆୟୋଜନ କରାଯାଇଥିବା ବେଳେ ବଉଳ, ସୁନାରୀ, କାଂଚନ, ଅର୍ଜୁନ, ପିସ୍ତାବାଦାମ, ଜାମ୍ମୁ, ବାହାଡା, କୃଷ୍ଣଚୂଡ଼ା ଓ ବଡ଼ ଚାକୁଣ୍ଡା ଭଳି ୧୨ ପ୍ରକାରର ୫୦୦ଟି ବୃକ୍ଷ ରୋପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।

The post ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ: କୁଳପତି appeared first on Big News Odisha.

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ଗଣିତ ବିଭାଗ ପକ୍ଷରୁ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇଂଟରନ୍ୟାସନାଲ୍ କନଫରେନ୍ସ ଅନ୍ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଫର୍ ଇଞ୍ଜିନିୟରିଂ ସାଇନ୍ସେସ୍ ଆଣ୍ଡ ହେଲ୍‌ଥକେୟାର (ଆଇସିସିଏମ୍‌ଇଏସ୍‌ଏଚ୍‌-୨୦୨୬)’ର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି ।

ଏହି ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶର ବିଶିଷ୍ଟ ଶିକ୍ଷାବିତ୍‌, ଗବେଷକ, ବୈଜ୍ଞାନିକ ଏବଂ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଏବଂ ଏହାର ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା ଓ ଆନ୍ତଃବିଭାଗୀୟ ବିଜ୍ଞାନ କ୍ଷେତ୍ରରେ ପ୍ରୟୋଗ ସଂପର୍କିତ ଅତ୍ୟାଧୁନିକ ଗବେଷଣା ଉପରେ ମତ ବିନିମୟ କରିବେ ।

ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀଲଙ୍କାର ୟୁନିଭର୍ସିଟି ଅଫ୍ କଲମ୍ବୋର ଚେୟାର ପ୍ରଫେସର ଅଫ୍ ମ୍ୟାଥମାଟିକ୍ସ ତଥା ସେଂଟର ଫର ମ୍ୟାଥମାଟିକାଲ୍ ମଡେଲିଂର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ପେରେରା ମୁଖ୍ୟ ଅତିଥି ଏବଂ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଆଇଟିଇଆର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଗଣିତ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆୟୋଜକ ଅଧ୍ୟକ୍ଷ ପ୍ରଫେସର ସୁନିତା ଚାନ୍ଦ, ସମ୍ମିଳନୀର ଆବାହକ ପ୍ରଫେସର ମିତାଲୀ ମଧୁସ୍ମିତା ନାୟକ ଏବଂ ସହ-ଆବାହକ ଡଃ ସୌଭାଗ୍ୟ କୁମାର ସାହୁ ଓ ଡଃ ପିନାକୀ ପ୍ରସାଦ କର ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ ଭାଷଣରେ ପ୍ରଫେସର ସଞ୍ଜୀବ ପେରେରା ସଂକ୍ରାମକ ରୋଗ ସମେତ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରର ଜଟିଳ ଚ୍ୟାଲେଞ୍ଜର ମୁକାବିଲାରେ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ, ଗାଣିତିକ ମଡେଲିଂ ଏବଂ କୃତ୍ରିମ ବୁଦ୍ଧିମତାର (ଏଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।

ନିଜ ଅଭିଭାଷଣରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ସମୟରେ ବାସ୍ତବ ଜୀବନର ବହୁମାତ୍ରିକ ସମସ୍ୟାର ସମାଧାନ କ୍ଷେତ୍ରରେ କଂପ୍ୟୁଟେସନାଲ୍ ସାଇନ୍ସେସ୍‌ର ଭୂମିକା କ୍ରମଶଃ ବୃଦ୍ଧି ପାଉଛି । ଉଚ୍ଚମାନର ଗବେଷଣା, ନବସୃଜନ ଏବଂ ଆନ୍ତର୍ଜାତୀୟ ଶୈକ୍ଷିକ ସହଯୋଗକୁ ସୋଆ ସଦାସର୍ବଦା ପ୍ରାଧାନ୍ୟ ଦେଇଆସୁଛି ବୋଲି ସେ କହିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ସମ୍ମାନସ୍ୱରୂପ ସ୍ମାରକ ପ୍ରଦାନ କରାଯାଇଥିବା ବେଳେ ସମ୍ମିଳନୀର ଅବଷ୍ଟ୍ରାକ୍ଟ ବୁକ୍ ଉନ୍ମୋଚିତ ହୋଇଥିଲା ।

ସମ୍ମିଳନୀରେ ବିଶ୍ୱପ୍ରସିଦ୍ଧ ଗଣିତଜ୍ଞ ତଥା ଫ୍ରାକ୍ସନାଲ୍ କାଲ୍‌କୁଲସ୍ ଓ ଗାଣିତିକ ପଦାର୍ଥ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରଫେସର ଡୁମିତ୍ରୁ ବାଲେନୁ, ଆଇଆଇଟି ରୁରକି ର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ମିଲେ ପନ୍ତ, ଆଇଆଇଟି ପାଟନାର ପ୍ରଫେସର ପ୍ରଶାନ୍ତ କୁମାର ଶ୍ରୀବାସ୍ତବଙ୍କ ସମେତ ବହୁ ବିଶିଷ୍ଟ ବକ୍ତା ଯୋଗ ଦେଇଛନ୍ତି ।

ଏହାବ୍ୟତୀତ ଆଇଆଇଟି ମାଡ୍ରାସ୍‌ର ଡକ୍ଟର ଆର୍ଯ୍ୟ କୁମାର ବେଦବ୍ରତ ଚାନ୍ଦ, ଆଇଆଇଟି ମଣ୍ଡିର ଡକ୍ଟର ନୀତୁ କୁମାରୀ, ଆଇଆଇଇଏସ୍‌ଟି ଶିବପୁର, ହାୱାଡାର ଡକ୍ଟର ବାପ୍ପନ ଘୋଷ, ସିମ୍ବାସିସ୍‌, ପୁଣେର ଡକ୍ଟର ଜିତେନ୍ଦ୍ର କୌଶିକ, ଆଇଆଇଟି ରୁପାରର ପ୍ରଫେସର ଏସ୍‌. ସି. ମାର୍ଥା, ଆଇଆଇଟି ଇନ୍ଦୋରର ପ୍ରଫେସର ଏମ୍‌. ତନଭୀର ଏବଂ ଆଇଆଇଟି ଗୌହାଟିର ଡକ୍ଟର ରବୀନ୍ଦ୍ର ଝା ପ୍ରମୁଖ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ । ସେମାନଙ୍କ ବ୍ୟାଖ୍ୟାନ କଂପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ, ସ୍ୱାସ୍ଥ୍ୟସେବା, ଇଞ୍ଜିନିୟରିଂ, କୃତ୍ରିମ ବୁଦ୍ଧିମତା, ଅପ୍‌ଟିମାଇଜେସନ୍ ଓ ତଥ୍ୟ-ଭିତିକ ଗବେଷଣା କ୍ଷେତ୍ରର ସାଂପ୍ରତିକ ଉନ୍ନତି ସଂପର୍କରେ ମୂଲ୍ୟବାନ ଦିଗଦର୍ଶନ ପ୍ରଦାନ କରିବ ।

ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟ ବକ୍ତବ୍ୟ, ଆମନ୍ତ୍ରିତ ବ୍ୟାଖ୍ୟାନ, ବୈଷୟିକ ଗବେଷଣାପତ୍ର ଉପସ୍ଥାପନା ଏବଂ ବିଭିନ୍ନ ଆନ୍ତଃକ୍ରିୟାତ୍ମକ ଏକାଡେମିକ୍ ଅଧିବେଶନ ଅନୁଷ୍ଠିତ ହେବ । ଭାରତ ସମେତ ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଓ ଶିଳ୍ପ ସଂସ୍ଥାର ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଓ ପେସାଦାରମାନଙ୍କର ଉଲ୍ଲେଖନୀୟ ଅଂଶଗ୍ରହଣ ଏହି ସମ୍ମିଳନୀକୁ ଆନ୍ତର୍ଜାତୀୟ ଜ୍ଞାନ ବିନିମୟର ଏକ ଗୁରୁତ୍ୱପୂର୍ଣ୍ଣ ମଂଚରେ ପରିଣତ କରିଛି ।

The post ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ appeared first on Big News Odisha.

ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ମିଳିତ ଭାବେ ଆଗେଇ ନେବା ଉଦ୍ଦେଶ୍ୟରେ ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ) ଡିମ୍ଡ୍‌ ଟୁ ବିଶ୍ୱବିଦ୍ୟାଳୟ ଏବଂ କୋଲକାତାସ୍ଥିତ କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ (କେବିସି) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣାପତ୍ର ମାଧ୍ୟମରେ ସୋଆର ସେଣ୍ଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍) ଏବଂ କେବିସି ମଧ୍ୟରେ ଗବେଷଣା ଓ ଉତ୍ପାଦ ବିକାଶ କ୍ଷେତ୍ରରେ ଏକ ଦୀର୍ଘମିଆଦୀ ସହଯୋଗୀ ସମ୍ପର୍କ ସ୍ଥାପନ କରାଯିବ। ସିଆଇବିଆର୍ ପକ୍ଷରୁ ଜୈବ ସାର ସମେତ ବିଭିନ୍ନ ଜୈବ କୃଷି ଉତ୍ପାଦ ପ୍ରସ୍ତୁତ କରାଯାଉଛି।

ଚୁକ୍ତି ଅନୁଯାୟୀ, କେବିସି ବିପଣନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହା ଉତ୍ପାଦର ପ୍ରଚାର, ସଚେତନତା ସୃଷ୍ଟି, କୃଷକଙ୍କ ନିକଟରେ ପହଞ୍ଚିବା, କ୍ଷେତ୍ର ପ୍ରଦର୍ଶନୀ, ବିପଣନ ଏବଂ ବିତରଣ କାର୍ଯ୍ୟକ୍ରମକୁ ପରସ୍ପର ସହମତି ଭିତ୍ତିରେ ପରିଚାଳନା କରିବ।

ଏହି ବୁଝାମଣାପତ୍ର ଅନୁସାରେ ଉଭୟ ସଂସ୍ଥା ମିଳିତ ଭାବେ ବଜାର ବିସ୍ତାର, କୃଷକଙ୍କ ଦ୍ୱାରା ଜୈବ ପ୍ରଯୁକ୍ତିର ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଏବଂ କ୍ଷେତ୍ରସ୍ତରୀୟ ପରୀକ୍ଷଣ ମାଧ୍ୟମରେ ଉତ୍ପାଦର କାର୍ଯ୍ୟଦକ୍ଷତା ସମ୍ପର୍କିତ ବୈଜ୍ଞାନିକ ଓ ବାଣିଜ୍ୟିକ ତଥ୍ୟ ସଂଗ୍ରହ କରିବେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କେବିସିର ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶୈବାଲ ମିତ୍ର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

କେବିସି ବର୍ତ୍ତମାନ ‘ରାଇସ୍ କାର୍ବନ ପ୍ରୋଜେକ୍ଟ’ କାର୍ଯ୍ୟକାରୀ କରୁଛି, ଯାହା ଗତ ତିନି ବର୍ଷ ଧରି ପଶ୍ଚିମବଙ୍ଗ ଓ ଓଡ଼ିଶାର ୫,୭୫୦ ହେକ୍ଟର ଧାନ ଜମିରେ ଦୁଇଟି ଚାଷ ଋତୁକୁ ନେଇ ସଫଳତାର ସହ ଚାଲିଛି। ଜଳ ପରିଚାଳନା ପ୍ରଯୁକ୍ତି ‘ଆଲ୍ଟରନେଟ୍ ୱେଟିଂ ଆଣ୍ଡ ଡ୍ରାଇଂ (ଏଡବ୍ଲ୍ୟୁଡି)’ ବ୍ୟବହାର ମାଧ୍ୟମରେ ଜଳସେଚିତ ଧାନ ଚାଷରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରିବା ସହ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ।

ଓଡ଼ିଶାରେ ଏହି ପ୍ରକଳ୍ପ ୨,୫୦୦ ହେକ୍ଟର ଜମିରେ ୨,୨୦୯ ଜଣ କୃଷକଙ୍କୁ ଅନ୍ତର୍ଭୁକ୍ତ କରିଛି। ପରିବେଶ ଅନୁକୂଳ ଏହି ଚାଷ ପଦ୍ଧତିକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରୁଥିବା ପ୍ରତ୍ୟେକ କୃଷକଙ୍କୁ ପ୍ରତି ଋତୁରେ ପ୍ରତି ହେକ୍ଟର ପିଛା ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର ୮୦,୦୦୦ ହେକ୍ଟର ଜମିକୁ ଏହି ପ୍ରକଳ୍ପରେ ସାମିଲ କରିବାକୁ କେବିସି ଲକ୍ଷ୍ୟ ରଖିଛି।

ଏହି ଅବସରରେ ସୋଆର କୃଷି ବିଜ୍ଞାନ ଅନୁଷ୍ଠାନର ଡିନ୍ ପ୍ରଫେସର ଏସ୍‌. କେ. ରାଉତ, ସିଆଇବିଆର୍‌ର ନିର୍ଦ୍ଦେଶକ ପ୍ରଫେସର ଏଚ୍‌. ଏନ୍‌. ଥାଟୋଇ, ସେଣ୍ଟର ଫର୍ ବାୟୋଟେକ୍ନୋଲୋଜିର ପ୍ରଫେସର ଇ. ସୁବୁଦ୍ଧି, ସିଆଇବିଆର୍‌ର ସହକାରୀ ପ୍ରଫେସର ଡ଼. ମେଘା କବିରାଜ, ସୋଆର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

The post ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ appeared first on Big News Odisha.

ସମ୍ ନର୍ସିଂ କଲେଜ ପକ୍ଷରୁ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ ଆୟୋଜିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ନିକଟରେ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଦିନିକିଆ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫ୍‌ଡିପି) ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୭୦ ଜଣ ଫ୍ୟାକଲ୍ଟି ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିଲା ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍ କ୍ଷେତ୍ରରେ ଅଧ୍ୟାପକମାନଙ୍କର ଗବେଷଣା ଦକ୍ଷତାକୁ ସୁଦୃଢ଼ କରିବା ।ଏହି କାର୍ଯ୍ୟକ୍ରମରେ ଦୁଇଟି ବୈଜ୍ଞାନିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ସିଷ୍ଟମାଟିକ୍ ରିଭ୍ୟୁର ମୌଳିକ ଧାରଣା ସହିତ ଏହାର ଏଭିଡେନ୍ସ-ବେସ୍ଡ ରିସର୍ଚ୍ଚର ଗୁରୁତ୍ୱ, ପାରଂପରିକ ସାହିତ୍ୟ ସମୀକ୍ଷାଠାରୁ ଏହାର ପାଥର୍କ୍ୟ, ପିଆଇସିଓ ଫ୍ରେମ୍‌ୱାର୍କ ଆଧାରରେ ଗବେଷଣା ପ୍ରଶ୍ନ ପ୍ରସ୍ତୁତି, ପ୍ରୋଟୋକଲ୍ ବିକାଶ, ସାହିତ୍ୟ ସନ୍ଧାନ କୌଶଳ ଏବଂ ପୂର୍ବ ନିର୍ଦ୍ଧାରିତ ଅନ୍ତର୍ଭୁକ୍ତି ଓ ବର୍ଜନ ମାନଦଣ୍ଡ ଆଧାରରେ ଅଧ୍ୟୟନ ଚୟନ ସଂପର୍କରେ ଫ୍ୟାକଲ୍ଟିମାନଙ୍କୁ ଅବଗତ କରାଯାଇଥିଲା ।

ଏହି ଅଧିବେଶନ ପରିଚାଳନା କରିଥିବା ଏମ୍ସ ଭୁବନେଶ୍ୱରର ଶିଶୁରୋଗ ବିଭାଗର ଡ଼ଃ କେତନ କୁମାର ପ୍ରିଜ୍‌ମା (ପ୍ରିଫର୍ଡ ରିପୋଟିଂ ଆଇଟମ୍ସ ଫର୍ ସିଷ୍ଟମାଟିକ୍ ରିଭ୍ୟୁ ଆଣ୍ଡ ମେଟା-ଆନାଲିସିସ୍‌) ନିର୍ଦ୍ଦେଶାବଳୀ, ସିଷ୍ଟମାଟିକ୍ ରିଭ୍ୟୁ ପରିଚାଳନାର ସଂପୂର୍ଣ୍ଣ ପ୍ରକ୍ରିୟା ଏବଂ ଲିଟରେଚର ସନ୍ଧାନ କୌଶଳ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଦ୍ୱିତୀୟ ଅଧିବେଶନକୁ ଏମ୍ସ ଭୁବନେଶ୍ୱରର ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର ରଶ୍ମି ରଞ୍ଜନ ଦାସ ପରିଚାଳନା କରିଥିଲେ । ସେ ମେଟା-ଆନାଲିସିସ୍ ଫଳାଫଳର ବ୍ୟାଖ୍ୟା, ରିପୋର୍ଟିଂ ମାନଦଣ୍ଡ, ଗବେଷଣା ପ୍ରକାଶନ କୌଶଳ ଏବଂ ସିଷ୍ଟମାଟିକ୍ ରିଭ୍ୟୁ କରିବା ସମୟରେ ସମ୍ମୁଖୀନ ହେଉଥିବା ସାଧାରଣ ପଦ୍ଧତିଗତ ଆହ୍ୱାନ ସଂପର୍କରେ ଆଲୋଚନା କରିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଏଭିଡେନ୍ସ-ବେସ୍ଡ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଉଚ୍ଚମାନର ବୈଜ୍ଞାନିକ ପ୍ରମାଣ ସୃଷ୍ଟି ପାଇଁ ଅଧ୍ୟାପକ ଓ ଗବେଷକମାନଙ୍କୁ ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍ ପଦ୍ଧତି ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ ।ଶେଷରେ ଏକ ଆନ୍ତରିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣକାରୀମାନେ ସଫ୍ଟୱେୟାର ବ୍ୟବହାର, ପରିସଂଖ୍ୟାନଗତ ବିଶ୍ଳେଷଣ ଓ ସିଷ୍ଟମାଟିକ୍ ରିଭ୍ୟୁର ପ୍ରକାଶନ ସଂର୍ପକିତ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲେ ।

The post ସମ୍ ନର୍ସିଂ କଲେଜ ପକ୍ଷରୁ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ ଆୟୋଜିତ appeared first on Big News Odisha.

ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା
ଯୁବ ସମାଜର ମାନସିକ ସ୍ୱାସ୍ଥ୍ୟ, ଭାବନା ଓ ମାନସିକ ଚାପ, ଜୀବନଶୈଳୀ, ଡିଜିଟାଲ ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗକୁ ନେଇ ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ନଅ ଦିନିଆ କର୍ମଶାଳା ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି ।

‘ଯୁବ ମାନସିକତା, ଦୃଢ଼ମନା ଯୁବପିଢ଼ି, ଉଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗକୁ ନେଇ ଆୟୋଜିତ କର୍ମଶାଳାର ଶୀର୍ଷକ ରହିଥିଲା “ଯୁବ ସମାଜକୁ ଦୃଢ଼ିଭୂତ କରିବା: ସାମଗ୍ରିକ ସ୍ୱାସ୍ଥ୍ୟକୁ ଅଧିକ ସୁଦୃଢ଼ କରିବା” । ଏହି କର୍ମଶାଳାରେ ଅନୁଭୂତି ଭିତିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଅସ୍ୱାସ୍ଥ୍ୟକର ଭାବନାତ୍ମକ ଆଚରଣ ଉପରେ ସିମ୍ୟୁଲେସନ୍‌, ଦୃଢ଼ତା ଏବଂ ସୁସ୍ଥ ମୁକାବିଲା କୌଶଳ ସମ୍ପର୍କିତ ବିଭିନ୍ନ ଆଲୋଚନା ଆୟୋଜିତ ହୋଇଥିଲା ।

କର୍ମଶାଳାରେ କିଶୋରାବସ୍ଥାର ମାନସିକ ସ୍ୱାସ୍ଥ୍ୟ, ଭାବନା ଓ ମାନସିକ ଚାପ, ସକାରାତ୍ମକ ମାନସିକ ସ୍ୱାସ୍ଥ୍ୟ, ଜୀବନ କୌଶଳ, ସମସ୍ୟା ସମାଧାନ କ୍ଷମତା, ଡିଜିଟାଲ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା, ଦୃଢ଼ତା ଓ ସୁସ୍ଥ ମୁକାବିଲା କୌଶଳ ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଅଂଶଗ୍ରହଣକାରୀମାନେ ଇମୋସନାଲ ହ୍ୱିଲ୍‌, ଷ୍ଟ୍ରେସ୍ ବେଲୁନ୍‌, ରେଜିଲିଏନ୍ସ ଟ୍ରି ଆଣ୍ଡ ଭିଜନ୍ ବୋର୍ଡ ଭଳି ଅଭିନବ କାର୍ଯ୍ୟକଳାପରେ ଉତ୍ସାହର ସହ ଭାଗ ନେଇ ନିଜର ଭାବନାକୁ ଚିହ୍ନଟ କରିବା, ମାନସିକ ଚାପ ପରିଚାଳନା, ବ୍ୟକ୍ତିଗତ ସାମର୍ଥ୍ୟର ବିକାଶ, ସହଯୋଗୀ ବ୍ୟବସ୍ଥା ଗଢ଼ି ତୋଳିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକତା, ଭାବନାତ୍ମକ ସୁସ୍ଥତା, ବ୍ୟକ୍ତିଗତ ବିକାଶ, କ୍ୟାରିୟର ଓ ପରିବାର କ୍ଷେତ୍ରରେ ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିବା ସଂର୍ପକରେ ଶିକ୍ଷାଲାଭ କରିଥିଲେ । ଏହାଛଡ଼ା କେସ୍ ଷ୍ଟଡି, ପୁସ୍ତକ, ଜର୍ଣ୍ଣାଲ, ପୋଷ୍ଟର ଓ ଖବରକାଗଜର ପ୍ରବନ୍ଧ ମାଧ୍ୟମରେ ଆଲୋଚନାକୁ ଅଧିକ ସମୃଦ୍ଧ କରାଯାଇଥିଲା ।

କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଡିନ୍ ପ୍ରଫେସର ସସ୍ମିତା ଦାସ, ଅତିରିକ୍ତ ଡିନ୍ ପ୍ରଫେସର ତପତୀ ସାହା ଏବଂ ସହଯୋଗୀ ପ୍ରଫେସର ଦେବଜାନୀ ନାୟକ ଉପସ୍ଥିତ ଥିଲେ ।

ବୈଜ୍ଞାନିକ ଅଧିବେଶନରେ ସହଯୋଗୀ ପ୍ରଫେସର ସୁଚିସ୍ମିତା ପାହାନ୍ତା ସିଂହ, ଡା. ଅମିୟ କୃଷ୍ଣ ପଣ୍ଡା, ଡା. ରିୟା ଶେଟ୍ଟୀ, ଡା. କୀର୍ତି ଅନୁରାଗ, ଡା. ଶୁଭେନ୍ଦୁ ନାରାୟଣ ମିଶ୍ର, ଡା. ହିରଣ୍ମୟ ମହାପାତ୍ର, ଶ୍ରୀମତୀ ରୀତା ରାଣୀ ନାୟକ ଏବଂ ଶ୍ରୀମତୀ ଶେଫାଳୀ ମହାରଣା ବିଶେଷଜ୍ଞ ଭାବେ ଅଧିବେଶନ ପରିଚାଳନା କରିଥିଲେ ।

ପ୍ରଥମ ବର୍ଷ ଏମ୍‌.ଏସ୍‌.ସି. ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଫେସର ତପତୀ ସାହାଙ୍କ ତତ୍ୱାବଧାନରେ ଏହି କର୍ମଶାଳାର ଯୋଜନା ଓ ପରିଚାଳନା କରାଯାଇଥିଲା । ଛାତ୍ର ଅମିତ ସାହୁ ଓ ଛାତ୍ରୀ ପାୟଲ ପଣ୍ଡା ଏହାର ସଂଯୋଜନା କରିଥିଲେ । କର୍ମଶାଳାରେ ପ୍ରତିଦିନର ପୁନରାବୃତି ଅଧିବେଶନ, ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା, ଦଳଗତ ଉପସ୍ଥାପନା, ପୋଷ୍ଟ-ଟେଷ୍ଟ, କର୍ମଶାଳା ମୂଲ୍ୟାଙ୍କନ ଓ ମତାମତ ସଂଗ୍ରହ କରାଯାଇଥିଲା ।

ସମାପନୀ ଉତ୍ସବରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଏବଂ ଡା. ରଶ୍ମିମାଳା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ଯୋଗ୍ୟ ଅଂଶଗ୍ରହଣକାରୀ ଓ ଆୟୋଜକ କମିଟି ସଦସ୍ୟଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ଅଧ୍ୟାପକମାନଙ୍କୁ ସମ୍ମାନିତ କରାଯାଇଥିଲା । କର୍ମଶାଳାର ରିପୋର୍ଟ ଉପସ୍ଥାପନ, ବିଶ୍ଳେଷଣ ଓ ଅଂଶଗ୍ରହଣକାରୀଙ୍କ ମତାମତ ସଂଗ୍ରହ ସହିତ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ଦୃଢ଼ତା, ଆଶାବାଦ ଓ ସାମଗ୍ରିକ ସୁସ୍ଥତାର ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ଅଭିନବ ପଦକ୍ଷେପର ସଫଳ ସମାପନ ହୋଇଥିଲା ।

The post ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା appeared first on Big News Odisha.

ଆଠମଲ୍ଲିକ ପ୍ରଦୀପ ଚନ୍ଦ୍ର ଦେଓଙ୍କର ପରଲୋକ
ଆଠମଲ୍ଲିକ ଗଡ଼ଜାତ ର ଚୌରାଳିସ ତମ ରାଜା ପ୍ରଦୀପ ଚନ୍ଦ୍ର ଦେଓ ଙ୍କର ଶନିବାର ସକାଳ ସମୟରେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇ ଯାଇଚି..ମୃତ୍ୟୁ ସମୟରେ ତାଙ୍କୁ ସତାଅଶୀ ବର୍ଷ ବୟସ ହୋଇଥିଲା…କିଛି ଦିନ ହେବ ସେ ଅସୁସ୍ଥ ଥିଲେ…ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ପରେଶ ଦେଓ, ପୁତୁରା ତଥା ଖଣ୍ଡପଡ଼ା ର ରାଜା ଓ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ଦୁଇ ନାତି ବିଶ୍ଵରାଜ ଓ ପୃଥ୍ଵୀ ରାଜ୍ ଉପସ୍ଥିତ ଥିଲେ…ପୁରୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନ ନାତି ପୃଥ୍ୱୀରାଜ ମୁଖାଗ୍ନି ଦେଇଥିଲେ..ତାଙ୍କ ମୃତ୍ୟୁରେ ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି…

The post ଆଠମଲ୍ଲିକ ପ୍ରଦୀପ ଚନ୍ଦ୍ର ଦେଓଙ୍କର ପରଲୋକ appeared first on Big News Odisha.

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ
ମାନବ ଶରୀର ସଂରକ୍ଷଣ ବିଜ୍ଞାନ (ପ୍ଲାଷ୍ଟିନେସନ୍‌) କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଜନ ଡକ୍ଟର ଶିଶିର କୁମାରଙ୍କ ରଚିତ ‘ପ୍ରିଜର୍ଭିଂ ଆନାଟୋମି : ଦି ୱାର୍ଲ୍ଡ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ପୁସ୍ତକ ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନିକଟରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନାଟୋମି ବିଭାଗର ପ୍ରଫେସର ଡାକ୍ତର ଶିଶିର କୁମାର ଏହି ପୁସ୍ତକରେ ପ୍ଲାଷ୍ଟିନେସନ୍‌ର ବୈଜ୍ଞାନିକ ପ୍ରକ୍ରିୟା, ଶିକ୍ଷା, ଗବେଷଣା ଏବଂ ଶରୀର ବିଜ୍ଞାନ ଅଧ୍ୟୟନରେ ବହୁମୁଖୀ ପ୍ରୟୋଗ ସଂପର୍କରେ ବିସ୍ତୃତ ଭାବେ ଉପସ୍ଥାପନା କରିଛନ୍ତିି । ଏହା ମେଡିକାଲ୍ ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଏବଂ ଆନାଟୋମି କ୍ଷେତ୍ରରେ କାର୍ଯ୍ୟରତ ବୃତିଜୀବୀମାନଙ୍କ ପାଇଁ ଏକ ଉପଯୋଗୀ ସନ୍ଦର୍ଭ ଗ୍ରନ୍ଥ ଭାବେ ସହାୟକ ହେବ ବୋଲି ପ୍ରଫେସର ନାୟକ ଆଶା ବ୍ୟକ୍ତ କରିଛନ୍ତି ।

ପୁସ୍ତକର ‘ରିସର୍ଚ୍ଚ ଆପିକ୍ଳେସନ୍ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ଅଧ୍ୟାୟଟି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ରିପ୍ରକ୍ଟିଭ୍ ମେଡିସିନ୍ ଆଣ୍ଡ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର(ଡାକ୍ତର) ସୁଜାତା ପ୍ରଧାନ ରଚନା କରିଛନ୍ତି । ଏଥିରେ ପ୍ଲାଷ୍ଟିନେସନ୍ ପ୍ରଯୁକ୍ତିର ଗବେଷଣା କ୍ଷେତ୍ରରେ ବିଭିନ୍ନ ପ୍ରୟୋଗ ଓ ସମ୍ଭାବନା ସଂର୍ପକରେ ଆଲୋକପାତ କରାଯାଇଛି ।

ଡା. ଶିଶିର କୁମାର ଜର୍ମାନୀର ହାଇଡେଲବର୍ଗସ୍ଥ ବାୟୋଡୁର ଜିଏମବିଏଚ୍ ସେଂଟର ଫର୍ ପ୍ଲାଷ୍ଟିନେସନ ଠାରେ ଉନ୍ନତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସେ ପ୍ଲାଷ୍ଟିନେସନ୍ ବିଜ୍ଞାନର ପ୍ରବର୍ତକ ଡା. ଗୁନ୍ଥର ଭନ୍ ହାଗେନ୍ସଙ୍କ ଦଳର ସଦସ୍ୟମାନଙ୍କଠାରୁ ସିଧାସଳଖ ପ୍ରଶିକ୍ଷଣ ଲାଭ କରିଥିବାରୁ ଏହି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ–୩, ବ୍ରହ୍ମପୁରର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଉପସ୍ଥିତ ଥିଲେ ।

The post ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ appeared first on Big News Odisha.

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିର ୨୦ତମ ପ୍ରତିଷ୍ଠା ଦିବସ ଗଭୀର ଉତ୍ସାହ ଓ ଆନନ୍ଦପୂର୍ଣ୍ଣ ପରିବେଶରେ ଶୁକ୍ରବାର ପାଳିତ ହୋଇଥିବା ବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା, ଉତ୍କର୍ଷତା ଓ ଅଗ୍ରଗତିକୁ ସ୍ମରଣ କରାଯିବା ସହ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ଅଧିକ ଉଚ୍ଚ ସଫଳତା ହାସଲ କରିବା ନେଇ ଆହ୍ୱାନ ଦିଆଯାଇଥିଲା ।

୨୦ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ୪ ଜଣ ପୂର୍ବତନ କୁଳପତି ନିଜ ଅଭିଜ୍ଞତା ବଖାଣିବା ସହ ସୋଆର ଉଲ୍ଲେଖନୀୟ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମରେ ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସଭାପତିତ୍ୱ କରି ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୦ ବର୍ଷ ମଧ୍ୟରେ ସୋଆକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଓ ବିକଶିତ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ ।

ସେ କହିଥିଲେ ଯେ \”୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ପୂରଣରେ ସୋଆ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ସହ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇବା ଉଚିତ ।”

ପୂବର୍ତନ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର (ଡାକ୍ତର) ବାନାର୍ଜୀଙ୍କ ସମେତ ପୂର୍ବତନ କୁଳପତି ପ୍ରଫେସର ମହୀପାଲ ଜୈନ, ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ସୋଆର ବର୍ତମାନ କୁଳପତି ଭାବେ ଅବସ୍ଥାପିତ ଥିବା ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉଦ୍‌ବୋଧନ ଦେଇଥିଲେ ।

ପ୍ରଫେସର ନନ୍ଦ କହିଥିଲେ ଯେ, ପୂର୍ବତନ କୁଳପତିମାନେ ବିଭିନ୍ନ କଠିନ ପରିସ୍ଥିତିରେ ସୋଆକୁ ସଫଳତାର ସହ ଆଗେଇ ନେଇଥିଲେ । \”ସୋଆର ବିଶେଷତ୍ୱ ହେଉଛି, ଏହା ପ୍ରତ୍ୟେକ ଆହ୍ୱାନର ସାମ୍ନା କରି ସଫଳତାର ସହ ଆଗକୁ ବଢ଼ିଛି,\” ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ସୋଆକୁ ଏକ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ପ୍ରଶଂସା କରିଥିବା ସେ ଉଲ୍ଲେଖ କରିଥିଲେ ।

ସୋଆରେ ଗୁଣାତ୍ମକ ଗବେଷଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ବିଶ୍ୱବିଦ୍ୟାଳୟରେ ୧୮ଟି ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଏବଂ ୬୦ଟି ଗବେଷଣା ପରୀକ୍ଷାଗାର ସ୍ଥାପିତ ହୋଇଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।

ବର୍ତମାନ ସମୟରେ ଅନୁବାଦାତ୍ମକ (ଟ୍ରାନ୍ସଲେସନାଲ) ଏବଂ ସହଯୋଗାତ୍ମକ ଗବେଷଣାର ଆବଶ୍ୟକତା ଥିବା ବେଳେ ସୋଆ ଏପର୍ଯ୍ୟନ୍ତ ୧୦୭ଟି ପାଟେଂଟ ହାସଲ କରିଥିବା ବେଳେ ସେଥିମଧ୍ୟରୁ ୩ଟିର ବ୍ୟାବସାୟିକ ବ୍ୟବହାର ଆରମ୍ଭ ହୋଇସାରିଛି ବୋଲି ସେ ସୂଚନା ଦେଇଥିଲେ ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୃଢ଼ ନେତୃତ୍ୱର ପ୍ରଶଂସା କରି ପ୍ରଫେସର ନନ୍ଦ କହିଥିଲେ ଯେ, କଠିନ ସମୟରେ ସେ ଅବିଚଳ ରହି ଦୃଢ଼ତାର ସହ ବିଶ୍ୱବିଦ୍ୟାଳୟକୁ ଆଗେଇ ନେଇଥିଲେ, ଯାହା ଫଳରେ ସୋଆ ଆଜି ଦେଶର ଅଗ୍ରଣୀ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି ।

କାର୍ଯ୍ୟକ୍ରମରେ ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓଡ଼ିଶାରେ ବୈଷୟିକ ଶିକ୍ଷାର ପ୍ରତିଷ୍ଠା ନେଇ ଯେଉଁ ଦୂରଦୃଷ୍ଟି ରଖିଥିଲେ ତାହା ବର୍ତମାନ ୨୦ ବର୍ଷ ପରେ ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲ ଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ସହାୟକ ହେଉଛି ।

ପ୍ରଫେସର (ଡାକ୍ତର) ବାନାର୍ଜୀ କହିଥିଲେ ଯେ, ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ)-୨୦୨୫ ର‌୍ୟାଙ୍କିଙ୍ଗରେ ଦେଶରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ପୂର୍ବ ଭାରତର ବେସରକାରୀ କ୍ଷେତ୍ରରେ ପ୍ରଥମ ପ୍ରାଣୀ ଚିକିତ୍ସାଳୟ ସ୍ଥାପନ କରିଛି । ବିଶ୍ୱବିଦ୍ୟାଳୟର ଗବେଷଣା ପ୍ରବନ୍ଧ ଓ ପ୍ରକାଶନର ଗୁଣବତା ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ବୋଲି ସେ କହିଥିଲେ ।

ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ସୋଆକୁ ଏକ ସାମାଜିକ ଅର୍ନ୍ତଭୁକ୍ତିକରଣ ଭିତିକ ବିଶ୍ୱବିଦ୍ୟାଳୟ ବୋଲି ବର୍ଣ୍ଣନା କରି ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣାର ପଦ୍ଧତିରେ ଆସୁଥିବା ପରିବର୍ତନକୁ ଦୃଷ୍ଟିରେ ରଖି ଏକ ନୂତନ ଦୂରଦୃଷ୍ଟିପୂର୍ଣ୍ଣ ଦସ୍ତାବିଜ ଓ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ନାୟକଙ୍କ ଉଦ୍ୟୋଗୀ ମନୋଭାବର ମଧ୍ୟ ପ୍ରଶଂସା କରିଥିଲେ ।

ପୂର୍ବତନ କୁଳପତି ପ୍ରଫେସର ମହୀପାଲ ଜୈନ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବ୍ୟକ୍ତିତ୍ୱର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।

କାର୍ଯ୍ୟକ୍ରମରେ ସୋଆର ରେଜିଷ୍ଟ୍ରାର ତଥା ଉପ-କୁଳପତି ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ନୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

୧୯୯୬-୯୭ ଶିକ୍ଷାବର୍ଷରେ ‘ଶିକ୍ଷା ଓ ଅନୁସନ୍ଧାନ’ ଅଧୀନରେ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପ୍ରତିଷ୍ଠା ମାତ୍ର ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ କେବଳ ଏକ ନୂତନ ଇଞ୍ଜିନିୟରିଂ କଲେଜ ନୁହେଁ, ବରଂ ଓଡ଼ିଶାର ବୈଷୟିକ ଶିକ୍ଷାରେ ଏକ ନୂତନ ଦିଗନ୍ତର ଶୁଭାରମ୍ଭ ଥିଲା । ଆଜି ୧୦ଟି ଶିକ୍ଷା କ୍ଷେତ୍ରରେ ୧୩ଟି ସମ୍ବିଧାନିକ ଅନୁଷ୍ଠାନକୁ ନେଇ ସୋଆ ଏକ ବହୁବିଷୟକ ବିଶବିଦ୍ୟାଳୟରେ ପରିଣତ ହୋଇଛି । ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ସୋଆକୁ ‘ଡିମଡ୍ ଟୁ ବି ୟୁନିଭର୍ସିଟି’ ମାନ୍ୟତା ପ୍ରଦାନ କରିଥିଲା ।

The post ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ appeared first on Big News Odisha.

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ : ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ
ଦେଶର ଶିଳ୍ପ ଓ ଅର୍ଥନୈତିକ ବିକାଶକୁ ଗତିଶୀଳ କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଅପରିହାର୍ଯ୍ୟ ବୋଲି ଶନିବାର ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଥିବା ଭାରତୀୟ ଜାତୀୟ ଯାନ୍ତ୍ରିକ ଏକାଡେମୀ (ଆଇଏନଏଇ) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଦ୍ୱିତୀୟ ଟେକ୍ନୋଲୋଜି କନ୍‌କ୍ଲେଭରେ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‌)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ପଣ୍ଡା କହିଥିଲେ ଯେ, ଭାରତରେ ଇସ୍ପାତ ଉତ୍ପାଦନ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇନାହିଁ ଏବଂ ଦେଶର ସମସ୍ତ ଇସ୍ପାତ କାରଖାନା ବିଦେଶରୁ ଅଣାଯାଇଥିବା ପ୍ରଯୁକ୍ତି ଉପରେ ନିର୍ଭର କରୁଛି ।

ସେ କହିଥିଲେ, “ଇସ୍ପାତ ଉତ୍ପାଦନରେ ପ୍ରଦୂଷଣ ହ୍ରାସ କରିବା ସହ ସ୍ୱଦେଶୀ ପ୍ରଯୁକ୍ତିର ବିକାଶ ପାଇଁ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି ।”

ଇସ୍ପାତ ଉତ୍ପାଦନ ଏକ ଅତ୍ୟନ୍ତ ପ୍ରଦୂଷଣକାରୀ ପ୍ରକ୍ରିୟା ହୋଇଥିବାରୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଶିକ୍ଷାବିତ୍‌, ବୈଷୟିକ ବିଶେଷଜ୍ଞ ଓ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରହିବା ଆବଶ୍ୟକ ବୋଲି ଡକ୍ଟର ପଣ୍ଡା କହିଥିଲେ । ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ବଡ଼ ଆହ୍ୱାନ ହୋଇଥିବା ବେଳେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ହିଁ ଏହାର ସମାଧାନର ରାସ୍ତା ବାହାର କରିପାରିବ ବୋଲି ସେ କହିଥିଲେ ।

ବର୍ତମାନ ବାର୍ଷିକ ୧୬୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନକୁ ଆଗାମୀ ଚାରିରୁ ପାଂଚ ବର୍ଷ ମଧ୍ୟରେ ପ୍ରାୟ ୩୦୦ ନିୟୁତ ଟନ୍‌କୁ ବୃଦ୍ଧି କରିବା ଭାରତର ଲକ୍ଷ୍ୟ ଥିବା ବେଳେ ଇସ୍ପାତ ଉତ୍ପାଦନରେ କୋକ୍ ପରିବର୍ତେ ହାଇଡ୍ରୋଜେନ୍‌୍ ବ୍ୟବହାର ଏକ ପରିବେଶ ଅନୁକୂଳ ବିକଳ୍ପ ହୋଇପାରିବ ବୋଲି ସେ କହିଥିଲେ ।

ସେଲର ପାଂଚଟି ପ୍ରମୁଖ ଇସ୍ପାତ କାରଖାନାରେ କ୍ଷମତା ବୃଦ୍ଧି ସହ ଡିଜିଟାଲାଇଜେସନ୍ ଓ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ମାଧ୍ୟମରେ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରାଯାଉଥିବା ଡକ୍ଟର ପଣ୍ଡା କହିଥିଲେ । ପ୍ରଯୁକ୍ତିଭିତିକ ଷ୍ଟାର୍ଟଅପଗୁଡ଼ିକ ମଧ୍ୟ ଏହି କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତି ବିକାଶରେ ସହଯୋଗ କରିପାରିବେ ବୋଲି ସେ କହିଥିଲେ ।

ଆଇଏନଏଇର ସଭାପତି ଶ୍ରୀ ଜେ.ଡି. ପାଟିଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସମାରୋହରେ ପୂର୍ବତନ ଆଇଏନଏଇ ସଭାପତି ଓ ବିଟ୍‌ସ ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନୀଲ ମାନ୍ନା, ଡାନିଏଲି ଇଣ୍ଡିଆର ସିନିୟର ଭାଇସ୍ ପ୍ରେସିଡେଂଟ ଶ୍ରୀ ମନୋରଞ୍ଜନ ରାମ ଏବଂ ଆଇଏନଏଇ ଭୁବନେଶ୍ୱର ଚାପ୍‌ଟରର ଅଧ୍ୟକ୍ଷ ତଥା ସୋଆର ଆନ୍ତର୍ଜାତିକ ଊପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଆଇଟି ଭୁବନେଶ୍ୱରର ଗବେଷଣା ଡିନ୍ ତଥା ଆଇଏନଏଇ ଭୁବନେଶ୍ୱର ଚାପ୍ଟରର ସମ୍ପାଦକ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀ ମନୋରଞ୍ଜନ ରାମ କହିଥିଲେ ଯେ ଭାରତ ଏପର୍ଯ୍ୟନ୍ତ ଇସ୍ପାତ ଉତ୍ପାଦନରେ ବିଦେଶୀ ପ୍ରଯୁକ୍ତି ଉପରେ ନିର୍ଭରଶୀଳ । “ସ୍ୱଦେଶୀ ପ୍ରଯୁକ୍ତି ବିକାଶ ବିନା ଭାରତ କେବେ ମଧ୍ୟ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ,” ବୋଲି ସେ କହିଥିଲେ ।

ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ବ୍ୟୟ ତୁଳନାତ୍ମକ ଭାବେ କମ୍ ଥିବାରୁ ନୂତନ ପ୍ରଯୁକ୍ତି ବିକାଶ ପାଇଁ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ଦୁଇ ଦିନିଆ ଏହି କନ୍‌କ୍ଲେଭରେ ବିତରଣ ଭିତିକ କ୍ଷୁଦ୍ର ଓ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ମାଧ୍ୟମରେ ଦୀର୍ଘମିଆଦୀ ଶକ୍ତି ସୁରକ୍ଷା, ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣ, କୋଇଲା ଗ୍ୟାସିଫିକେସନ୍‌, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ରେଆର ଆର୍ଥର୍ ଉତୋଳନ, ସ୍ୱାସ୍ଥ୍ୟ ପ୍ରଯୁକ୍ତି, ପରିବହନ ଓ ଲଜିଷ୍ଟିକ୍ସ ଏବଂ ପରବର୍ତୀ ପିଢ଼ି ଯୋଗାଯୋଗ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ ।

ଦେଶର ବିଭିନ୍ନ ସ୍ଥାନରୁ ପ୍ରଯୁକ୍ତିବିଦ୍ୟା, ଗବେଷକ, ଅଧ୍ୟାପକ, ଶିଳ୍ପ ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକମାନେ ଏହି କନ୍‌କ୍ଲେଭରେ ସାମିଲ ହୋଇଛନ୍ତି । ଗତବର୍ଷ ଆଇଆଇଟି ବମ୍ବେରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କନ୍‌କ୍ଲେଭ ହେଉଛି ୪୦ ବର୍ଷ ପୁରୁଣା ଆଇଏନଏଇର ଏକ ପ୍ରମୁଖ କାର୍ଯ୍ୟକ୍ରମ ।

ପ୍ରଫେସର ଦାମୋଦର ଆଚାର୍ଯ୍ୟ କହିଥିଲେ ଏହି କନ୍‌କ୍ଲେଭର ଉଦ୍ଦେଶ୍ୟ ହେଉଛି ଯୁବ ଯାନ୍ତ୍ରିକ ପେସାଦାରମାନଙ୍କୁ ଦେଶର ଉଦୀୟମାନ ପ୍ରଯୁକ୍ତିଗତ ସମସ୍ୟା ସହ ପରିଚିତ କରାଇବା ସହ ସେଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା । ଏହା ସହିତ ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଅଭିନବ ପ୍ରଯୁକ୍ତି ପ୍ରଦର୍ଶନ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିବ ।

ଏହି କନ୍‌କ୍ଲେଭରେ ନ୍ୟୁକ୍ଲିୟର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁବନ ଚନ୍ଦ୍ର ପାଠକ, ଅଏଲ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରଞ୍ଜିତ ରଥ, ଅନୁରାଗ ବିଶ୍ୱବିଦ୍ୟାଳୟର କୁଳାଧିପତି ଓ ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ୟୁ.ବି. ଦେଶାଇ, ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ମୁମ୍ବାଇର ପ୍ରଫେସର ଜି.ଡି. ଯାଦବ, ଆଇଆଇଟି ମାଡ୍ରାସର ପ୍ରଫେସର ଶାନ୍ତି ପବନ ଏବଂ ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରବି ନାରାୟଣ ପାତ୍ର ବକ୍ତବ୍ୟ ରଖିବେ ।

ଏଥି ସହ ପରିବହନ ଓ ଲଜିଷ୍ଟିକ୍ସ, ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ ଶକ୍ତି ନିର୍ଭରଶୀଳ ଶିଳ୍ପଗୁଡ଼ିକରେ ଶକ୍ତି ବ୍ୟବହାର ହ୍ରାସ ଓ ବିବିଧୀକରଣ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ ।

ଏହି କନ୍‌କ୍ଲେଭରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରନ୍ଦିକର, ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମର ମହାନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ ଦେବ ପ୍ରମୁଖ ଯୋଗଦେଇ ମତ ରଖିବେ ।

The post ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ : ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ appeared first on Big News Odisha.

ଓଡ଼ିଶାରେ ପ୍ରଥମ: ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌
କକର୍ଟ ରୋଗ ଓ ବଂଶଗତ ରୋଗର ସଠିକ୍ ନିର୍ଣ୍ଣୟ ଓ ବ୍ୟକ୍ତି କୈନ୍ଦ୍ରିକ ଚିକିତ୍ସା (ପ୍ରିସିଜନ୍ ମେଡିସିନ୍‌) କ୍ଷେତ୍ରରେ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଶିକ୍ଷା \’ଓ\’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏକ ଐତିହାସିକ ସଫଳତା ହାସଲ କରିଛି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ଏକ ସଂପୂର୍ଣ୍ଣ ଇନ୍‌-ହାଉସ୍ ଜିନୋମିକ୍ସ ଲ୍ୟାବ୍ ସ୍ଥାପନ କରିଛି । ଏହା ଫଳରେ ଅତ୍ୟାଧୁନିକ ଜିନୋମିକ୍ ପରୀକ୍ଷା ପାଇଁ ରୋଗୀମାନଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (ଏନ୍‌ଜିଏସ୍‌), ସାଇଟୋଜେନେଟିକ, ଫ୍ଲୁରେସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (ଏଫ୍‌ଆଇଏସ୍‌ଏଚ) ଏବଂ ଅନ୍ୟ ମଲିକ୍ୟୁଲାର ପରୀକ୍ଷାଗୁଡ଼ିକ ଏହି ଅତ୍ୟାଧୁନିକ ଜିନୋମିକ୍ ପରୀକ୍ଷଣ ଲ୍ୟାବ୍‌ରେ କରାଯାଉଥିବା ସୂଚନା ଦେଇଛନ୍ତି ହସ୍ପିଟାଲର ମଲିକ୍ୟୁଲାର ଡାଏଗ୍ନୋସିସ୍ ଆଣ୍ଡ ଜିନୋମିକ୍ସ ବିଭାଗର ମୁଖ୍ୟ ଡାକ୍ତର ଶିବାଙ୍ଗୀ ହାରଣଖେଡକର । ଡାକ୍ତର ହାରଣଖେଡକର କହିଛନ୍ତି ଯେ ବିଭିନ୍ନ ଅଣୁସ୍ତରୀୟ ପରୀକ୍ଷା ଇତ୍ୟାଦି ସୁବିଧାରେ ସୁସଜ୍ଜିତ ଏହି ଲ୍ୟାବ୍ କର୍କଟ ରୋଗ, ରକ୍ତ ସମ୍ବନ୍ଧୀୟ ରୋଗ ଏବଂ ବଂଶଗତ ରୋଗର ସଠିକ୍ ନିର୍ଣ୍ଣୟ, ରୋଗର ପ୍ରକୃତ ନିର୍ଦ୍ଧାରଣ ଓ ଚିକିତ୍ସାର ଅଗ୍ରଗତି ଉପରେ ନଜର ରଖିବାରେ ସହାୟକ ହେଉଛି ।

\”କର୍କଟ ରୋଗର ଚିକିତ୍ସା ଏବେ କେବଳ ମାଇକ୍ରୋସ୍କୋପ୍‌ରେ ଦେଖାଯାଉଥିବା ଚିତ୍ର ଉପରେ ନିର୍ଭର କରୁନାହିଁ । ଜେନେଟିକ୍ ସୂଚନାର ବିଶ୍ଳେଷଣ ମାଧ୍ୟମରେ ରୋଗର ପ୍ରକୃତ କାରଣ ଜାଣି ବ୍ୟକ୍ତି କୈନ୍ଦ୍ରିକ ଚିକିତ୍ସା ସମ୍ଭବ ହେଉଛି । ଆମେ ପ୍ରିସିଜନ୍ ମେଡିସିନ୍‌ର ଯୁଗରେ ପ୍ରବେଶ କରିଛୁ,\” ବୋଲି ସେ କହିଛନ୍ତି ।

ଏମ୍ସ, ନୂଆଦିଲ୍ଲୀ ଏବଂ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲର ଆଡ୍‌ଭାନ୍‌ସଡ ସେଂଟର ଫର ଟ୍ରିଟମେଂଟ, ରିସର୍ଚ୍ଚ ଆଣ୍ଡ ଏଜୁକେସନ୍‌ରେ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ହାରଣଖେଡକର କହିଛନ୍ତି ପୂର୍ବରୁ ଓଡ଼ିଶାର ରୋଗୀମାନେ ଉନ୍ନତ ଜିନୋମିକ୍ ପରୀକ୍ଷା ପାଇଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ କିମ୍ବା ବେଙ୍ଗାଲୁରୁ ଭଳି ସହର ଉପରେ ନିର୍ଭର କରୁଥିଲେ । ବର୍ତମାନ ଏହି ସୁବିଧା ଭୁବନେଶ୍ୱରରେ ଉପଲବ୍ଧ ହୋଇଥିବାରୁ ରୋଗୀମାନଙ୍କ ସମୟ ଓ ଖର୍ଚ୍ଚ ଉଭୟ ହ୍ରାସ ପାଇବ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ବର୍ତମାନ ଓଡ଼ିଶାର ଏକମାତ୍ର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଯେଉଁଠାରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଜିନୋମିକ୍ସ ଲ୍ୟାବ୍ ରହିଛି । ଏହା କେବଳ ରୋଗୀ ସେବା ନୁହେଁ ମାତ୍ର ଡାକ୍ତରୀ ଛାତ୍ରଛାତ୍ରୀ, ସ୍ନାତକୋତର ଓ ସୁପରସ୍ପେଶାଲିଟି ରେସିଡେଂଟଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି ।

ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି, ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ଲ୍ୟାବକୁ ନମୁନା ଆସୁଥିବାରୁ ରୋଗୀମାନଙ୍କୁ ଆଉ ଦୂର ସହରକୁ ନମୁନା ପଠାଇବାକୁ ପଡ଼ୁନାହିଁ । ଏହା ଦ୍ୱାରା ରିର୍ପୋଟ ଶୀଘ୍ର ମିଳିବା ସହିତ ଦୁର୍ଗମ ଅଂଚଳର ରୋଗୀମାନେ ମଧ୍ୟ ଉନ୍ନତ ଜେନେଟିକ୍ ସେବାର ସୁବିଧା ପାଇପାରୁଛନ୍ତି ।

ଅତ୍ୟାଧୁନିକ ସିକ୍ୱେନ୍ସିଂ ପ୍ଲାଟଫର୍ମ, ପିସିଆର, ଏଫ୍‌ଆଇଏସ୍‌ଏଚ, ସାଇଟୋଜେନେଟିକ୍ସ ଓ ଅନ୍ୟାନ୍ୟ ଅଣୁସ୍ତରୀୟ ପ୍ରଯୁକ୍ତିକୁ ଏକାଠି କରି ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍ ଓଡ଼ିଶାରେ ଜିନୋମିକ୍ ମେଡିସିନ୍ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି ବୋଲି ପ୍ରଫେସର (ଡାକ୍ତର) ସାମନ୍ତସିଂହାର କହିଛନ୍ତି ।

The post ଓଡ଼ିଶାରେ ପ୍ରଥମ: ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌ appeared first on Big News Odisha.