ଜୀବନଚର୍ଯ୍ୟା Archives - Big News Odisha

ସ୍ମୃତିରେ ମହକୁଛି ରଜ
ମୋର ବି ଡ୍ରେସ ହେବ। ମୁଁ ବି ରଜରେ ନୂଆ ପିନ୍ଧିବି ଆଉ ସାଙ୍ଗଙ୍କ ସହ ବୁଲିବି। ନାନୀର ନୂଆ ମାନେ ମୋର ବି ନୂଆ। ରଜ କଣ କେବଳ ଝିଅମାନଙ୍କ ପାଇଁ। ଏମିତି ଅନେକ କଥା କହି ଚିଣ୍ଟୁ ବାପାଙ୍କ ପାଖରେ ଅଳି କରୁଥିଲା ରଜର 15 ଦିନ ପୂର୍ବରୁ। ଚିଣ୍ଟୁର ଗୋଟିଏ ଜିଦ ନାନୀ ପିଙ୍କିର ନୂଆ ଡ୍ରେସ ହେଉଛି ମାନେ ତାହାର ହେବ। ତାର ଏହି ଅଳିରେ ଭଲପାଇବାର ପରିଭାଷା ଭିନ୍ନ।

ବାପାଙ୍କ ପାଖରେ ଚିଣ୍ଟୁ ରଜ ପୂର୍ବରୁ ସ୍ନେହ, ଆଦର, ଅଭିମାନ ଓ ମଧୁର ରାଗ ପ୍ରକାଶ କରି ଜିଦ ଧରିଛି ନାନୀ ପରି ତାର ନୂଆ ଡ୍ରେସ ହେବ

। ଏ ଅଳି ତାର କେବଳ ରାଗ ନୁହେଁ, ଏହା ହୃଦୟର କଥା।

ପିଲାଦିନେ ଏପରି ଅନେକ ରଜରେ ଅନେକଙ୍କ ଜୀବନରେ ଏ କାହାଣୀ ସତ ପରି ଲାଗୁଥିବ। ହେଲେ ଆଜି ରଜ ଆସିଲେ କଣ ସେହି ଅଳି ଅଛି ଘରେ? ଏ ପ୍ରଶ୍ନର ଅଧିକାଂଶ ଉତ୍ତର ଆସିବ ନା,। କାହିଁକି ଜାଣିଛନ୍ତି ଆଉ ଆଗଭଳି ଆମ ପିଲାଙ୍କ ମନରେ ଏ ଅଳି ନାହିଁ. ସମୟ ସହ ସବୁକିଛି ହଜିଯାଇଛି। ଆଧୁନିକତାର ଛାପ ଏତେ ମାତ୍ରରେ ଆମକୁ ଗ୍ରାସ କରିଛି ଯେ ଆମେ ସେ ମାୟାଜାଲରେ ଫସି ଯାଇଛନ୍ତି।

ରଜ ତିନି ଦିନ, ଗାଁଠାରୁ ସହର ରଜ ମହକେ । ନୂଆ ଡ୍ରେସ, ପୋଡ଼ପିଠା, ପଣସ ମଞ୍ଜି ସକରା ତରକାରି ପରେ ମିଠା ପାନ ଆଉ ଦୋଳି ଖେଳ। ତିନି ଦିନ ଦିନରାତି କେତେବେଳେ ହୁଏ ତାହା ବି ଜଣାପଡେ ନାହିଁ। କାରଣ ମା ବସୁମତୀ ରାଜବତୀ ହୁଏ। ତେଣୁ ଚାଷ କାମ ବନ୍ଦ, ଘରେଘରେ ପିଠାପଣାର ଆସର।

ଗାଁ ପଡିଆରେ କବାଡି ଖେଳ, ଗାଁ ବରଗଛ ମୂଳେ ତାସ ଖେଳ, ଘର ଅଗଣାରେ ପଞ୍ଚି ଖେଳ, ଲୁଡୁ ଖେଳ ଦେଖିବାକୁ ମିଳେ। ଆଜି ବି କିଛି ସ୍ଥାନରେ ଏ ପରମ୍ପରା ଜାରି ରହିଛି। ଆଉ ସହରରେ ଏହା ଫେସନ ପାଲଟିଛି। ତଥାପି ଆମେ ରଜ ପରି ବିଶେଷ ପର୍ବରେ ଅଳି କରିବସୁ ଭିନ୍ନ ଭିନ୍ନ ଇଚ୍ଛା ପାଇଁ।

ସେମିତି ହଷ୍ଟେଲ ଝରକା ପାଖରେ ବସି ପିଙ୍କି ଭାବୁଥିଲା ବିଦେଶ ମାଟିରେ ରଜ ପର୍ବରେ ତା ପିଲାଦିନରୁ ଯୌବନ ସମୟ କଥା। ସେ ଏବେ ବିବାହ କରି ବିଦେଶରେ । କିନ୍ତୁ ତାର ମନେପଡ଼େ ସେଦିନର ସ୍ମୃତି । ସେ କେମିତି ରଜ ତିନି ଦିନରେ ଭଳିକି ଭଳି ଡ୍ରେସ ପିନ୍ଧି ସାଙ୍ଗସାଥୀଙ୍କ ମେଳରେ ବୁଲେ। ଆଉ ଚାହେଁ ତା ସଜବାଜ ବେଶକୁ ରଂଜନ ଟିକେ ଦେଖୁ । ସେ ରଂଜନ ପ୍ରତି ଆକର୍ଷିତ ଥିଲା । ଆଉ ରଂଜନ ମଧ୍ୟ । ରଜତ ସମୟରେ ଖାଲି ପିଙ୍କି ନୁହେଁ । ରଂଜନ ବି ଅପେକ୍ଷା କରୁଥିଲା ପିଙ୍କିକୁ । ସଜବାଜ ହେଇ ପିଙ୍କି କେତେବେଳେ ତାଙ୍କ ପଡ଼ିଶା ଘର ରଘୁ ମାଷ୍ଟର ଝିଅ ମୀନା ପାଖକୁ ଆସିବ, ତାକୁ ଚାତକ ପରି ଚାହିଁବସିଥାଏ ରଂଜନ । ଏମିତିକି ତା ବାପା ମାମୁ ଆଉ ମଉସା ଘରକୁ ଯିବାକୁ ଯେତେ କହିଲେ ବି ସିଏ ବାହାନା କରି ଯାଏନି, ପିଙ୍କି ନଆସିବା ପର୍ଯ୍ୟନ୍ତି । ଏ ଥିଲା ସେଦିନର କଥା ସବୁ ।

ଆଜି ଜୁନ ମାସ ୧୪ ତାରିଖ. ପହିଲି ରଜ। ହେଲେ ସେ ମହକ ଆଉ କାଇଁ ଯେ ? ପୁରୁଣା ମହକ ଏତେ ଜୋରେ ବାସୁଥିଲା ଯେ ଆଜି ଯାଏ ତାହା ସଭିଙ୍କ ମନକୁ ମହକାଉଛି ରଜ ଆସିବା ପୂର୍ବରୁ।

The post ସ୍ମୃତିରେ ମହକୁଛି ରଜ appeared first on Big News Odisha.

ନିଖୋଜ ଖୁସି
ନିଖୋଜ ହୋଇଯାଇଛି ଖୁସି। ପାଖରେ ଥାଇ ବି ନଥିଲା ପରି । ସବୁ ଅଛି, ହେଲେ କିଛି ନାହିଁ। ଯେମିତି ଜୀବନ ରେଖା ଖୁସି ଥାଇ ବି ନଥିଲା ପରି ଲାଗୁଛି । ଯନ୍ତ୍ରଣା ଭିତରେ ବି ଖୁସି ସାଉଁଟି ହୁଏ। କିଏ ପ୍ରକୃତି ଭିତରେ ସହଜରେ ପାଇଯାଏ ତ ଆଉ କିଏ ନିଜ ଇଚ୍ଛା ଅନୁସାରେ ତାକୁ ସୁହାଇଲା ପରି ଜୀବନ ବିତାଇ ଖୁସିକୁ ଖୋଜେ । ସେଥିରେ ସେ ଖୁସି ପାଏ ହେଲେ ନିଖୋଜ ପରି ।

ଏକ ଲମ୍ବା ଭ୍ରମଣରେ ସେଦିନ ମନୋଜ କହିଲା ଭାଇ ମୁଁ ଖୁସି ପାଇଁ ଟିକେ ବିୟର ପିଉଛି । ଆରେ ଖୁସି ପାଇଁ କଣ ନିଶାପାଣି ନିହାତି ଦରକାର. ନା ଏ ଗୋଟେ ବାହାନା । ସେ ତ ପର କଥା, ହେଲେ ମନୋଜ ଯେ ନିଶା ଖାଇ ଜମାରୁ ଖୁସି ନୁହେଁ ଏକଥା ତା ହାବଭାଗ କହୁଥିଲା । ସତେ ଯେମିତି ଲାଗୁଥିଲା ମନୋଜ ଖୁସି କେଉଁଠି ନିଖୋଜ ହୋଇଯାଇଛି । ପାଇବା ଆଶାରେ ମନୋଜ ନିଶା ଭିତରେ ଖୋଜୁଛି ମନୋଜ ।

ନିଖୋଜ ଖୁସିକୁ ପାଇବାର ମାଧ୍ୟମ କେବେ ନିଶା ହୋଇନପାରେ ।

ବରଂ ନିଜକୁ ନିଜେ ଚିହ୍ନିଲେ ତାହା ମିଳିବ । ସବୁଠି ଖୁସି ଅଛି ଭାବନା କେବଳ ଆମର ମନର ଭାବନା ତାହା ପାଖରେ ପହଂଚିବା ଦରକାର । ନିଶାରେ ନିଖୋଜ ଖୁସିକୁ ଖୋଜଯାଇ ନପାରେ । ବରଂ ଖୁସି ଯେଉଁଠି ଅଛି ସେଠିକି ଆମେ ପହଂଚିବା ଦରକାର. ଯେମିତି ସୂର୍ଯ୍ୟର ତେଜ ଯେତେ ବଢିଲେ କୃଷ୍ଣଚୁଡା ଯନ୍ତ୍ରଣା ଭିତରେ ଖିଲି ଖିଲି ହସି ଚମକୁ ଥାଏ ଖୁସିରେ । ଠିକ ସେମିତି ପ୍ରେମ ଯନ୍ତ୍ରଣା ଓ ବିରହ ଭିତରେ ଖୁସି ମଧ୍ୟ ସେମିତି ମହକେ ଆପେ ଆପେ। ଯଦି ସବୁ ଜାଣି ମଣିଷ ନିଜେ ନିଖୋଜ ହୁଏ, ତେବେ ସେ ନିଖୋଜ ଖୁସିକୁ ପାଇବ କିପରି ।

The post ନିଖୋଜ ଖୁସି  appeared first on Big News Odisha.

ସମୟ ସହ ସମ୍ପର୍କ
ସମୟ ଯେମିତି ଗତିଶୀଳ, ସମ୍ପର୍କ ମଧ୍ୟ ଠିକ ସେହିପରି। ଜୀବନ ଓ ମୃତ୍ୟୁ ଭିତରେ ସମ୍ପର୍କ ଡୋରିକୁ ଯିଏ ବୁଝିଛି ସେ ଜାଣିଛି ସମ୍ପର୍କ କେତେ ଗୁରୁତ୍ୱ ବହନ କରେ ସମୟ ଅନୁସାରେ। ସମୟ ଓ ସମ୍ପର୍କକୁ ତାଳଦେଇ ଜୀବନ କଟିଯାଏ।ଜନ୍ମ ଠାରୁ ମୃତ୍ୟୁ ଯାଏ ଅନେକ ସମ୍ପର୍କ ସହ ଯୋଡିହୋଇଯାଏ ମଣିଷ। ଜୀବନର ମହାସମୁଦ୍ର ଭିତରେ ସମ୍ପର୍କର କେତେ ଯେ ନଈ, ନାଳ ପାଣିର ମିଶ୍ରଣ ହୋଇଯାଏ ତାହା କେବଳ ଅନୁଭବ କରିହୁଏ। ହେଲେ ତଥାପି ଜୀବନଟା ସ୍ୱଚ୍ଛ ଓ ନିର୍ମଳ ମହାସମୁଦ୍ର ପରି। ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ କାଳବୈଶାଖୀ ବର୍ଷା ପରେ ହାଲକା ଥଣ୍ଡାର ସଂଧ୍ୟାରେ ଅମି ମନେପଡିଛି ତାରା ପିଲାଦିନର କେତେକ ସମ୍ପର୍କ କଥା।

ମୁନି ମଧ୍ୟ ସମୟ ସହ ତାଳ ଦେଇ ଅମି ସହ ନିବିଡ଼ ସମ୍ପର୍କରେ ଯୋଡି ହୋଇଯାଇଥିଲା। ଠିକ କାଳ ବୈଶାଖୀ ବର୍ଷା ପରି, ସେ ସମ୍ପର୍କ ଅମି ଦେହରେ ଥଣ୍ଡା ଅନୁଭବ ଆଣିଥିଲା। ହେଲେ ହୁଦୟରେ କାଳ ବୈଶାଖୀର ଝଡ ପରି ଅଦିନିଆ କ୍ଷତି ସୁଷ୍ଟି କରିଥିଲା। କଣ ଥିଲା ସେ ସମର୍କ ମୁନି ସହ କେଜାଣି ଅମି ସେ ପୁରୁଣା ସ୍ମୃତିକୁ ମନେ ପକାଇ ହଠାତ କହୁଥାଏ ସମ୍ପର୍କ ଟା ଏମିତି, ସମୟ ସହ ଚାଲିଗଲା। ଠିକ ଏତିକି ବେଳେ ଅମିର ଫୋନ ରିଙ୍ଗ ହେଲା, ହଆଉ କିଏ ଜଣେ ଫୋନରେ କହୁଥାଏ ତମର ମୋର ସମ୍ପର୍କ ଟା ଏମିତି। ତମର କଣ କଲ ନାହିଁ, କଣ ହୋଇଛି ଆଜି। ଅମି ମୁହଁରୁ ଗୋଟିଏ ଶବ୍ଦ ସମୟ ଓ ସମ୍ପର୍କର ଏତ ବାସ୍ତବତା। ତମେ କଣ ବୁଝୁଛ ମୁଁ ଜାଣେ ନାହିଁ, ମୁଁ ବୁଝିଲି ସମୟ ଅନୁସାରେ ଜୀବନରେ ଏମିତି ଅନେକ ସମ୍ପର୍କ ଯୋଡିହୁଏ ଆପେ ଆପେ, ଚାଲିଯାଏ ଆପେ ଆପେ। ଆଉ ସେ ସମ୍ପର୍କର ମିଠାପଣ ଏମିତି କାଳ ବୈଶାଖୀ ଝଡ଼ ପରେ ସମୟ ମନେ ପକାଇ ଦିଏ। ସେ ଅମି ହେଉ କି ମୁନି ଅବା ଆଉ କେଉଁ ଚରିତ୍ର।

The post ସମୟ ସହ ସମ୍ପର୍କ  appeared first on Big News Odisha.

ବନ୍ଦୀ ପଡିଛି ମାନବିକତା
କିଛି ଟଙ୍କା, ପଦବୀ ଆଉ କ୍ଷମତାରେ ଅନ୍ଧ ଥିବା ବ୍ୟକ୍ତି ମାନଙ୍କ ପାଇଁ ମାନବିକତା ଆଜି ବନ୍ଦୀ ଜୀବନ କାଟୁଛି. ମଣିଷ ଭିତରେ ଏ ବନ୍ଦୀର ଜାଲ ଏତେ ମାତ୍ରରେ ରହିଛି ଯେ ସେଥିରୁ ସେ ବାହାରିପାରୁନି.ସମାଜରେ ବସବାସ କରି ମଧ୍ୟ ସେ ସାମାଜିକ ଜୀବନ ଭିତରେ ଚଳିପାରୁନାହିଁ. କିଛି ଟଙ୍କା, ପଦବୀ ଆଉ କ୍ଷମତାର କ୍ଷଣସ୍ଥାୟୀ ଶକ୍ତି ପାଇଁ ତାହା ଭିତରେ ଅହଂକାର ଏତେ ମାତ୍ରାରେ ବଢ଼ିଯାଉଛି ଯେ ସେ ତାର ମାନବିକତାକୁ ଭୁଲି ଯାଉଛି. ମଣିଷ ହୋଇ ମଧ୍ୟ ସମାଜରେ ବସବାସ କରୁଥିବା ଅନ୍ୟ ମଣିଷକୁ ସେ ମଣିଷ ବୋଲି ଭାବୁନାହିଁ. ତାର ବ୍ୟବହାର, କଥା ବାର୍ତ୍ତା ଠାରୁ ଆରମ୍ଭ କରି ନୀତି ଦିନ ଜୀବନ ଶୈଳୀ ଆଜି ଆମ ସାମାଜକି ବ୍ୟବସ୍ଥାରେ କଳଙ୍କ ଲଗାଇଛି.ଆରେ ଭାଇ ମାନବିକତାକୁ ଟିକେ ଚି଼ହ୍ନ, ନିଜକୁ ଚି଼ହ୍ନ ଓ ଭଗବାନ ତମକୁ କାହିଁକି ଏ ସଂସାରକୁ ପଠାଇଛି ତାହା ଜାଣ. କଥାରେ ଅଛି ଆଜି ଯେ ରାଜା କାଲି ସେ ଫକୀର.  ତେଣୁ ଏତେ ଗର୍ବ ଓ ଅହଂକାର କାହିଁକି. କାଲି ନା କିଛି ଥିଲା ତମର, ନା ଆଜି ଯାହା ଅଛି ତମ ପାଖରେ ସେ ବି ତମର. କେବଳ ସମୟ ଅନୁସାରେ ସେ ସବୁ ଆସିବ ଆଉ ଯିବ. ଆଉ ଡେରୀ ନକରି ଚାଲ ନିଜକୁ ଚିହ୍ନିବା ଓ ନିଜ ଭିତରେ ଥିବା ଅମୁଲ୍ୟ ମାନବିକତାର ଧନକୁ ଜାଣିବା. କେତେ ଦିନ ଆଉ ମିଛଟାରେ ନିଜର ମାନବିକତାକୁ ବନ୍ଦୀ କରି ରଖିବା କିଛି ଟଙ୍କା, ପଦବୀ ଆଉ କ୍ଷମତା ପାଇଁ.

ସକାଳେ ଚା ଦୋକାନୀ, ପାନ ଦୋକାନୀ ଠାରୁ ଆରମ୍ଭ କରି ପରିବା ଵାଲା ଓ ଅଟୋ ଵାଲାଠାରୁ ନେଇ ନିଜ ଅଫିସର ତଳିଆ କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ, ବାବୁ ମାନଙ୍କର ବ୍ୟବହାର ଓ ଆଭିମୁଖ୍ୟ ମାନବିକତାର ସମସ୍ତ ସମ୍ବେଦନାକୁ ନଷ୍ଟ କରି ଦେଇଛି. ଉଚ୍ଚ ନୀଚର ଭେଦଭାବ ନା ମାନୁଛି ବୟସ ନା ଅଛି ସଂସ୍କୃତି ଓ ପରମ୍ଫରାର ମାପକାଠି. ଏମାନଙ୍କ ଠାରୁ ସଂମ୍ମାନ ଓ ଆଦର ଆଶା କରିବା ବୃଥା ଅଟେ.ସମାଜରେ ଦିନକୁ ଏମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି.

କଣ ହେବ ସେ 5ତାଲା ଅଟ୍ଟାଳିକା ଘର, କେଉଁ କାମରେ ଲାଗିବ ସେ 5କୋଟିର ଗାଡି.କଣ ହେବ ସେ କୋଟି କୋଟି ବେନାମୀ ଟଙ୍କା. ଯାହା ପାଇଁ ତମ ମଣିଷପଣିଆର ମାନବିକତା ବନ୍ଦୀ ଜୀବନ କାଟିବ ନିଶ୍ୱାସ ଥିବା ଯାଏ. ମଣିଷ ହୋଇ ମଣିଷକୁ ଠିକ ସେ ଚିହ୍ନି ନପାରିବା ପଶୁ ସହ ସମ୍ମାନ ନୁହେଁକି. ପଶୁ ଭିତରେ ଚିନ୍ତା ଚେତନା ନଥାଇ ସେ ଆମକୁ ଅନେକ ଶିକ୍ଷା ଦେଉଛି.ହେଲେ ଆମେ ମୁକ୍ତ ବିହଙ୍ଗ ହୋଇ କାହିଁକି କିଛି ଟଙ୍କା, ପଦବୀ ଆଉ କ୍ଷମତା ପାଇଁ ବନ୍ଦୀ ଜୀବନ ବିତାଇବା. ଏବେ ସମୟ କରିବାର ଆସିଛି, ବେଳ ଥାଉ ଥାଉ ସଚେତନ ହେବା ଓ ଏ ବନ୍ଦୀରୁ ନିଜକୁ ମୁକ୍ତ କରିବା.

The post ବନ୍ଦୀ ପଡିଛି ମାନବିକତା  appeared first on Big News Odisha.

ସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କର: ଛାତ୍ରଛାତ୍ରୀଙ୍କୁ ସନ୍ଥ ଗୌର ଗୋପାଳ ଦାସଙ୍କ ଆହ୍ୱାନ
ସଫଳତା ହାସଲ କରିବା କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ କୁଶଳତା ହିଁ ମାପଦଣ୍ଡ ବୋଲି ଅନେକଙ୍କର ଚିନ୍ତାଧାରା ରହିଥିବା ବେଳେ ପ୍ରକୃତରେ କିନ୍ତୁ ମଣିଷର ମାନସିକତା ହିଁ ତାକୁ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ବୋଲି ମତ ରଖିଛନ୍ତି ପଥ ପ୍ରଦର୍ଶକ, ବିଶିଷ୍ଟ ପ୍ରେରଣାଦାୟୀ ବକ୍ତା, ସାଧୁ ତଥା ଲେଖକ ଗୌର ଗୋପାଳ ଦାସ ।

ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନୁଆଲ୍ ଟ୍ୟାଲେଂଟ ଏନ୍‌ଗେଜମେଂଟ କାର୍ଯ୍ୟକ୍ରମ ‘ସୋଆ ପ୍ରକ୍ସିମା ୨୦୨୬’ର ୩-ଦିନିଆ ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୌର ଗୋପାଳ ଦାସ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ କର୍ପୋରେଟ ଜଗତର ପସନ୍ଦ ଦକ୍ଷ ଓ କାର୍ଯ୍ୟ କୁଶଳତା ସମ୍ପନ୍ନ ବ୍ୟକ୍ତିଙ୍କ ପ୍ରତି ଅଧିକ ରହିଥିବା ବେଳେ ସଫଳତା ପ୍ରତି ଅଧିକ ଆସକ୍ତି ରଖୁ ନଥିବା ଚିନ୍ତାଧାରାର ବ୍ୟକ୍ତି ବିଶେଷ ହିଁ ପ୍ରକୃତରେ ନିଜ ଜୀବନରେ ଉନ୍ନତି କରିଥାନ୍ତି ।

‘ୟୁ କ୍ୟାନ୍ ହାବ୍ ଇଟ୍ ଅଲ୍‌’ ପୁସ୍ତକର ଲେଖକ ସନ୍ଥ ଦାସ କହିଛନ୍ତି ଯେ “ମୋତେ ଯଦି କାହାକୁ ନିଯୁକ୍ତି ଦେବାକୁ କୁହାଯାଏ ତେବେ ମୁଁ ଦକ୍ଷତା ଓ କାର୍ଯ୍ୟ କୁଶଳତା ପ୍ରତି ଧ୍ୟାନ ନ ଦେଇ ସେହି ବ୍ୟକ୍ତିର ଅନ୍ତର୍ନିହିତ ବିଶେଷତ୍ୱକୁ ଅଧିକ ପ୍ରାଧାନ୍ୟ ଦେବି ।”

ଛାତ୍ରଛାତ୍ରୀମାନଙ୍କ ସହିତ ଖୁବ୍ ଖୁସି ମିଜାଜରେ ଆଲୋଚନା କରିବା ସମୟରେ ଦାସ ସେମାନଙ୍କୁ ବୁଝାଇଥିଲେ ଯେ ରଙ୍ଗବେରଙ୍ଗ ବେଲୁନ୍‌ଗୁଡ଼ିକ ଆକାଶରେ ସେଗୁଡ଼ିକର ରଙ୍ଗ ନିମନ୍ତେ ଅଧିକ ଉଚ୍ଚରେ ଉଡ଼ି ନଥାଏ । କେବଳ ସେହି ବେଲୁନ୍‌ଗୁଡ଼ିକ ଉପରକୁ ଉଠିଥାଏ ଯେଉଁଥିରେ ଆବଶକୀୟ ଗ୍ୟାସ ଭର୍ତି ହୋଇରହିଥାଏ ।

ଦକ୍ଷତା ଜରୁରୀ ହେଲେ ମଧ୍ୟ ସଫଳତା ହାସଲ କରିବା ନିମନ୍ତେ ସେହିଭଳି ମନୋବୃତି ରହିବା ଉଚିତ୍ ବୋଲି ସେ କହିବା ସହ ମହାଭାରତ କାବ୍ୟର ଉଦାହରଣ ଦେଇ କହିଥିଲେ ଯେ ଅର୍ଜୁନ ଖୁବ୍ ଦକ୍ଷ ଥିଲେ ଏବଂ ତାଙ୍କ ପାଖରେ ସମସ୍ତ ଅସ୍ତ୍ରଶସ୍ତ୍ର ଥିଲା । କିନ୍ତୁ ଯୁଦ୍ଧ ଲଢ଼ିବା ପାଇଁ ତାଙ୍କ ପାଖରେ ମନୋବଳ ନଥିଲା ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣର ଆବଶ୍ୟକତାକୁ ବିସ୍ତୃତ ଭାବେ ବୁଝାଇ ସନ୍ଥ ଦାସ କହିଥିଲେ ଯେ ପିଲାମାନେ ରଂଗବେରଙ୍ଗ ପ୍ରଜାପତିଙ୍କୁ ଧରିବାକୁ ଖୁବ ଭଲ ପାଇଥାନ୍ତି । କିନ୍ତୁ ଗୋଟିଏ ସୁନ୍ଦର ବଗିଚା ପ୍ରସ୍ତୁତ କରିବା ଆବଶ୍ୟକ ଯେଉଁଠାକୁ ବିଭିନ୍ନ ପ୍ରଜାପତି ଆସି ଘୂରି ବୁଲିବେ । ଛାତ୍ରଛାତ୍ରୀମାନଙ୍କୁ ସଫଳତା ହାସଲ କରିବା ନିମନ୍ତେ ବିକାଶ ଉପରେ ଗୁରୁତ୍ୱ ନ ଦେଇ ସେ କହିଥିଲେ ଯେ ନିଜର ବଗିଚା ନିଜେ ପ୍ରସ୍ତୁତ କର ଯେଉଁଥିରେ କି ପ୍ରଜାପତିମାନେ ଉଡ଼ି ବୁଲିବେ । ସଫଳତା ହାସଲ କରିବା ନିମନ୍ତେ କଠିନ ପରିଶ୍ରମର ଆବଶ୍ୟକତା ରହିଥିବା ସେ କହିଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ (କର୍ପୋରେଟ ଆଫେୟାର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ କନେକ୍ଟ) ଶ୍ରୀ ରୀପ୍ତି ରଞ୍ଜନ ଦାଶ ବକ୍ତବ୍ୟ ରଖିଥିଲେ ।

ସନ୍ଥ ଦାସ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟର ଉନ୍ନତି କିମ୍ବା ସଫଳତା ସହିତ ନିଜର ତୁଳନା ନ କରିବାକୁ ଉପଦେଶ ଦେଇଥିଲେ । ସେ କହିଥିଲେ ଯେ ଅନେକ କ୍ଷେତ୍ରରେ ଅଭିଭାବକମାନେ ନିଜ ପିଲାଙ୍କୁ ଅନ୍ୟର ପ୍ରଦର୍ଶନ ସହ ତୁଳନା କରିଥାନ୍ତି । ତେବେ ସେମାନଙ୍କ ସମୟ ଅନୁଯାୟୀ ଏହି ବିଷୟକୁ ସେମାନେ ବୁଝିଥିଲେ ।

ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଅନ୍ୟ କିଏ କ’ଣ କରୁଛି ସେ ବିଷୟରେ ତୁମେ ଚିନ୍ତା ନ କରି ତୁମେ ନିଜେ କ’ଣ କରୁଛ ସେ ଦିଗରେ ମନୋନିବେଶ କର । ଏଥି ସହିତ ସେ କହିଥିଲେ ଯେ ଜୀବନରେ ତ୍ରୁଟି ହେଉଛି ସବୁଠାରୁ ବଡ଼ ଶିକ୍ଷକ । କାରଣ ସଫଳତା ଅପେକ୍ଷା ତ୍ରୁଟି ଅଥବା ବିଫଳତାରୁ ଆମେ ଅଧିକ ଶିକ୍ଷାଲାଭ କରିଥାଉ ।

ତ୍ରୁଟି ମଣିଷକୁ ନମ୍ର କରିଥାଏ । ସଫଳତାର ସିଢ଼ି ଚଢ଼ିି ଅଂହକାରୀ ପାଲଟିଥିବା ମଣିଷ ଠାରୁ ଏହି ଶିକ୍ଷା ଖୁବ୍ ଭଲ ବୋଲି ସେ କହିଥିଲେ ।

ନିଜ ତ୍ରୁଟିକୁ ଗ୍ରହଣ କରିବାର ମନୋବୃତି ରଖୁଥିବା ମଣିଷ ହିଁ ଉନ୍ନତି କରିଥାଏ ଏବଂ କର୍ପୋରେଟ ଜଗତ ଏଭଳି ମଣିଷକୁ ହିଁ ଲୋଡିଥାନ୍ତି । ତ୍ରୁଟିରୁ ହିଁ ମଣିଷକୁ ଆଗକୁ ବଢ଼ିବାର ରାସ୍ତା ମିଳିଥାଏ ବୋଲି ସେ କହିଥିଲେ ।

ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତ ରଖି ସନ୍ଥ ଦାସ କହିଥିଲେ ଯେ ଯଦିଓ ଚାକିରି କ୍ଷେତ୍ରରେ ଏହା ସମସ୍ୟା ସୃଷ୍ଟି କରିବାର ଭୟ ରହିଛି ତଥାପି ଏହା କେବେବି ମାନବିକ ସମ୍ବେଦନଶୀଳତା କିମ୍ବା ସର୍ଜନଶୀଳତା ସହ ତୁଳନୀୟ ନୁହେଁ । ମାନବପୁଞ୍ଜି ବିଶ୍ୱର ସବୁଠାରୁ ବଡ଼ ପୁଞ୍ଜି ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସନ୍ଥ ଗୌର ଗୋପାଳ ଦାସଙ୍କୁ ସ୍ୱାଗତ କରିଥିଲେ । ସନ୍ଥ ଦାସ ତାଙ୍କୁ ସ୍ୱଲିଖିତ ଏକ ପୁସ୍ତକ ଉପହାର ଦେଇଥିଲେ ।

କାର୍ଯ୍ୟକ୍ରମର ସ୍ୱତନ୍ତ୍ର ପର୍ଯ୍ୟାୟ ‘ସେଲିବ୍ରେସନ୍ ଅଫ୍ ଏକ୍ସିଲେନ୍ସ’ ଅବସରରେ କର୍ପୋରେଟ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।

ଉଦ୍‌ଘାଟନୀ ଉତ୍ସବର ଶେଷ ପର୍ଯ୍ୟାୟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

The post ସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କର: ଛାତ୍ରଛାତ୍ରୀଙ୍କୁ ସନ୍ଥ ଗୌର ଗୋପାଳ ଦାସଙ୍କ ଆହ୍ୱାନ appeared first on Big News Odisha.

ଯିଏ ଯେଉଁଥିରେ ଖୁସି ହେଉଛି ହେଉ
ଜୀବନଟା ପାଣି ଫଟୋକା lନିଶ୍ୱାସ ନାହିଁ ବିଶ୍ୱାସ l କେତେବେଳେ କିଛି ଘଟିପାରେ l ମହାମାରୀ କରୋନା ପରେ ଜୀବନ ଅନିଶ୍ଚିତତା ଭିତରେ ଗତି କରୁଛି l ବଦଳିଯାଇଛି ସମୟ, କମି କମି ଯାଉଛି ଆୟୁଷ l ତାହାରି ଭିତରେ ଜୀବନକୁ ଖୁସିରେ ଜିଇଁବା l କାଲି କଣ ହେବ କିଏ କହିପାରିବ l

ଫୋନରେ ଗପୁ ଗପୁ ମିନୀଷାକୁ ଆକାଶ କହିଚାଲିଥାଏ l ମିନୀଷା ବି ଗୋଟେ ପରେ ଗୋଟେ ପ୍ରଶ୍ନ ପଚାରିବା ସହ ସହଜ ସରଳ କଥାକୁ ଅତି ଗଭୀର ଭାବେ ମନକୁ ନେଉଥାଏ l ଯେମିତି ତୃତୀୟ ବିଶ୍ୱ ଯୁଦ୍ଧ ହୋଇଯିବ କି? ଆକାଶ କଥା ଛଳରେ କହୁଥାଏ ମନୀଷା ସମୟ ଯାହା ହେଲାଣି ଯିଏ ଯେଉଁଥିରେ ଖୁସି ସେ ତାହା କରୁ l ନହେଲେ ଜୀବନରେ ଅବଶୋଷ ରହିଯିବ l ଯେମିତି ଦେଖୁନା ମଣ୍ଟୁ ଭାଇ କହୁଥିଲେ ସେ ଯଦି ସାହସ କରି ସେଦିନ ପିଙ୍କିକୁ କଲେଜର ଶେଷ ଦିନରେ ମନର କଥା କହିଦେଇଥାନ୍ତେ, ଆଜି କଣ 20ବର୍ଷ ତଳେ ଆମ ବ୍ୟାଚ ଭୋଜିରେ ପିଙ୍କି କହୁଥାନ୍ତା ମଣ୍ଟୁ ତମେ ଯଦି ମତେ ଭଲ ପାଅ ବୋଲି ଥରେ କହିଁଥାନ୍ତ ମୁଁ ଆଜି ତମର ହୋଇ ରହିଥାନ୍ତି l କାରଣ ଆମ ଘରେ ବି ଜାଣିଥିଲେ ମୁଁ ତମକୁ ପସନ୍ଦ କରେ ବୋଲି l

ଆଜି ଯଦି ମଣ୍ଟୁକୁ ତାହାର ସହକର୍ମୀ ମାନସୀ ଟିକେ ଭଲ ଲାଗୁଛି ଓ ଉଭୟଙ୍କର ଉଭୟ ପ୍ରତି ଆକର୍ଷଣ ଅଛି, ତେବେ ଏକୁଟିଆ ଟିକେ ମନଖୋଲି ମିଶିଗଲେ ଅସୁବିଧା କେଉଁଠି l ମଣିଷ ବଞ୍ଚୁଛି ତ ଖୁସି ପାଇଁ l

ମନୀଷା କଣ ଭାବିଲା କେଜାଣେ କହିଲା ଆକାଶ ତମର ଏପରି ଯୁକ୍ତି ଠିକ ନୁହେଁ l ଆକାଶ ବି ମନେ ମନେ ଭାବିଲା ମନୀଷା ସଂପର୍କର ଅର୍ଥ ବୁଝୁଛି ଖାଲି ଶାରୀରିକ ମିଳନ କଥା l ସମ୍ପର୍କ ଯେ ଏତେ ବଡ ବିଶ୍ୱ ଯାହା ଭିତରେ ଶାରୀରିକ ମିଳନ ଏକ ବିନ୍ଧୁ ଠାରୁ ବି ଛୋଟ l

ଆକାଶ କିନ୍ତୁ ସେଦିନ ମନୀଷାକୁ ନାଁ ଏ ବିଷୟରେ ଅଧିକ ବୁଝାଇ ପାରିଲା, ନା ମନୀଷା ବୁଝିଲା l ବାସ ଫୋନ କଟିଗଲା ଉଭୟ ଆଡୁ l

ହଠାତ ମାସେ ପରେ ପୁଣି ମନୀଷା କହୁଛି ଆକାଶ ସମୟଟା କେତେ ଶୀଘ୍ର ବଦଳିଯାଉଛି ଦେଖିଲ ନା l କଣ ପାଇଁ ମନୀଷା ଏ କଥା କହିଲା ତାହା ଆକାଶ ଜାଣିନି, ହେଲେ ଆକାଶ ମୁହଁରେ ଗୋଟିଏ କଥା ଯିଏ ଯେଉଁଥିରେ ଖୁସି ହେଉଛି ହେଉ ମନୀଷା l ଏଥର କିନ୍ତୁ ମନୀଷା ଏ କଥାରେ ଏକମତ ହୋଇନଥିଲା, ହେଲେ ଏକଥାର ପ୍ରକୃତ ଉର୍ଧେଶ୍ୟ କିନ୍ତୁ ବୁଝିଲା l ଆଜିର ଦୁନିଆରେ ଖୁସି ଦିନକୁ ଦିନ ହଜିହଜି ଯାଉଛି l ସବୁଥାଇ ବି ନଥିଲା ପରି ଲାଗୁଛି l ତେଣୁ ଏତେ ଭାବିବା କଣ ମ କେବଳ ଖୁସି ପାଇଁ ଯିଏ ଯେଉଁଥିରେ ଖୁସି ହେଉଛି ହେଉ ଚଳିବ l ଆରେ ଏଟା ତ ବଡ ଖୁସି l ଚାଲ ନିଜକୁ ବୁଝିବା, ସମାଜକୁ ଜାଣିବା ପଶୁ ନୁହେଁ, ମଣିଷ ପରି ବଂଚିବା l ନେହେଲେ ସମୟ ପଳେଇବ ହେଲେ ଅବଶୋଷ ରହିଯିବ ଆଉ ସେତେବେଳେ ଯିଏ ଯେଉଁଥିରେ ଖୁସି ହେଉଛି ହେଉ ର ଅର୍ଥ କିଛି ନଥିବ …….

The post ଯିଏ ଯେଉଁଥିରେ ଖୁସି ହେଉଛି ହେଉ  appeared first on Big News Odisha.

ଚାଷୀରୁ ମହାନଦୀ ବିଜେଡି ଉଠାଇବ ବିଧାନସଭାରେ
ବିଜେଡି ବିଧାୟକ ଦଳ ବୈଠକ ଶେଷ. ବିଧାନସଭା ଅଧିବେଶନରେ କଣ କରାଯିବ, ସେ ନେଇ ବିରୋଧୀ ଦଳ ନେତା ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଲେ. ସରକାରଙ୍କ ପାଇଁ ଲୋକେ ଜର୍ଜରିତ ହେଲେଣି. ଚାଷୀ ଠିକ ଭାବେ ଧାନ ବିକି ପାରୁନି.. ଅଭାବୀ ବିକ୍ରି ଓ କଟନୀ ଛଟଣି ହେଉଛି. ଚାଷୀ ଆନ୍ଦୋଳନ ହେଉଛି. ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଦାବି ହେବ. ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଧର୍ଷଣ ଦୈନିକ ଘଟଣା ହେଲାଣି. ନାବାଳିକା ଅପହରଣ, ଚୋରୀ ହେଉଛି. ସରକାରୀ ଅଫିସରେ ଦୁର୍ନୀତି ଖବର ବି ଆସୁଛି. ସରକାର ବିଫଳ. ମହାନଦୀ ଓଡ଼ିଶାର ବଡ଼ ସମସ୍ୟା ହୋଇଛି. ସମାଧାନ ପାଇଁ ସରକାର ବିଫଳ. ଟ୍ରିପଲ ଇଂଜିନ ସରକାର ସମାଧାନ କରିବ ବୋଲି ଆଶା ଥିଲା. ହେଲେ କରି ପାରିଲେନି. ସବୁ ସମସ୍ୟା ଉପରେ ସରକାର ଆଲୋଚନା କରିବେ ବୋଲି ଆଶା ଅଛି. ଗତ ବଜେଟ ଟଙ୍କା ଖର୍ଚ୍ଚ କରିବାରେ ସରକାର ବିଫଳ ହୋଇଛନ୍ତି. ଜାନୁଆରୀ ସୁଦ୍ଧା ଯେତେ ଖର୍ଚ୍ଚ କରିବା କଥା ହୋଇନି. କିଛି ବିଭାଗରେ ତ ମାତ୍ର 8-10% ଖର୍ଚ୍ଚ ହୋଇଛି. ଏ ସବୁ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ବିରୋଧୀ ଦଳ ନେତା ବୈଠକରେ କହିଛନ୍l

The post ଚାଷୀରୁ ମହାନଦୀ ବିଜେଡି ଉଠାଇବ ବିଧାନସଭାରେ appeared first on Big News Odisha.

ବଡ଼ବଡିଆ ଡାକିଲେ , ପିତୃପୁରୁଷଙ୍କୁ ବିଦାୟଦେଲେ
ବଡବଡିଆ ହୋ ଅନ୍ଧାରରେ ଆସି, ଆଲୁୟରେ ଯାଅ। ଦୀପାବଳିରେ ଏ କେହି ପଦକଥା ଆମ ସଂସ୍କୃତି, ସଂସ୍କାର ଓ ପରମ୍ପରାର ପ୍ରତୀକ।ପିତୃଲୋକ ପାଇଁ ମୃତ୍ୟୁଲୋକର ସମ୍ମାନ ଓ କର୍ତ୍ତବ୍ୟର ବାର୍ତ୍ତା ଦିଏ ପୟାଶ୍ରାଦ୍ଧ । ଦୀପାବଳୀ ଦିନ ଘରେ ପୟାଶ୍ରାଦ୍ଧ ଦିଆଯାଏ। ପୟାଶ୍ରାଦ୍ଧ ପରେ ଖାଡିଜାଳି ପରିବାରର ପୁରୁଷ ଲୋକମାନେ ବଡବଡିଆ ହୋ ଅନ୍ଧାରରେ ଆସି, ଆଲୁଅରେ ଯାଅ। ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ମହା ପ୍ରସାଦ ପାଇ ପୁରୀରେ ବାଇଶି ପାହାଚେ ଗଡୁଥାଅ କହି ହସ ହସ ମୁଁହରେ ବିଦାୟ ଦିଅନ୍ତି ପିତୃଲୋକଙ୍କୁ। କାରଣ ଦୀପାବଳୀ ହେଉଛି ଜୀବନ-ମୃତ୍ୟୁ ମଧ୍ୟରେ ଅତୁଟ ଓ ଅନନ୍ୟ ଚେତନାର ଉଦାହରଣ । ପିତୃଲୋକ ପାଇଁ ମୃତ୍ୟୁଲୋକର ସମ୍ମାନ ଓ କର୍ତ୍ତବ୍ୟର ବାର୍ତ୍ତା ଦିଏ। ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ଆମର ପୂର୍ବଜଙ୍କୁ ବିଦାୟ ବେଳାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳିର ମହାନ୍ ପରମ୍ପରା ହେଉଛି ପୟାଶ୍ରାଦ୍ଧ।

ଫେରିଯାଉଥିବା ପିତୃଦେବଙ୍କ ପଥକୁ ଆଲୋକିତ କରିବା, ପୁଣି ଆଗାମୀ ବର୍ଷ ଆସିବା ପାଇଁ ନିମନ୍ତ୍ରଣ ଦେବା, ମୁକ୍ତି ପାଇଁ ପ୍ରାର୍ଥନା କରିବା, ଆମ ପାଇଁ ଅମୃତ ଦୃଷ୍ଟି ମାଗିବା, ଯାହା ଦର୍ଶାଏ, ଏ ଦୁନିଆ ଛାଡ଼ି ଯାଇଥିଲେ ବି ଆମ ଆପଣାର ଆମ ହୃଦୟରୁ କେବେ ଅଲଗା ହୁଅନ୍ତି ନାହିଁ। ସମ୍ପର୍କର ବଡ ବନ୍ଧନର ବାର୍ତ୍ତା ଦେଉଥାଏ ପୟାଶ୍ରାଦ୍ଧ । ପୟାଶ୍ରାଦ୍ଧ ପିଣ୍ଡ ଯେତେବେଳେ ପଡେ ସେତେବେଳେ ଜଣେ ଜଣେ ପିତୃପୁରୁଷଙ୍କୁ ନାମରେ ପିଣ୍ଡ ପଡେ। ପିଣ୍ଡ ଦେଉଥିବା ପୁଅମାନେ ନାମ କହିବା ବେଳେ ପିତୃପୁରୁଷଙ୍କୁ ମନେ ପକାଇଥାନ୍ତି।

ଦୀପାବଳିର ଏହି ବିରଳ ପରମ୍ପରା ଓ ବଡ ଵଡୁଆ ଡାକ ସଂପର୍କର ସତ କାହାଣୀକୁ ବଖାଣିଥାଏ।

The post ବଡ଼ବଡିଆ ଡାକିଲେ , ପିତୃପୁରୁଷଙ୍କୁ ବିଦାୟଦେଲେ appeared first on Big News Odisha.

ହାତିର ଦେଖାଇବା ଓ ଖାଇବା ଦାନ୍ତ ଅଲଗା : ଡ. ସ୍ଵାଧନ କୁମାର ଦାଶ
ଭାଇ ଭାଇଙ୍କ ମଧ୍ୟରେ ହସ୍ତିନାପୁର ସିଂହାସନ ପାଇଁ ଯେଉଁ ଅଠର ଦିନ ମହାଭାରତ ଯୁଦ୍ଧ ସଂଗଠିତ ହୋଇଥିଲା ତାହାର ପରିସମାପ୍ତି ଘଟିସାରିଥାଏ । ପାଣ୍ଡବମାନେ ଶତ୍ରୁ ପକ୍ଷର ସମସ୍ତ ସୈନ୍ୟ ସମାନ୍ତଙ୍କୁ ପରାସ୍ତ କରି ସିଂହାସନ ଆହୋରଣ ମହୋତ୍ସବ ଲାଗି ପଥ ପ୍ରସ୍ତୁତି କରିସାରିଥାନ୍ତି । ସର୍ବ ସମ୍ମତି କ୍ରମେ ଧର୍ମରାଜ ଯୁଧୁଷ୍ଠିରଙ୍କୁ ଯୋଗ୍ୟତାପୂର୍ବକ ଶ୍ରେଷ୍ଠ ଅଧିକାର ବିବେଚନା ପୂର୍ବକ ରାଜସିଂହାସନ ଆହରଣ କରିବାର ନିଷ୍ପତି ସରିଥାଏ । କିନ୍ତୁ ଧର୍ମରାଜ ଯୁଧୁଷ୍ଠିରଙ୍କ ଯୁକ୍ତିଥିଲା ପ୍ରାସଙ୍ଗିକ, ତାଙ୍କ ଦୃଷ୍ଟିରେ ସଂକୀର୍ଣ୍ଣତା ହିଁ ପାପ। ତେଣୁ ତ ସ୍ୱାର୍ଥର ଉର୍ଦ୍ଧକୁ ଯାଇ ପିତାମହ ଭୀଷ୍ମଙ୍କୁ ସମର କ୍ଷେତ୍ରରେ ଦର୍ଶନ ଓ ପ୍ରଣାମ କରି ଔପଚାରିକତା ପୂର୍ବକ, ରାଜଗାଦି ଆହାଣ କରିବେ; ନତୁବା ନୁହେଁ । ଅତଏବ ସେ ଓ ତାଙ୍କର ସମସ୍ତ ଭାଇଙ୍କ ସହ ରଣକ୍ଷେତ୍ରରେ ଭୂମି ଉପରେ ରକ୍ତ ଜୁଡୁବୁଡୁ ହୋଇ ଲୋଟି ପଡିଥିବା ପିତାମହଙ୍କୁ ଦର୍ଶନ ମାତ୍ରକେ ଏଇ ସବୁଲାଗି ମୁଁ ଦାୟୀ ବୋଲି ବିଳାପୀ ଉଠିବା ସହିତ ନିଜକୁ ପାପୀ ସମ୍ବୋଧନ କରିବାକୁ ତୀଳେ ମାତ୍ରେ କୁଣ୍ଠାବୋଧ କରି ନଥିଲେ ଓ ଏହି ପାପରୁ କିପରି ମୁକ୍ତି ପାଇବି ଦୟାପରବଶ ହୋଇ ମାର୍ଗଦର୍ଶନ କରିବାର ଅଭିପ୍ରାୟ କୃତଞ୍ଜଳୀ ପୁଟରେ ତାଙ୍କୁ ନିବେଦନ କରନ୍ତି । ପିତାମହ ମଧ୍ୟ ନିଜର ଜ୍ଞାନ ବିବେକ ପ୍ରଦର୍ଶନ ପୂର୍ବକ ଯୁଧୁଷ୍ଠିରଙ୍କୁ ସାର୍ଚ୍ଚନା ଦେବାସହ ବିଭିନ୍ନ ଉପଦେଶ ଓ ରାଜ୍ୟ ସମ୍ବାଳିବାର ବିଭିନ୍ନ ମାର୍ଗ ଓ ଉପଦେଶାତ୍ମକ ଆର୍ଶିବାଦ ପ୍ରଦାନ କରିଥିଲେ । ଏତ ଥିଲାଦ୍ୱାପର ଯୁଗର ରାଜନୀତିର ହାରଜିତ ରଣରୁ ସିଂହାସନ ଆହୋରଣ ପର୍ଯ୍ୟନ୍ତ କଥା ଓ ଗାଥା । ସେ ସମୟରେ ବିଜୟ ପକ୍ଷ ପରାସ୍ତବରଣ କରିଥିବା ପକ୍ଷଙ୍କ ପ୍ରତି ସମବେଦନା, ଭାତୃତ୍ଵ ଓ ସମ୍ମାନ ପ୍ରଦର୍ଶନ କରିବାରେ ତିଳେମାତ୍ର ହେଳା କରୁ ନଥିବାର ଏହା ଥିଲା ଏକ ନିଦର୍ଶନ ମାତ୍ର।

ବର୍ତମାନ ମଧ୍ୟ ସେହି ରାଜନୀତି ଅଛି। କେବଳ ଯାହା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରାଯାଇ ରାଷ୍ଟ୍ର ଓ ରାଜ୍ୟରେ ମୁଣ୍ଡିଆଳଙ୍କୁ ସାମ୍ବିଧାନିକ ଶପଥ ମନ୍ତ୍ରରେ ଅଭିମନ୍ତ୍ରିତ କରି ଗଣତନ୍ତ୍ରର ପୁଜାରୀ ପଦରେ ଅଭିଷିକ୍ତ କରାଯାଏ । ଖାଲି ସେତିକି ନୁହେଁ ସେମାନଙ୍କର ମତ, ଉପଦେଶ ଓ ଆଲୋଚନାକୁ ବିୟରକୁ ନେଇ ଅନେକ ଆଇନ୍ ପ୍ରଣୟନ, ସଂଶୋଧନ ଓ କାର୍ଯ୍ୟକାରୀ କରାଯାଇଥାଏ | ଏହିସବୁ ନିର୍ବାଚିତ ନେତୃତ୍ୱ ସମୂହର ମହନ୍ତ ଭାବେ ରାଜ୍ୟ ଓ ରାଷ୍ଟ୍ର ଯୋଗ୍ୟ ବ୍ୟକ୍ତିକୁ ବଛାଯାଏ । କିନ୍ତୁ ଯୋଗ୍ୟତା ବାଛିବାର ମାନଦଣ୍ଡ କେବଳ ନିଜ ଦଳକୁ ସଂଗଠିତ ରଖୁବାର କ୍ଷମତା, କଥା କୁହାଳିଆପଣିଆ ଓ ଛାମୁଆ ଦଳିୟ ନେତୃମଣ୍ଡଳିଙ୍କୁ ପ୍ରଶନ୍ନ କରି ଦୀର୍ଘଦିନ କ୍ଷମତା ଉପଭୋଗକରିବାର କଳା କୌଶଳ ଯାହାର ଥାଏ ତାକୁ ମୁଖ୍ୟ ବୋଲି ବିବେଚନା କରାଯାଏ । ମାପକାଠିର ମାନଦଣ୍ଡ ନିର୍ୟାୟକ ପୂର୍ବକ ଉକ୍ତି ବ୍ୟକ୍ତିଙ୍କୁ ମହନ୍ତଭାବେ ଭାବେ ଘୋଷଣ କରି ମୁଖ୍ୟ ଆସନରେ ଅଭିଶିକ୍ତ କରାଯାଏ। ଅଧୁନା ଯୋଗ୍ୟତାର ମାପକାଠି ଶବ୍ଦକୁ ବ୍ୟବଚ୍ଛେଦ କଲେ ଏହାର ଅର୍ଥ ଅବାନ୍ତର ପରି ଲାଗେ, ଯାହାଦ୍ୱାରା ରାଜନୀତି ପରି ପବିତ୍ର ରାଜକର୍ମ ଦିନକୁଦିନ ଅଧୋଗତି ଆଡ଼କୁ ଗତିକରି ଋଲୁଛି । ଯେଉଁ ଗାନ୍ଧୀଙ୍କୁ ନେଇ ଭାରତ ଗଣତନ୍ତ୍ରରେ ସର୍ବୋଚ୍ଚ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନ କରାଯାଏ, ଯାହାଙ୍କର ଛବି ପ୍ରତ୍ୟେକଟି ସରକରୀ ଦସ୍ତରରେ ଆଜିବି ଦେଖିବାକୁ ମିଳେ । ସେହି ମହାନ୍‌ ମନୀଷୀଙ୍କର ଆଦର୍ଶ କେବଳ ଭାଷଣରେ ବା ଲିଖୁତ ପୁସ୍ତକରେ ସିମୀତ, କିନ୍ତୁ ଗାନ୍ଧୀଙ୍କର ନିତୀ, ଆଦର୍ଶ ଆଦି ମଧ୍ୟ ପ୍ରାସଙ୍ଗିକ ମନେହୁଏ। ସେ ରାଜନୀତିକୁ କେବେ ହେଲେ ନୀତି, ନୈତିକତାର ମୂଲ୍ୟବୋଧର ଉର୍ଦ୍ଧରେ ରଖୁନଥିଲେ । ଏଠାରେ ମହାନ୍‌ ବ୍ରିଟିଶ ରାଜନେତା, ସାମରିକ ଅଧିକାରୀ, ବିଶିଷ୍ଠ ଲେଖକ ଓ ଚିନ୍ତାନାୟକସାର୍ ୱିନ୍ସଟନ୍ ଚର୍ଜିଲ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ, ମାର୍ମିକ ଓ ତାତ୍ଵିକ ମଧ୍ୟ । ତାଙ୍କ ମତରେ ରାଜନୀତିରେ ଓ ଯୁଦ୍ଧରେ ମୃତ୍ୟୁବରଣ କରିବାକୁ ପଡିଥାଏ । ଯଦିଓ ଯୁଦ୍ଧରେ ଗୋଟାଏ ଥରରେ ମୃତ୍ୟୁବରଣ କରିବାକୁ ପଡେ କିନ୍ତୁ ରାଜନୀତିରେ ବାରମ୍ବାର ମୃତ୍ୟୁବରଣ କରିବାକୁ ପଡେ । ଆଉ ଯିଏ ମୃତ୍ୟୁ ଭୟରେ ନିଜର ନିତି ନୈତିକତାର ମୂଲ୍ୟକୁ ବନ୍ଧାଦେଇ ସ୍ୱାର୍ଥ ସର୍ବସ୍ୱ କରି ରାଜନୀତି କରେ ତାକୁ ହୁଏତ ଥଇଥାନ ପୂର୍ବକ ଅନ୍ୟକିଛି ପୁରସ୍କାର ସ୍ୱରୂପ ପଦ ପ୍ରଦାନ କରିବା ସ‌ହ ନିଜର ସୁବିଧାବାଦୀ ସ୍ୱାର୍ଥ ସର୍ବସ୍ଵ ହେଲେ ଏହା ଏକଦା ଆତ୍ମଘାତୀ ନେବ ନିଶ୍ଚୟ ।

ନିଷ୍ଠୁର ବାସ୍ତବତା ଯାହା ତାହା ଉଲ୍ଲେଖ କଲେ ଅନେକ ଗୋସେଇଁଙ୍କର ଦେହରେ ପୋଡାଜଳା ହେବା ସ୍ୱଭାବିକ । ଏହା ଏଥିପାଇଁ ଆମେ କହୁଛୁ ଏଥର ଓଡ଼ିଶା ବିଧାନସଭାର ଫଳାଫଳକୁ ବିସ୍ତର କରାଗଲେ ଜନମତ ବିଜେପି ସପକ୍ଷରେ ଆସି ୭୮ଟି ଆସନ ଅକ୍ତିଆର କରି ସରକାର ଗଠନ କରିବାରେ ସକ୍ଷମ ହେଲା । ଏହି ଫଳାଫଳ ଯେ ଅପ୍ରତ୍ୟାସିତ ଥିଲା ଏହାକୁ ଅନେକଙ୍କୁ ସ୍ଵୀକାର କରିବାକୁ ବାଧ୍ଯ କରିବ ନିଶ୍ଚୟ । ନିର୍ବାଚନ ଫଳାଫଳଟି ପ୍ରମାଣିତ କଲା ଯେ ରାଜନୀତିରେ ଆକଳନ, ମୂଲ୍ୟାୟନ, ଇତିହାସ ଓ ସପକ୍ଷ ବିପକ୍ଷର ମାନସାଙ୍କ ଅନେକାଂଶରେ ଭୁଲ ପ୍ରମାଣିତ ହୁଏ ।

ସରକାର ଗଠନ ପରେ ଶାସକ ଦଳର ନେତା ଓ କର୍ମୀ ଯେତେ ଉତ୍ସାହିତ ତଦନୁପାତିକ ବିଭୋର, ଭୋଟ୍ ଦେଇ ଜିତାଇଥିବା ସାଧାରଣ ଭୋଟର। କାରଣ ନୂଆ ସରକାର କିଛି ନୂଆ କରି ଦେଖାଇବା ସହିତ ପ୍ରତିଶୃତି ଦେଇ ନର୍ବାଚନୀ ବୈତରଣୀ ପାର ହୋଇଛନ୍ତି । ରାଜ୍ୟ ଓ ଜନସାଧାରଣଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟିଦେବାର ଆଶା ଓ ଭରଷା ଅନେକାଂଶରେ ପରିପୂରତିତ ହେବ ଓ ଆଶା ମଧ୍ୟ ଜନସାଧାରଣଙ୍କର ଅଛି । ଅନ୍ୟ ପକ୍ଷରେ ଦେଖୁଲେ ଏଥର ବିଧାନସଭାକୁ ଅନେକ ବିଧାୟକ ପ୍ରଥମଥର ଲାଗି ନିର୍ବାଚନ ଜିତି ଆସିଥିବା ଅନେକ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି । ବିଶେଷକରି ସେହିମାନେ ଅଳ୍ପ ସମୟରେ ଅନେକ କିଛି କରିପକାଇବାର ପ୍ରଚେଷ୍ଟାରେ ରତହୋଇ ବିଧୂ ବ୍ୟବସ୍ଥାକୁ ଅଣଦେଖା କରୁଥିବାର ଦେଖାଯାଏ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ବାରିହୋଇପଡେ ଅନେକ ମନ୍ତ୍ରୀ ବିଭାଗୀୟ ସମନ୍ଵୟ ରକ୍ଷାକରିବାର କଳା କୌଶଳକୁ ପାଶୋରି ଅଳ୍ପ ସମୟରେ ଅନେକ କିଛି କରିବାରେ ବିଭୋର । ଉଦାହରଣ ସ୍ଵରୂପ ଭାତହାଣ୍ଡିରୁ ଗୋଟିଏ ଭାତ ଦେଖିଦେଲେ ବୁଝାପଡେ ଭାତଗୁଡିକର ମାନ, ଠିକ୍ ସେହିପରି ସରକାରଙ୍କର ବିଭାଗୀୟ ମନ୍ତ୍ରୀମାନଙ୍କର କଥା ମଧ୍ୟରେ ତାଳମେଳ ନଥୁଲା ପରି ମନେହୁଏ । କହିବା ବାହୁଲ୍ୟ ଆଳୁର ଅଭାବ ବିକ୍ରି ଓ ଚଢ଼ାଦରକୁ ନେଇ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ରାଜ୍ୟ ସରକାର ଆଳୁର ଅଭାବ ଓ ଚଢ଼ାଦରର ବିକ୍ରି ଖାଉଟିଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ । କାରଣ ସରକାର ପଶ୍ଚିମବଙ୍ଗକୁ ତୋସାମଦ ନ କରି ଅନ୍ୟ ରାଜ୍ୟରୁ ଚାହିଦା ମୁତାବକ ଆଳୁ ମଗାଇବେ କିନ୍ତୁ ପରିତାପର ବିଷୟ କିଛିମାସ ନ ଯାଉଣୁ ବିଭାଗ ମନ୍ତ୍ରୀ ପୁଣି ତାଙ୍କ ପକାଇଥିବା ଛେପକୁ ଢୋକି କହିଲେଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତ କରି ଆଳୁ ଅଭାବକୁ ପରିପୂରିତ କରିବି । ଏଥରୁ ସ୍ପଷ୍ଟ ଅନୁମେୟ ବର୍ତମାନ ରାଜ୍ୟର ଗତି କେଉଁ ଆଡେ ? ସେହିପରି ଆଇନ୍ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ପରି ଅନେକ ସମସ୍ୟା ମଧ୍ୟରେ ରାଜ୍ୟ ସରକାର ଛନ୍ଦି ହୋଇ ଜନସାଧାରଣଙ୍କୁ ତାଙ୍କର ଉଚିତ୍ ନ୍ୟାୟ ଦେଇ ସନ୍ତୁଷ୍ଟି କରିପାରିବେ ତ ?

ରାଜନୈତୀକ ଘଟଣା କ୍ରମରେ ବିଶେଷ ଭାବରେ ଯାହା ଆଲୋଚନା ହେଉଛି ତାହା ହେଲା ଅନେକ ନେତା ଜନାଦେଶ ପାଇ ଚୌକି ଅକ୍ତିଆର କଲାପରେ ପୂର୍ବପରି ଜନସେବାର ବ୍ୟାକୁଳ ମାନସିକତା ପରିପୋଷଣ କରୁଥିବାର କ୍ଵଚିତ ନଜର ଆସେ । ବାସ୍ତବିକ ଜଣେ ନେତାର କାର୍ଯ୍ୟକରିବାର ଦକ୍ଷତା, ନେତୃତ୍ୱ ନେବାର ପରାକାଷ୍ଠା ସେତେବେଳେ ଜଣାପଡେ । ଯେତେବେଳେ ଜନସାଧାରଣଙ୍କ ସହିତ ଆଲୋଚନାକରି ପୁଙ୍ଖାନୁଫୁଖ ଭାବେ ସମସ୍ୟାକୁ ବୁଝି ଉପଯୁକ୍ତ ନିଦାନ ପୂର୍ବକ ସମସ୍ୟାର ଯଥାଯଥ ସମାଧାନ କରିଥାଏ । ତାଙ୍କୁ ହିଁ ଲୋକେ ଜନନେତା ଭାବେ ବିବେଚିତ କରିଥାନ୍ତି । ଓଡ଼ିଶାର ଏକ ଲୋକକଥା ଏଠାରେ ପ୍ରଯୁଯ୍ୟ “କାହ୍ନୁ ପାଇଁ ସିନା ଦୋଳଯାତରା” ଅର୍ଥାତ୍ ଦୋଳ ମେଳଣରେ ଦୋଳଗୋବିନ୍ଦଙ୍କୁ ବାଦଦେଲେ ଯେପରି ତାହା ମୂଲ୍ୟହୀନ ଲାଗେ ଠିକ୍ ସେହିପରି ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ମାଲିକ, ଅତଏବ ଜନସାଧାରଣଙ୍କ ହିତକୁ ବାଦ ଦେଇ ଭାବପ୍ରବଣତାକୁ ନେଇ ଦଳିତ ଗରୀବ ଖଟିଖିଆଙ୍କ ଘରେ ଭୋଜନ ଓ ଜନସାଧାରଣଙ୍କୁ ସମ୍ବୋଧନ କଲାବେଳେ ଅନେକ ମନଗଢ଼ା ଅତୀତର ତାଙ୍କର ଦୁଃଖପୂର୍ଣ କାହାଣୀର ପସରା ମେଲାଇ ଭୋଟ ବ୍ୟାଙ୍କକୁ ହାତେଇବାର ବୃଥା ଅପଚେଷ୍ଟା କେତେକାଂଶରେ ଜନସାଧାରଣଙ୍କୁ ଭୁଆଁ ବୁଲାଇବାରେ ସମର୍ଥ ହୁଏ ତ ଓ ଅନେକାଂଶରେ କିଛି ସଚେତନ ନାଗରିକ ଏସବୁ ଶୁଣି ସେହି ପୁରୁଣା ମଦ ନୂଆ ବୋତଲର ଉକ୍ତିଟି ମନେ ପକାଇ ମୁରୁକି ହସାମାରି ନେତାଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଠିକ୍ ବୁଝିନିଅନ୍ତି ।

ପ୍ରକୃତରେ ଜଣେ ନେତା ଯଦି ନିଜକୁ ବାସ୍ତବିକ ଆଦର୍ଶ ନେତା କରିବାକୁ ଋହେଁ, ତେବେ ପ୍ରକୃତି ମୁଖୀ ପରତନ୍ତ୍ରୀ ଚଳନି ରୂପକ ଅକ୍ଟୋପସ କବଳରୁ ମୁକୁଳି ନିଜର ସ୍ୱାର୍ଥ ସମ୍ବଳିତ ରହିବାକୁ ପଛରେ ପକାଇ ଜନସାଧାରଣଙ୍କ ପାଇଁ ସରକାରୀ ସ୍ତରରେ ହେଉଥିବା ଯୋଜନା ସମୂହର ସଫଳ ରୂପାୟନ ଦିଗରେ ଯତ୍ନବାନ ହୋଇ ତତ୍ ସଂକ୍ରାନ୍ତିୟ ପ୍ରଚେଷ୍ଟା କଲେ ହୁଏତ ଜନସାଧାରଣଙ୍କର ଅନେକ ସମସ୍ୟା ସମାଧାନ ହେବା ସହିତ ନିଜେ ନେତା ହେବାର ସାର୍ଥକତା ଉପଲବ୍ଧି କରିପାରିବେ । ଅଧୁନା ଏସବୁ ତ ବିରଳ । ଭଦ୍ରମୁଖା ତଳେ କ୍ଷମତା ଲୋଭୀ, ପିପାଷୁ ନେତାମାନେ ସମ୍ବିଧାନକୁ ବାଏଁ ବାଏଁ ଉଡାଇ ନିଜ ସାତ ପୁରୁଷ ଲାଗି ପୁଞ୍ଜି ଗଚ୍ଛିତ କରିବାରେ ବ୍ୟସ୍ତ । ସମ୍ବିଧାନ ବା ଗଣତନ୍ତ୍ରର କଥା କିଏ ପଚାରେ । କ୍ଷମତା ଲୋଭରେ ମତୁଆଲା ଏହି ନେତାମାନଙ୍କୁ ପଦପଦବୀ ଓ ଚୌକିର ଅଫିମ ନିଶା ଏତେ ମାତ୍ରାରେ ଘାରିଥାଏ, ତାହା ଶୀତଦିନର କାଠୁଆ ଜାଡ଼ରେ ନିଆଁ ପିଉଥିବାର ଆନନ୍ଦ ପରି ମନେହୁଏ ।

ହେ ବରେଣ୍ୟ ନେତୃମଣ୍ଡଳୀ ଏହି ଶସ୍ତା ହୀନ ରାଜନିତୀ ଛାଡି ମାଟି ମା’ର ସେବା କରିବାର ଯେଉଁ ଅବକାଶ ଜନସାଧାରଣ ପ୍ରଦାନ କରିଛନ୍ତି ତାକୁ ସୂଚରୁ ରୂପେ ସମ୍ପାଦନ କରି ନିଜ ପାରିବା ପଣିଆର ପରାକାଷ୍ଠା ପ୍ରଦାନ କରନ୍ତୁ ନତୁବା ଦିନ ଆସିବ ଶାସନ ବ୍ୟବସ୍ଥା ଥିବା ବଡ଼ପଣ୍ଡା ମାନଙ୍କର ଅପାରଗତା, ଦୂରଦୃଷ୍ଟି ବାଧୂତ ଜ୍ଞାନ ଓ ଆନ୍ତରିକତା ହୀନ ସେବା ଦ୍ଵାରା ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାରକୁ ଯିବା ପରି ରାଜ୍ୟ ଓ ରାଷ୍ଟ୍ରକୁ ନିମ୍ନମୁଖୀ କରିବା କ’ଣ ସମାଜପତି ନେତାଙ୍କ ଚରମ ବିଶ୍ଵାସଘାତକତା ନୁହେଁକି ।

ଖଣ୍ଡଗିରି, ଭୁବନେଶ୍ଵର

ମୋ.୯୯୩୭୭୮୧୦୧୨

The post ହାତିର ଦେଖାଇବା ଓ ଖାଇବା ଦାନ୍ତ ଅଲଗା : ଡ. ସ୍ଵାଧନ କୁମାର ଦାଶ appeared first on Big News Odisha.

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ କଲେ ସମ୍ ନ୍ୟୁରୋସର୍ଜନ
ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ଡାକ୍ତରୀ ଟିମ୍ ସଫଳତାର ସହ ଏକ ଅତ୍ୟାଧୁନିକ ତଥା ଜଟିଳ ନ୍ୟୁରୋସର୍ଜରୀ ସମ୍ପାଦିତ କରିଛନ୍ତି । ରୋଗୀକୁ ସଚେତନ ଅବସ୍ଥାରେ ରଖି କର୍ଟିକାଲ୍ ଓ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ପଦ୍ଧତିରେ ମସ୍ତିଷ୍କର ଜଟିଳ ସ୍ଥାନରେ ଥିବା ବ୍ରେନ୍ ଟ୍ୟୁମରକୁ ଚିହ୍ନଟ କରି ଅସ୍ତ୍ରୋପଚାର କରିବାରେ ଏହି ନ୍ୟୁରୋସର୍ଜନ ସଫଳ ହୋଇଛନ୍ତି ।

ମଙ୍ଗଳବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ସ୍ୱାଇଁ କହିଛନ୍ତି ଯେ ଜଣେ ୩୭ ବର୍ଷୀୟ ଯୁବକଙ୍କର ମସ୍ତିଷ୍କର ସ୍ପିଚ୍ ଓ ମୋଟର କଂଟ୍ରୋଲ୍ ଅଂଚଳରେ ଟ୍ୟୁମର ଚିହ୍ନଟ ହୋଇଥିବା ବେଳେ ସେ ସଚେତନ ଥିବା ଅବସ୍ଥାରେ ତାଙ୍କ ଶରୀରରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଛି ।

ଡାକ୍ତର ସ୍ୱାଇଁଙ୍କ ନେତୃତ୍ୱରେ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ଡାକ୍ତର ଏବଂ ଅନ୍ୟ ସଦସ୍ୟମାନେ ମିଳିତ ଭାବେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି । ଏହି ଟିମ୍‌ରେ ନ୍ୟୁରୋଲଜି ବିଭାଗର ଆସୋସିଏଟ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଏବଂ ନ୍ୟୁରୋ ଆନେସ୍‌ଥେସିଷ୍ଟ ଡାକ୍ତର ଦେବୀ ପ୍ରସାଦ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ପ୍ରଦାନ କରି ଡାକ୍ତର ସ୍ୱାଇଁ କହିଥିଲେ ଯେ କର୍ଟିକାଲ୍ ଏବଂ ସବକର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଦ୍ୱାରା ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା ଗୁଡ଼ିକୁ ସୁରକ୍ଷିତ ରଖାଯାଇ ଜୀବନ ପ୍ରତି ବିପଦ ଥିବା ଟ୍ୟୁମରଗୁଡ଼ିକୁ ବାହାର କରାଯାଇଥାଏ ।

ଡାଇରେକ୍ଟ ବ୍ରେନ୍ ଷ୍ଟିମୁଲେସନ୍ ଦ୍ୱାରା ଅସ୍ତ୍ରୋପଚାର ସମୟରେ ଅତ୍ୟାଧୁନିକ ପ୍ରକ୍ରିୟା ମାଧ୍ୟମରେ ଡାକ୍ତରୀ ଟିମ୍ ମସ୍ତିଷ୍କର ବିଭିନ୍ନ ଅଂଶ ଯାହାକି ଶରୀରର ବିିଭିନ୍ନ ସ୍ଥାନର କାର୍ଯ୍ୟଧାରାରେ ସହାୟତା କରିଥାଏ ସେସବୁକୁ ଚିହ୍ନଟ ଏବଂ ପୃଥକ କରିବାରେ ସଫଳ ହୋଇଥାନ୍ତି ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାର ପରେ ରୋଗୀ ଜଣକ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହି ସଫଳ ଅସ୍ତ୍ରୋପଚାରକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହା ଓଡ଼ିଶା ପାଇଁ ଏକ ଗର୍ବର କଥା ବୋଲି କହିଥିଲେ ।

କର୍ଟିକାଲ୍ ଏବଂ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଏକ ଉଚ୍ଚମାନର ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ପ୍ରକ୍ରିୟା ଏବଂ ଏହାର ସଫଳତା ରାଜ୍ୟର ନ୍ୟୁରୋଲଜିକାଲ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷକୁ ଦର୍ଶାଉଛି ବୋଲି ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ସୋଆର ପୂର୍ବତନ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ପୂର୍ବ ଭାରତର ପ୍ରଥମ ଥର ପାଇଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଭଳି ଜଟିଳ ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କୁ ଆଉ ଦେଶର ଅନ୍ୟ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ବ୍ରେନ୍ ଟ୍ୟୁମର, ଏପିଲେପ୍ସି ଏବଂ ଅତ୍ୟାଧୁନିକ ବ୍ରେନ୍‌ମ୍ୟାପିଂ ଟେକ୍ନିକ୍ ଭଳି ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ସ୍ୱାସ୍ଥ୍ୟ ସେବାର ଆଂଚଳିକ କେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଏବଂ ନ୍ୟୁରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

The post ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ କଲେ ସମ୍ ନ୍ୟୁରୋସର୍ଜନ appeared first on Big News Odisha.