ଜଗନ୍ନାଥ ଅଗଣିତ ଜନତାଙ୍କର ବିଶ୍ୱାସ : ଧର୍ମେନ୍ଦ୍ର ପ୍ରଧାନ…

- Advertisement -

ନୂଆଦିଲ୍ଲୀ : ରଥଯାତ୍ରା ପାଇଁ ଆଜି ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି। କୋଭିଡ଼ ୧୯ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଏହି ରାୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସେ ଟୁଇଟ କରି କହିଛନ୍ତି
ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଓଡ଼ିଆଙ୍କ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ ବୋଲି କହିଛନ୍ତି ।ଏହାସହ ବିନା ଭକ୍ତ ସମାଗମରେ ପୁରୀରେ ରଥଯାତ୍ରା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ମୁଁ ହୃଦୟରୁ ସ୍ୱାଗତ କରିଛନ୍ତି। ଅଗଣିତ ଜନତାଙ୍କର ବିଶ୍ୱାସ, ପରମ୍ପରା, ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଆଗୁଆ ।ରଥଯାତ୍ରା ପାଇଁ ଗଜପତି ମହାରାଜା ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶା ନିଯୋଗ, ସେବାୟତ, ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଉଦ୍ୟମ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles