ଡାକୁଛି ଜଗା, ପୁରୀ ମୁହାଁ ଭକ୍ତ 

0
160

କିଏ କହୁଛି ମତେ କାଳିଆ ଡାକିଲାଣୀ ମୁଁ ଯାଉଛି ପୁରୀକୁ, ଆଉ କିଏ ଅଫିସରେ ନିଜର ବସ୍ କୁ କହୁଛି ସାର ମୁଁ କାଲି ରହିପାରିବିନି ପୁରୀ ଯିବି ,ଜଗାକୁ ଦେଖିବି। ପୁଣି କିଏ କହୁଛି କାଳିଆ ତୋ ଡୋରୀ ଟିକେ ଲଗାଇ ଦେ ମୁଁ ପୁରୀ ଯିବି। କିଛି ଲୋକଙ୍କୁ ଅନେକ ଲୋକ କହୁଛନ୍ତି ତୁ ଭାଗ୍ୟବାନ ତତେ ଜଗା ଡାକିଛି ରଥକୁ। ରାତିପାହିଲେ କାଳିଆ ସାଆନ୍ତେ ଭକ୍ତଙ୍କ ସହ ମାନବୀୟ ଲୀଳା କରିବାକୁ ରତ୍ନବେଦୀରୁ ଜନ୍ମବେଦୀକୁ ଓହ୍ଲାଇଆସିବେ l ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ପର୍ବ ହେଉଛି ରଥଯାତ୍ରା । ଭକ୍ତ ବାବରେ ବନ୍ଧା କାଳିଆ ଏହି ଦିନ ଲକ୍ଷ ଲକ୍ଷ ଭକ୍ତଙ୍କୁ ଡାକେ, ଆସ ମୋ ଯାତ୍ରାରେ ସାମିଲ ହୁଅ, ତୁମେମାନେ ମତେ ଦେଖିବ ଓ ମୁଁ ତମକୁ ଦେଖିବି। ଦୁଃଖ ସୁଖ ହେବା । ମନକଥା ଗପିବା। ମୁଁ ପରା ତମ କାଳିଆ। ବାସ କାଳିଆ ଏହି ଭାବ ଲକ୍ଷ ଲକ୍ଷ ଭକ୍ତଙ୍କୁ ଟାଣିଆଣିଛି ବଡଦାଣ୍ଡକୁ। ରାତିରେ ନିଦ ନାହିଁ କାଳିଆ କୁ ଓ ଭକ୍ତକୁ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ।

ଜୟ ଜଗନ୍ନାଥ