ପଶ୍ଚିମବଙ୍ଗକୁ ଅଗ୍ରୀମ ୧ ହାଜର କୋଟି ଘୋଷଣା କଲେ ମୋଦି…

- Advertisement -

କଲକତା : ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି। ସେଠାରେ ସେ ବିମାନ ବନ୍ଦରରେ ପହଂଚିବାର ପରେ ହେଲିକପ୍ଟର ଯୋଗେ ଯାଇ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଥିଲେ। ପରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗକୁ ଅଗ୍ରୀମ ଏକ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ଆକଳନ ପରେ ଅନ୍ୟ ପ୍ରାପ୍ୟ ଅର୍ଥ ରାଜ୍ୟକୁ ଦେବେ।ସେହିପରି ଅମ୍ପାନରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଦୁଇ ଲକ୍ଷ ଏବଂ ଆହତ ବ୍ୟକ୍ତିକୁ ପଚାଶ ହାଜର କ୍ଷତି ପୂରଣ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
କେନ୍ଦ୍ର ସରକାର ସବୁବେଳେ ପଶ୍ଚିମବଙ୍ଗ ସରକାରଙ୍କ ସହ ଅଛନ୍ତି । ଉଭୟ କରୋନା ଓ ଅମ୍ପାନକୁ ସଫଳ ମୁକାବିଲା କରିଥିବାରୁ ମମତା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles