ନିଜ ତିଆରି ରାସ୍ତାରେ ଫସିଗଲା ଠିକାଦାରଙ୍କ ଗାଡି

- Advertisement -

କଳିଙ୍ଗନଗର  : କଳିଙ୍ଗନଗର ବିଭିନ୍ନ ସମୟରେ ବିଭିନ୍ନ ସମୟରେ  ଚର୍ଚ୍ଚାରେ ରହି ଆସିଛି ।କେତେବେଳେ ଖଣିକୁ ନେଇ ତ କେକେତେବେଳେ ଶିଳ୍ପ ସଂସ୍ଥାକୁ ନେଇ । ଏହି ପରିପ୍ରେକ୍ଷୀରେ ଏଠାରେ ଆଉ ଏକ ଅଧ୍ଯାୟ ଜୋଡି ହୋଇଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ସାହାଯ୍ୟରେ ଗୋବରଘାଟି ସ୍ଥିତ ନୀଳାଚଳ ପୁନର୍ବସତି କଲୋନୀର ଏକ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥିଲା ।ପ୍ରାୟ ତିନି କି.ମି.ରାସ୍ତା ପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୩କୋଟି ।ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଏପର୍ଯ୍ଯନ୍ତ ସରି ନଥିବା ବଳେ ବାଲି ବୋଝେଇ କରି ନେଉଥିବା ଠିକାଦାର ସଂସ୍ଥାର ଡମ୍ଫର ମଝି ରାସ୍ତାରେ ଦବିଯାଇଥିଲା ।ଘଟିଥିବା ଘଟଣାରୁ ରାସ୍ତାର ମାନ ନିଶ୍ଚିତ ରୂପେ ଅନୁମେୟ ।ସରକାର ପିସି କାରବାରକୁ ନିଯନ୍ତ୍ରଣ କରିବାକୁ ଆଦେଶ ଦେଇଥିଲେ ମଧ୍ୟ ଏହା କିପରି ପାଳନ କରାଯାଉଛି ତାହା ସ୍ପଷ୍ଟ ରୂପେ ଦୃଶ୍ୟମାନ ।ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।ଏହାକୁ ନେଇ କଲୋନୀରେ ରହୁଥିବା ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଥାଶୀଘ୍ର ଏହାର ତଦନ୍ତ କରି ସଂପୃକ୍ତ ଠିକାଦାର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଲୋନୀବାସୀ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles