ଚଳଚ୍ଚିତ୍ର ଢଙ୍ଗରେ କ୍ଷମା ମାଗିଲେ ସାଂସଦ

- Advertisement -

ଯାଜପୁର: ଚଳିତ ମାସ ୫ ତାରିଖରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ଯବହାର କରିଥିଲେ । ଏହାର ପ୍ରତିବାଦରେ ରାଜ୍ୟବ୍ଯାପି ଆନ୍ଦୋଳନ ହେବାପରେ ସାଂସଦଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବାର ଚବିଶ ଘଣ୍ଟା ନପୁରୁଣୁ ସାଂସଦଙ୍କ ଚଳଚିତ୍ର ସଂଳାପ ଢଙ୍ଗରେ ସାମାଜିକ ଗଣମାଧ୍ୟମ ଜରିଆରେ କ୍ଷମା ପ୍ରାର୍ଥନାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ସାମ୍ବାଦିକ ମହଲରେ ଘୋର ବିରୋଧ କରାଯାଇଛି । ଅଭିନେତାରୁ ନେତା ସାଜିଥିବା ସାଂସଦ, ସାମାଜିକ ଗଣମାଧ୍ୟମ ପରିବର୍ତ୍ତେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ଷମା ମାଗିବା ପାଇଁ ଦାବି ଜୋର ଧରିଛି । ଦଳୀୟ ଚାପ କିମ୍ୱା ଆଗାମୀ ବିଧାନସଭା ଶୀତ ଅଧିବେଶନ ଅଚଳ ଭୟକୁ ଆଖିରେ ରଖି,ସାଂସଦ ନିଜର ଭୁଲ୍ ବୁଝିପାରିଛନ୍ତି । କିନ୍ତୁ କ୍ଷମା ପ୍ରାର୍ଥନାର ଶୈଳୀ ସାଧାରଣରେ ଗ୍ରହଣ କରିପାରୁନାହାଁନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଯାଜପୁର ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ପକ୍ଷରୁ ଏହାର ଘୋର ବିରୋଧ କରାଯାଇଛି । ଜେୟୁଜେ ଦାବି କରିଛି କି ସାଂସଦ ଯେପରି ସର୍ବ ସମ୍ମୁଖରେ ପ୍ରତିନିଧି ଜଣଙ୍କୁ ଦୁର୍ବ୍ଯବହାର କରିଥିଲେ, ସେହିପରି ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ । ଏଠାରେ ଉଲ୍ଲେଖ କରାଯାଇପାରେ କି ଘଟଣା ପରଠାରୁ ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ମାନସିକ ସ୍ତରରେ ବହୁ ଯନ୍ତ୍ରଣା ଅନୁଭବ କରିଥିବାରୁ ଏପର୍ଯ୍ୟନ୍ତ ମାନସିକ ଚାପରୁ ମୁକୁଳି ପାରିନାହାନ୍ତି । ରୁଜୁ ହୋଇଥିବା ମାମଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଓ ସାଂସଦଙ୍କ ଗିରଫତାରୀ ଦାବି କରିଛି ଜେୟୁଜେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles