ଆଶା ଓ ଆଶଙ୍କା ମଧ୍ୟରେ ମିଠା ଦୋକାନୀ

- Advertisement -

ଭୁବନେଶ୍ବର :ରାଜ୍ୟ ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପାହାଁଳ । ଯାହାକି ରସଗୋଲା ପାଇଁ ପ୍ରସିଦ୍ଧି ଲାଭ କରିଛି । କରୋନା ଲକଡାଉନ୍ ପାହାଁଳର ମିଠା ଦୋକାନୀଙ୍କ ଜୀବିକା ବୁଡାଇ ଦେଇଛି ।ଦିନ ଥିଲା ସକାଳୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଗହଳି ଲାଗି ରହୁଥିଲା ।ଏଠିକାର ଦୋକାନୀ ମାନଙ୍କ କହିବା ଅନୁଯାୟୀ ରସଗୋଲା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ସାଲେପୁର ଥିବା ସ୍ଥଳେ ସାରା ରାଜ୍ୟରେ ପାହାଁଳ ରହିଛି ।ଏଠିକାର ରସଗୋଲାର ଚାହିଦା ଅଧିକ । ଏହି ବେଉସାରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ନିୟୋଜିତ । ତା ସହିତ ବହୁ ମିଠା କାରିଗର ମଧ୍ୟ ଜଡିତ ।ଲକଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ଥିବାରୁ ଆଶଙ୍କା ମଧ୍ୟରେ ଗତି କରୁଥିବା କହିଛନ୍ତି ବ୍ଯବସାୟୀ ତଥା କାରିଗର ।ସରକାର ପ୍ରାୟ ବିଭିନ୍ନ ବର୍ଗ ଓ ଚାଷୀଙ୍କ ନିମନ୍ତେ ବିଭିନ୍ନ ଯୋଜନା ଘୋଷଣା କଲେ ।କିନ୍ତୁ ଦୁଗ୍‌ଧ ଚାଷୀ କିମ୍ୱା ମିଠା ଦୋକାନୀଙ୍କୁ ଭୁଲିଗଲେ ।ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି ।
ଅଜୟ ସାହୁ (ବିଗ୍ ନିଉଜ୍ ଓଡିଶା )

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles